ETV Bharat / state

ବ୍ୟାସନଗର ସହରରେ ଶେଷ ହେଲା କାଳୀପୂଜା ଭସାଣି - ବ୍ୟାସନଗରରେ ଶେଷ ହୋଇଛି ସହରର ଗଣପର୍ବ କାଳୀପୂଜା

ଯାଜପୁର ବ୍ୟାସନଗରରେ ଶେଷ ହୋଇଛି ସହରର ଗଣପର୍ବ କାଳୀପୂଜା। ବିଳମ୍ବ ରାତିରେ ବିସର୍ଜ୍ଜନ ହୋଇଛି ମାଆଙ୍କ ମୃଣ୍ମୟୀ ମୂର୍ତ୍ତୀ। ଅଧିକ ପଢ଼ନ୍ତୁ

ବ୍ୟାସନଗର ସହରରେ ଶେଷ ହେଲା କାଳୀପୂଜା ଭସାଣି
ବ୍ୟାସନଗର ସହରରେ ଶେଷ ହେଲା କାଳୀପୂଜା ଭସାଣି
author img

By

Published : Nov 8, 2022, 11:09 AM IST

ଯାଜପୁର: ଯାଜପୁର ବ୍ୟାସନଗରରେ ଶେଷ ହୋଇଛି ସହରର ଗଣପର୍ବ କାଳୀପୂଜା । ବିଳମ୍ବିତ ରାତିରେ ବିସର୍ଜ୍ଜନ ହୋଇଛି ମାଆଙ୍କ ମୃଣ୍ମୟୀ ମୂର୍ତ୍ତୀ । ଚଳିତ ବର୍ଷ 14ଟି ମଣ୍ଡପରେ ଦୀର୍ଘ 14 ଦିନ ଧରି ପୂଜା ପାଇଥିଲେ ମାଆ ଶ୍ୟାମାକାଳୀ କାଳୀପୂଜା । ଶେଷରେ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି କାଳୀ ମେଲଣ ଓ ଭସାଣି ଉତ୍ସବ । ଦୀର୍ଘ 25 ବର୍ଷରେ ପଦାର୍ପଣ କରିଥିବା ଏହି କାଳୀମେଲଣ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ମେଲଣ ଉତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମଧ୍ୟ ପାଳିତ ହୋଇଥିଲା ।

ବ୍ୟାସନଗର ସହରରେ ଶେଷ ହେଲା କାଳୀପୂଜା ଭସାଣି

ଉତ୍ସବରେ ମୁଖ୍ୟଅତିଥି ରୂପେ ରାଜ୍ୟ ଗ୍ରାମ୍ୟଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇଥିଲେ । ସେହିପରି ସ୍ଥାନୀୟ କୋରେଇ ବିଧାୟକ ଅଶୋକ କୁମାର ବଳ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ । ସହରର ସମସ୍ତ ମେଢ଼ ବିରାଟ ପଟୁଆରରେ ଆସି କାଳୀ ମେଲଣ ପଡିଆରେ ଏକତ୍ର ହୋଇଥିଲା । ଭସାଣୀ ଶୋଭାଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ଲୋକକଳା ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏଥିପାଇଁ ସାରା ସହର ଉତ୍ସବ ମୁଖରିତ ହୋଇ ଉଠିଥିଲା । ଏହାକୁ ଉପଭୋଗ କରିଥିଲେ ଲକ୍ଷାଧିକ ଦର୍ଶକ ।

କୋଭିଡ କଟକଣା ଯୋଗୁଁ ଗତ 2ବର୍ଷ ବନ୍ଦ ରହିଥିଲା ମେଲଣ ଉତ୍ସବ । ତେବେ ପୂର୍ବ ବର୍ଷ ମାନଙ୍କ ପରି ଏବର୍ଷ ବ୍ୟାସନଗର ସହରର ଚୋରଦା କାଳୀ ମେଲଣ ପଡିଆରେ ଜାକଜକମରେ ପାଳିତ ହୋଇଛି କାଳୀ ମେଲଣ ଉତ୍ସବ । ରାତି ତମାମ୍ ଖଚାଖଚ୍ ଦର୍ଶକରେ ପୁରିଉଠିଥିଲା ମେଲଣ ପଡିଆ । ରାସ୍ତାଘାଟ ସବୁ ଲୋକାରଣ୍ୟ ହୋଇଉଠିଥିଲା ।

ମେଢ ଗୁଡିକ ମଧ୍ୟରେ ଲାଗି ରହିଥିଲା ପ୍ରତିଯୋଗୀତା । ନାଚଗୀତ ଓ ବାଦ୍ୟଯନ୍ତ୍ର ସହିତ ବିରାଟ ପଟୁଆରରେ ମାଆଙ୍କୁ ନିଆଯାଇଥିଲା ମେଲଣ ପଡିଆକୁ । ମେଲଣ ଉତ୍ସବକୁ ସୁରୁଖୁରୁରେ ଉପଭୋଗ କରିଥିଲେ ଲକ୍ଷାଧିକ ଦର୍ଶକ । ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ପ୍ରଥମ ଦିନରେ ୧୮ଟି ମାଆ କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମେଢ଼ ଭସାଣି ହୋଇଥିଲା । ବିଭିନ୍ନ ପୂଜା କମିଟି ପକ୍ଷରୁ ମେଢ ଗୁଡିକୁ ସୁନ୍ଦର ଭାବେ ସଜା ଯାଇଥିଲା । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଆଙ୍କୁ ଦେବୀଗଡ଼ାକୁ ବିସର୍ଜନ ନିମନ୍ତେ ନିଆଯାଇଥିଲା । ଏନେଇ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.