ETV Bharat / state

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି: ପ୍ରତାରଣା ନେଲା ପ୍ରେମିକ ଜୀବନ - Lover has murder her girlfriend's second boyfriend

ଯାଜପୁର ଜିଲ୍ଲା ଦାମୋଦରପୁର ଗାଁରେ ହତାଶ ପ୍ରେମିକର ନାରକୀୟ କାଣ୍ଡ । ପ୍ରତିଶୋଧ ପରାୟଣ ପ୍ରଥମ ପ୍ରେମିକ ନେଲା ପ୍ରେମିକାର ଦ୍ବିତୀୟ ପ୍ରେମିକର ଜୀବନ । ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାରେ ଅସଫଳ ହେବା ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ଓ ତାର 2 ସହଯୋଗୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା ଯାଜପୁର
author img

By

Published : Jul 22, 2019, 2:50 PM IST

ଯାଜପୁର: ପ୍ରତିଶୋଧ ପରାୟଣ ପ୍ରେମିକର ନାରକୀୟ କାଣ୍ଡ । ପ୍ରେମିକାର ପ୍ରତାରଣା ପ୍ରେମିକକୁ ସଜେଇଲା ହତ୍ୟାକାରୀ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗାଁରେ । ଦୁଇ ସାଥୀଙ୍କ ସହଯୋଗରେ ପ୍ରେମିକାର 2ୟ ପ୍ରେମିକକୁ ହତ୍ୟା କରିଛି ପ୍ରଥମ ପ୍ରେମିକ । ଘଟଣାରେ ଅଭିଯୁକ୍ତ ଓ ତାର 2 ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା ଯାଜପୁର

ସୂଚନାନୁସାରେ, ଅଭିଯୁକ୍ତ ରଞ୍ଜନ ଦାମୋଦରପୁର ଗାଁର ନିବାସୀ ହୋଇଥିବାବେଳେ ପେସାରେ ଜଣେ ଟ୍ରକ୍ ଡ୍ରାଇଭର । ସେ ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଇଥିଲା । ଉକ୍ତ ଯୁବତୀ ଜଣକ ପ୍ରାୟ 3 ମାସରୁ ଊର୍ଦ୍ଧ୍ବ କାଳ ରଞ୍ଜନ ସହିତ ପ୍ରେମ ସମ୍ପର୍କ ରଖିଥିଲା । ପରେ ରଞ୍ଜନକୁ ପ୍ରେମରେ ପ୍ରତାରଣା କରି 2ୟ ପ୍ରେମିକ ଅଶୋକକୁ ଭଲପାଇ ବସିଥିଲା । ଯାହାକୁ ବରଦାସ୍ତ କରିପାରିନଥିଲା ରଞ୍ଜନ । ଏନେଇ ଅଶୋକ ସହ ରଞ୍ଜନ ବାରମ୍ବାର ଝଗଡା ମଧ୍ୟ କରୁଥିଲା । ଧୀରେଧୀରେ ଅଶୋକକୁ ନିଜ ରାସ୍ତାର କଣ୍ଟା ଭାବିନେଇଥିଲା ରଞ୍ଜନ । ଆଉ ଏହି କଣ୍ଟାକୁ ନିଜ ରାସ୍ତାରୁ ହଟାଇବା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା । ନିଜ 2 ସହଯୋଗୀଙ୍କ ସହାୟତାରେ ଅଶୋକ ସମ୍ପର୍କରେ ସମସ୍ତ ତଥ୍ୟ ଏକାଠି କରିଥିଲା ।

ଗତ ବୁଧବାର ଦିନ ଅଶୋକ କୌଣସି କାମରେ ଘରୁ ବାହାରିବା ନେଇ ଖବର ପାଇଥିଲା ରଞ୍ଜନ । ସେ ଗାଁର ଅନତି ଦୂରରେ ଏକ ନିଛାଟିଆ ରାସ୍ତାରେ ଟ୍ରକ୍ ଧରି ଅଶୋକର ଆସିବା ବାଟକୁ ଅପେକ୍ଷା କରିଥିଲା । ଯୋଜନାମୁତାବକ ଅଶୋକ ସେହି ରାସ୍ତା ଦେଇ ଏକ ସ୍କୁଟିରେ ଆସିବା ବେଳେ ରଞ୍ଜନ ଦ୍ରୁତ ଗତିରେ ସାମନା ପଟରୁ ଟ୍ରକ ଚଢାଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । ଏହି ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଅଶୋକର ମୃତ୍ୟୁ ହୋଇଥିଲା । କିନ୍ତୁ ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ସନ୍ଦେହ କରି ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏଥିସହିତ ଘଟଣା ଦିନ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିଲେ ।

ସେପଟେ ଅଭିଯୁକ୍ତ ରଞ୍ଜନ ଜଣେ ଟ୍ରକ ଚାଳକ ହୋଇଥିବାରୁ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଛାଡି ଫେରାର ହୋଇଯାଇଥିଲେ । ତେବେ ପୋଲିସ ପରିବାରର ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଚଳାଇଥିଲା । ପୋଲିସ ଏହି ଦୁର୍ଘଟଣା ଜନିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ରଞ୍ଜନ ଏବଂ ତାର 2 ସହଯୋଗୀ ଚିନ୍ମୟ ମହାକୁଡ ଓ ପଞ୍ଚୁଆ ନାୟକକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଏସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ ଗଣମାଧ୍ୟମକୁ କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି ।

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ପ୍ରେମରେ ଅନ୍ଧ ପାଲଟିଥିବା ପ୍ରେମିକ ପାଇଁ ଜେଲର କାଳ କୋଠରୀ ଏବେ ସାଜିବ ବାସଘର ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug--triangular_love_murder
format--pkg
reporter—Gyanaranjan ojha
place--jajpur
date--23.07.19
Anchor---ପ୍ରେମିକାର ପ୍ରତାରଣାରେ ପ୍ରତିକ୍ରିୟାଶୀଳ ପ୍ରେମିକ ହେଲା ପ୍ରତିହିଂସା ପରାୟଣ । ପ୍ରେମିକାର 2ୟ ପ୍ରେମିକ ଅଶୋକ ସାହୁକୁ ଗାଡି ଚଢାଇ ହତ୍ୟାକଲା 1ମ ପ୍ରେମିକ ରଞ୍ଜନ ସେଠୀ । ପୋଲିସ୍ ଆଖିରେ ଧୂଳିଦେଇ ଏପରି ଏକ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରି ଶେଷରେ ବିଫଳ ହେଲା ହତ୍ୟାକାରୀ । ହତ୍ୟାକାରୀ ଜଣେ ଗାଡିଚାଳକ ହୋଇଥିବା ବେଳେ ସେ ଓ ତାର ଦୁଇ ସହଯୋଗୀ ଏବେ ପୋଲିସ୍ ହାତରେ ଧରାପଡିଲେ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗାଁରେ । ଦୁଇ ସାଥିଙ୍କ ସହଯୋଗରେ ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲା । ଏବେ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ରଞ୍ଜନ ଓ ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ୍ କରିବାକୁ ସକ୍ଷମ ହୋଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Body:
vo-01--ପ୍ରେମିକର ପ୍ରତାରଣାରୁ ଘଟିଛି ଏକ ଅଭିନବ ହତ୍ୟାକାଣ୍ଡ । 2ୟ ପ୍ରେମିକ ଅଶୋକ ସାହୁକୁ ଗାଡି ଚଢାଇଦେଇ ହତ୍ୟା କରିଛି 1ମ ପ୍ରେମିକ । ଅଭିଯୁକ୍ତ ଜଣେ ଟ୍ରକ୍ ଚାଳକ ହୋଇଥିବା ବେଳେ ଘଟଣା ପରଠାରୁ ଫେରାର ହୋଇଯାଇଥିଲା । ଏବଂ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ଏଭଳି ଏକ ବିସ୍ମୟକର ଘଟଣା ଘଟିଛି ସୁକିନ୍ଦା ଥାନା ଅନ୍ତର୍ଗତ ଦାମୋଦରପୁର ଗାଁରେ । ଏବେ ଅଭିଯୁକ୍ତ 2ୟ ପ୍ରେମିକକୁ ରାସ୍ତାର କଣ୍ଟା ଭାବି ହଟାଇବାକୁ ମନେ ମନେ ସ୍ଥିର କଲା ଅଭିଯୁକ୍ତ । ଦୁଇଜଣ ସହଯୋଗୀଙ୍କ ସହ ମୋବାଇଲରେ କଥାବାର୍ତ୍ତା ହୋଇ ଯୋଜନା ପ୍ରସ୍ତୁତ କରିଥିଲା ଅଭିଯୁକ୍ତ । 2ୟ ପ୍ରେମିକ ଜଣକ ଘରୁ ବାହାରିବା ଠାରୁ ଆରମ୍ଭ କରି ସମସ୍ତ ତଥ୍ୟ ପାଇଥିଲା ସେହି ଦୁଇ ସହଯୋଗୀଙ୍କ ଠାରୁ । ସେ ଗାଁର ଅନତି ଦୂରରେ ଏକ ନିର୍ଦ୍ଧିଷ୍ଟ ନିଛାଟିଆ ସ୍ଥାନରେ ଟ୍ରକ ଧରି ଅପେକ୍ଷା କରି ରହିଥିଲା 2ୟ ପ୍ରେମିକର ଆସିବା ବାଟକୁ । ଯୋଜନା ଅନୁସାରେ ସେହି ଯୁବକ ଜଣକ ଏକ ସ୍କୃଟିରେ ଟ୍ରକ୍ ଆଗକୁ ଆସିବା କ୍ଷଣି ତା ଉପରେ ଦୃତଗତିରେ ମାଡିଯାଇଥିଲା ଟ୍ରକ୍ । ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଦିନ ହତ୍ୟା ସନ୍ଦେହ କରି ମୃତକ ପରିବାର ଓ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ଥାନାରେ ହତ୍ୟା ଅଭିଯୋଗ କରିଥିଲେ ।
bite-01--କାର୍ତ୍ତିକ ଚନ୍ଦ୍ର ସାହୁ, ମୃତକ ଅଶୋକର ବାପା
bite-02--ପ୍ରକାଶ ଚନ୍ଦ୍ର ସାହୁ, ମୃତକର ଭାଇ
vo-02--ଅଭିଯୁକ୍ତ ପ୍ରେମିକ ହେଉଛି ସେହି ଦାମୋଦରପୁର ଗାଁର ରଞ୍ଜନ ସେଠୀ ନାମକ ଜଣେ ଟ୍ରକ୍ ଡ୍ରାଇଭର । ଗତ ବୁଧବାର ଦିନ ଘଟିଥିଲା ଏହି ଘଟଣା । ନିଜ ଗାଁର ଜଣେ ଯୁବତୀଙ୍କୁ ଭଲପାଇଥିଲା । ଯୁବତୀ ଜଣକ ପ୍ରାୟ ତିନି ମାସରୁ ଉର୍ଦ୍ଧ କାଳ ଅଭିଯୁକ୍ତ ଯୁବକ ରଞ୍ଜନ ସହିତ ସମ୍ପର୍କ ରଖିବା ପରେ ପ୍ରେମରେ ପ୍ରତାରଣା କରି ଅଶୋକକୁ ଭଲପାଇ ବସିଲା । ଏହାକୁ ବରଦାସ୍ତ କରିପାରିନଥିଲା ଅଭିଯୁକ୍ତ । ଅଶୋକ ସହିତ ରଞ୍ଜନର ଅନେକ ଥର କଳିଝଗଡା ଓ ମୁହାଁମୁହିଁ ପରିସ୍ତିତି ମଧ୍ୟ ସୃଷ୍ଟିହୋଇଥିଲା । ଶେଷରେ ତାକୁ ଟ୍ରକ ଚଢାଇ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି ସ୍ଥାନୀୟ ଅଞ୍ଚଳର ମାନବାଧିକାର କର୍ମୀ । ତେବେ ପୋଲିସର ଅନୁସନ୍ଧାନ ଏହି ଘଟଣାର ଖୁଲାସା କରିବା ସହ ଉନ୍ମୋଚନ କରିଛି ଏହାର ପ୍ରକୃତ ରହସ୍ୟ । ରଞ୍ଜନକୁ ଗିରଫ୍ କରିବା ସହ ତାର ଅନ୍ୟ ଦୁଇ ସହଯୋଗୀ ଚିନ୍ମୟ ମହାକୁଡ ଓ ପଞ୍ଚୁଆ ନାୟକଙ୍କୁ ମଧ୍ୟ ଗିରଫ୍ କରିବାକୁ ସକ୍ଷମ ହୋଇଛି ସୁକିନ୍ଦା ପୋଲିସ୍ । ଗିରଫ୍ ଅଭିଯୁକ୍ତ ମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ତେବେ ଏ ସମ୍ପର୍କରେ ଗଣମାଧ୍ୟମକୁ ସମସ୍ତ ସୂଚନା ଦେଇଛନ୍ତି କଳିଙ୍ଗନଗର ଅତିରିକ୍ତ ଏସପି ରାଜକିଶୋର ଦୋରା ।
bite-03--ବିଶ୍ବନାଥ ପାତ୍ର, ମାନବାଧିକାର କର୍ମୀ
bite-04--ରାଜକିଶୋର ଦୋରା, ଅତିରିକ୍ତ ଏସପି, କଳିଙ୍ଗନଗର

Conclusion:
fvo--ଏ ହେଉଛି ଟ୍ରାଙ୍ଗୁଲାର ଲଭର ଚରମ ପରିଣତି । ଜଣେ ପ୍ରେମିକକୁ ହତ୍ୟାକଲା ଆଉ ଜଣେ ପ୍ରେମିକ । ପ୍ରେମରେ ଅନ୍ଧହୋଇ ପ୍ରେମିକ ସାଜିଲା ଏବେ ହତ୍ୟାକାରୀ । ଜେଲର କାଳ କୋଠରୀ ହିଁ ଏବେ ତାର ହେବ ବସାଘର । ସେଇଠି ହିଁ ଭୋଗିବ ତାର କୃତକର୍ମର ଫଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.