ETV Bharat / state

ଚମକିବ ମା’ ବିରଜାଙ୍କ ମନ୍ଦିର, ବଦଳିବ ରୂପରେଖ ଆକୃଷ୍ଟ ହେବେ ପର୍ଯ୍ୟଟକ

author img

By ETV Bharat Odisha Team

Published : Oct 7, 2023, 7:43 PM IST

Updated : Oct 7, 2023, 8:36 PM IST

ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଇଯାଇଛି ମା’ ବିରଜାଙ୍କ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଆସନ୍ତା ବର୍ଷେ ଭିତରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖଛି ପ୍ରଶାସନ । ଅଧିକ ପଢନ୍ତୁ

ବଦଳିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ବିରଜା ମନ୍ଦିରର ରୂପରେଖ

ଯାଜପୁର: ବଦଳିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଇଯାଇଛି ମା’ ବିରଜାଙ୍କ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ବର୍ତ୍ତମାନ ମନ୍ଦିର ଏବଂ ଚତୁଃପାଶ୍ୱରର ସମସ୍ତ ଛୋଟ ବଡ ସବୁ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ଖାଣ୍ଡେଲାଇଟ ପଥରରେ ବିଭିନ୍ନ କଳା ଭାସ୍କର୍ଯ୍ୟ କାରୁକାର୍ଯ୍ୟରେ ମା‘ଙ୍କ ମୁଖ୍ୟ ମନ୍ଦିର ସହ ଚତୁଃପାଶ୍ୱ ସମସ୍ତ ଦେବାଦେବୀ ମନ୍ଦିରର ଚାଲିଛି ଗଢାଚାଲିଛି । ସମ୍ପୂର୍ଣ୍ଣ ନିର୍ମାଣ ପରେ ଏହା ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିବ ବୋଲି ଜିଲ୍ଲାବାସୀ ଓ ପ୍ରଶାସନ ଆଶା ପ୍ରାକଟ କରିଛି ।

କାରିଗର ବିଜୟ କୁମାର ମହାରଣା କହିଛନ୍ତି, ‘‘ମନ୍ଦିର ନିର୍ମାଣ କାର୍ଯ୍ୟରେ ୩୦ରୁ ଊର୍ଦ୍ଧ୍ବ ପଥର କାରିଗର ଦିନ ରାତି କାମରେ ଲାଗିଛନ୍ତି । ଅତ୍ୟାଧୁନିକ ନୂତନ ଶୈଳୀରେ ମନ୍ଦିରର ଶୋଭା ବର୍ଦ୍ଦନ କରାଯିବା ଲାଗି ସମସ୍ତ କାର୍ଯ୍ୟ ଜୋରଦାର ଚାଲିଛି । ବିରଜା ମନ୍ଦିରର ମୁଖଶାଳା ଠାରୁ ଆରମ୍ଭ କରି ପାର୍ଶ୍ଵ ଦେବତା ସବୁର ସୌନ୍ଦର୍ଯ୍ୟକରଣ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଦୋଳ ମଣ୍ଡପ, ମୁକ୍ତି ମଣ୍ଡପ, ଭୋଗ ଦୋକାନ, ପ୍ରଶାସନିକ ଅଫିସ ଓ ଆନନ୍ଦ ବଜାର କାର୍ଯ୍ୟ ସରିଛି । ଏବେ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ମନ୍ଦିର କାରୁକାର୍ଯ୍ୟ କରାଯିବ । ’’

ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ବର୍ଷେ ଭିତରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି । ’’

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ଆଜି ଦେବୀ ଉତ୍ଥାପନ ନୀତି ଓ ଦ୍ଵିତୀୟା ଓଷା

ବିରଜା କ୍ଷେତ୍ର ବା ଗଦା କ୍ଷେତ୍ରର ମାହାତ୍ମ୍ୟ : ବୈତରଣୀ ନଦୀ କୂଳର ଅନତି ଦୂରରେ ଅବସ୍ଥିତ ମା’ ବିରଜାଙ୍କ କ୍ଷେତ୍ର । ଏହା ହେଉଛି ଦେଶର ୬୮ ଟି ଓ ରାଜ୍ୟର ୧୮ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ଏଠାରେ ଥିବା ନାଭି କ୍ଷେତ୍ରରେ ପିଣ୍ଡଦାନ କଲେ ପିତୃପରୁଷଙ୍କୁ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏହା ଗଦା କ୍ଷେତ୍ର ଭାବେ ମଧ୍ୟ ପରିଚିତ । ପୁରାତନ କାଳରୁ ଏହି ମନ୍ଦିରରେ ଇତସ୍ତଃତ ଭାବେ ଥିବା ଶିବ ଲିଙ୍ଗ ସହ ୫୪ରୁ ଉର୍ଦ୍ଧ୍ବ ମହାଦେବଙ୍କ ମନ୍ଦିର ପର୍ଯ୍ୟଟକ ଓ ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ । ଶତାଧିକ ବର୍ଷର ଏହି ମନ୍ଦରରେ ବିଭିନ୍ନ ପର୍ବ ପର୍ବାଣି ବେଶ ଆଡମ୍ବର ସହକାରେ ପାଳନ କରାଯାଏ। ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି ଦେଖିବା ପାଇଁ ଦୂରଦୂରାନ୍ତରରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ଇଟିଭି ଭାରତ, ଯାଜପୁର

Last Updated : Oct 7, 2023, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.