ETV Bharat / state

ଆଇନଜୀବୀଙ୍କୁ ଆକ୍ରମଣ ସହ ହତ୍ୟା ଧମକ, ସଂଘର ସାମ୍ବାଦିକ ସମ୍ମିଳନୀ - ଆଇନଜୀବୀ ସଂଘର ସାମ୍ବାଦିକ ସମ୍ମିଳନୀ

ଯାଜପୁର ରୋଡ କୋର୍ଟର ଜଣେ ଆଇନଜୀବୀଙ୍କୁ ମାଡ଼ ମରା ସହ ହତ୍ୟା ମିଳିଛି ଧମକ। ନିଜ ଝିଅକୁ କିଛି ଯୁବକ ଅଶ୍ଳୀଳ ଇଙ୍ଗିତ ଦେବା ସହ କିଡନାପ କରିନେବାର ଧମକ ଦେଉଥିବାରୁ ସମ୍ପୃକ୍ତ ଆଇନଜୀବୀ ଏହାର ବିରୋଧ କରିଥିଲେ । ଫଳରେ ସମ୍ପୃକ୍ତ ଯୁବକମାନେ ସଙ୍ଗବଦ୍ଧ ହୋଇ ଆଇନଜୀବୀଙ୍କ ଘର ସମ୍ମୁଖରେ ବେକ କାଟି ହତ୍ୟା କରିବା ଧମକ ଦେଇଛନ୍ତି। ଅଧିକ ପଢନ୍ତୁ...

କୋର୍ଟର ଜନୈକ ଆଇନଜୀବୀଙ୍କୁ ହତ୍ୟା ଧମକ
କୋର୍ଟର ଜନୈକ ଆଇନଜୀବୀଙ୍କୁ ହତ୍ୟା ଧମକ
author img

By

Published : Jul 27, 2020, 9:58 PM IST

ଯାଜପୁର: ଯାଜପୁର ରୋଡ କୋର୍ଟର ଜଣେ ଆଇନଜୀବୀଙ୍କୁ ମାଡ଼ ମରା ସହ ହତ୍ୟା ମିଳିଛି ଧମକ। ନିଜ ଝିଅକୁ କିଛି ଯୁବକ ଅଶ୍ଳୀଳ ଇଙ୍ଗିତ ଦେବା ସହ କିଡନାପ କରିନେବାର ଧମକ ଦେଉଥିବାରୁ ସମ୍ପୃକ୍ତ ଆଇନଜୀବୀ ଏହାର ବିରୋଧ କରିଥିଲେ । ଫଳରେ ସମ୍ପୃକ୍ତ ଯୁବକମାନେ ସଙ୍ଗବଦ୍ଧ ହୋଇ ଆଇନଜୀବୀଙ୍କ ଘର ସମ୍ମୁଖରେ ବେକ କାଟି ହତ୍ୟା କରିବା ଧମକ ଦେଇଛନ୍ତି। ଏହା ସହ ତାଙ୍କୁ ଆକ୍ରମଣ କରି ମଟରସାଇକଲକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଆଇନଜୀବୀଙ୍କୁ ଆକ୍ରମଣ ସହ ହତ୍ୟା ଧମକ, ଆଇନଜୀବୀ ସଂଘର ସାମ୍ବାଦିକ ସମ୍ମିଳନୀ

ତେବେ ପୋଲିସ ଅଭିଯୁକ୍ତମାନଙ୍କ ପ୍ରତି କୋହଳ ଦଫା ଲଗାଇବା ସହ ଜଣଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ ହୋଇଛି। ଫଳରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ତାଙ୍କୁ ପୁଣିଥରେ ଧମକ ଦେଇଥିବା ଆଇନଜୀବୀ ସୋମବାର ଏକ ପ୍ରେସମିଟରେ ପ୍ରକାଶ କରିଛନ୍ତି । ଯଦି ଆସନ୍ତା ସାତଦିନ ମଧ୍ୟରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ ରାଜରାସ୍ତାକୁ ଓହ୍ଲାଇବା ସହ କୋର୍ଟ ବନ୍ଦ କରାଯିବ ବୋଲି ଆଇନଜୀବୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.