ଯାଜପୁର: ବିବାହ ପ୍ରତିଶୃତି ପରେ ପ୍ରତାରଣା । ଯାଜପୁର ବିଞ୍ଝାରପୁର ବ୍ଲକରୁ ଆସିଛି ଏମିତି ଏକ ଅଭିଯୋଗ । ସମ୍ପର୍କୀୟ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖି ପରେ ବିବାହ ପାଇଁ ମନା କରି ଦେଇଛନ୍ତି । ଯାହାକୁ ନେଇ ପିଡୀତା ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ଏନେଇ ଆଜି(ଗୁରୁବାର) ପୀଡିତାଙ୍କ ଡାକ୍ତରୀ ମାଇନା କରି ମାଜିଷ୍ଟ୍ରେଟଙ୍କ ନିକଟରେ 164 ବୟାନ ରେକର୍ଡ କରାଯାଇଛି ।
ବିଞ୍ଝାରପୁର ଥାନା ପଇରଖ ଗ୍ରାମର ଜିତେନ୍ଦ୍ର କୁମାର ପ୍ରଧାନ ତାଙ୍କର ଜଣେ ସମ୍ପର୍କୀୟ ଭାଣିଜି ସହିତ ପ୍ରେମ ସମ୍ପର୍କ ରଖିବା ପରେ ବିବାହର ପ୍ରତିଶୃତି ଦେଇ ପୀଡିତାଙ୍କ ସହିତ ଦୀର୍ଘ ସାତ ବର୍ଷ ହେଲା ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ଜିତେନ୍ଦ୍ର ଏବେ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିବାରୁ ପିଡୀତା ଜଣକ ନ୍ୟାୟ ପାଇଁ ବିଞ୍ଝାରପୁର ଥାନା ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।
ଅନ୍ୟପଟେ ଘଟଣାର ସମାଧାନ କରି ପିଡୀତାକୁ ଅନ୍ୟତ୍ର ବିବାହ କରାଇଦେବାକୁ ଚାପ ପକାଯାଉଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ