ETV Bharat / state

ମେଲାଣି ନେଲେ ମାଆ ଶ୍ୟାମାକାଳୀ, ଯାଜପୁରରେ ଶେଷହେଲା ଭସାଣିଯାତ୍ରା - ଯାଜପୁର ଖବର

ଧୁମଧାମରେ ସରିଲା ଯାଜପୁର ଗଣପର୍ବ କାଳୀପୂଜା । ଆନନ୍ଦ ଉଲ୍ଲାସର ସହ ସମାପନ ହେଲା ମାଆ ମହାକାଳୀଙ୍କ ପୂଜନ ଉତ୍ସବ । ପ୍ରଥମ ଦିନରେ ୧୮ଟି ମାଆ କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମେଢ଼ ଭସାଣୀ ହୋଇଛି । ଅଧିକ ପଢ଼ନ୍ତୁ

ଯାଜପୁରରେ ଜମୁଛି କାଳୀପୂଜା ଭସାଣି ଶୋଭାଯାତ୍ରା, ମେଲାଣି ନେଲେ ମାଆ ଶ୍ୟାମାକାଳୀ

author img

By

Published : Nov 6, 2022, 1:52 PM IST

ଯାଜପୁର: ଧୁମଧାମରେ ଶେଷହେଲା ଯାଜପୁର ଗଣପର୍ବ କାଳୀପୂଜା । ଆନନ୍ଦ ଉଲ୍ଲାସର ସହ ସମାପନ ହେଲା ମାଆ ମହାକାଳୀଙ୍କ ପୂଜନ ଉତ୍ସବ । ଯାଜପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ କାଳୀଙ୍କୁ ବିସର୍ଜନ କରାଯାଇଛି । ଦୀପାବଳି ଠାରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଆଙ୍କର ପୂଜା ଆରମ୍ଭ ହୋଇଥିଲା ।

ଯାଜପୁରରେ ଜମୁଛି କାଳୀପୂଜା ଭସାଣି ଶୋଭାଯାତ୍ରା, ମେଲାଣି ନେଲେ ମାଆ ଶ୍ୟାମାକାଳୀ

ପ୍ରଥମ ଦିନରେ ୧୮ଟି ମାଆ କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମେଢ଼ ଭସାଣି ହୋଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ମେଢ ଗୁଡିକୁ ସୁନ୍ଦର ଭାବେ ସଜା ଯାଇଛି । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ନିମନ୍ତେ ନିଆଯାଇଛି । ଏହି ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି । ଏନେଇ ଜିଲ୍ଳା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଦେବୀଗଡା ନିକଟରେ ମାଆଙ୍କ ବିସର୍ଜନ ପାଇଁ ବୈତରଣୀ ନଦୀରେ ଏକ କୃତ୍ରିମ ପୋଖରୀ କରାଯାଇଛି । ସେଠାରେ ସମସ୍ତ ମେଢ଼ ବିସର୍ଜନ କରାଯିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଭସାଣି ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ଼ ଜମିଛି । ରାଜ୍ୟ ଓ ରାଜ୍ୟ ବାହାରୁ ଆସିିଥିବା ବିଭିନ୍ନ ଭସାଣି ଦଳ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଶଣ କରୁଛନ୍ତି । ଭସାଣି ଉତ୍ସବରେ ଅଘୋରି ବାବାଙ୍କ ବିଭିନ୍ନ କଳା ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.