ETV Bharat / state

ମଧୁବନ ବଜାର ଅଳଙ୍କାର ଲୁଟ ଘଟଣା: ସାମଗ୍ରୀ ଜବତ, ୩ ଲୁଟେରା ଗିରଫ - jewellery robbery, Material seized

ଯାଜପୁର ଜିଲ୍ଲା କୁଆଖିଆ ଥାନା ମଧୁବନ ବଜାରରୁ ସୁନା-ରୂପା ଅଳଙ୍କାର ଲୁଟ ଘଟଣାରେ ସମ୍ପୃକ୍ତ ୩ ଜଣ ଲୁଟେରାକୁ ଗିରଫ କଲା କୁଆଖିଆ ଥାନା ପୋଲିସ। ଏଥିସହ ଲୁଟ ହୋଇଥିବା ୮୪ ଗ୍ରାମ ସୁନା, ୪ କେଜି ରୂପା ସହ ଏକ ବାଇକ ଜବତ ହୋଇଛି । ଅଧିକ ପଢନ୍ତୁ...

ମଧୁବନ ବଜାର ଅଳଙ୍କାର ଲୁଟ ଘଟଣା: ସାମଗ୍ରୀ ଜବତ, ୩ ଲୁଟେରା ଗିରଫ

author img

By

Published : Oct 23, 2021, 8:38 PM IST

ଯାଜପୁର: କୁଆଖିଆ ଥାନା ମଧୁବନ ବଜାରରୁ ସୁନା-ରୂପା ଅଳଙ୍କାର ଲୁଟ ଘଟଣାରେ ସମ୍ପୃକ୍ତ ୩ ଜଣ ଲୁଟେରାକୁ ଗିରଫ କଲା କୁଆଖିଆ ଥାନା ପୋଲିସ। ଏଥିସହ ଲୁଟ ହୋଇଥିବା ୮୪ ଗ୍ରାମ ସୁନା, ୪ କେଜି ରୂପା ସହ ଏକ ବାଇକ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଯଖପୁରା ଥାନା ଅଞ୍ଚଳର ଦୀପକ ପ୍ରଧାନ ଓ ପ୍ରକାଶ ପ୍ରଧାନ ଏବଂ ପିପିଲି ଥାନା ଅଞ୍ଚଳର ରାଜା ଶିକାରୀ ।

ମଧୁବନ ବଜାର ଅଳଙ୍କାର ଲୁଟ ଘଟଣା: ସାମଗ୍ରୀ ଜବତ, ୩ ଲୁଟେରା ଗିରଫ

ସୂଚନା ମୁତାବକ ଗତ ୨୧ ତାରିଖ ଦିନ ମଧୁବନ ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ ଦୋକାନ ମାଲିକ ସୁମନ କାମିଲା ସୁନା ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ ଧରି ଦୋକାନକୁ ଆସିଥିଲେ। ଆଉ ବ୍ୟାଗଟିକୁ ରଖି ପାଣି ପାଇଁ ଯାଇଥିଲେ। ଏହି ସମୟରେ ଦୋକାନରୁ ଅଳଙ୍କାର ଭର୍ତ୍ତି ବ୍ୟାଗକୁ କେହି ଦୁର୍ବୃତ୍ତ ଲୁଟି ନେଇଥିଲେ। ଏନେଇ ସେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚଳାଇଥିଲା। ଆଜି(ଶନିବାର) ଲୁଟ ହୋଇଥିବା ସୁନା ରୂପା ଅଳଙ୍କାର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.