ଯାଜପୁର: ଜିଲ୍ଲା ବ୍ୟାସନଗର ବାସଷ୍ଟାଣ୍ଡରେ ସରସର୍କିଟ କାରଣରୁ ଅଗ୍ନିକାଣ୍ଡ । ରାତିରେ ଦୋକାନ ବନ୍ଦ କରି ଘରକୁ ଗଲା ପରେ ଏନବି ସିରାଜୁଧ୍ଯନଙ୍କ ଗଦି ଦୋକାନରେ ଲାଗିଥିଲା ନିଆଁ ।
ଯାହା ଫଳରେ ଦୋକାନରେ ଥିବା ଫୋମ, ତୁଳା ଆଉ ରେକ୍ସିଂ ଭଳି ଲକ୍ଷଧିକ ଟଙ୍କାର ଜିନିଷ ପୋଡି ଜଳି ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ଯାଜପୁର ରୋଡ ଦମକଳ ବିଭାଗର କର୍ମଚାରୀ ଆସି ନିଆଁକୁ ଲିଭାଇ ଥିଲେ ।
ଏଠାରେ ସୂଚନାଯୋଗ୍ୟ, ଏନବି ସିରାଜୁଧ୍ଯନଙ୍କ ଘର ବ୍ୟାସନଗର ସ୍ଥିତ ଅହମ୍ମଦ ନଗର ହେଇଥିବାବେଳେ ଦୀର୍ଘ ଦିନଧରି ଏଠାରେ ଦୋକାନ କରି ପରିବାର ପତିପୋଷଣ କରୁଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ