ETV Bharat / state

ସାରୁଆବିଲ ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଧାରଣା - ଯାଜପୁର ସାରୁଆବିଲ ଖଣି

ସାରୁଆବିଲ ଓ କମର୍ଦ୍ଦା ଖଣିରେ ଛଟେଇ ଶ୍ରମିକଙ୍କ ଆନ୍ଦୋଳନ । ପୁନଃ ନିଯୁକ୍ତି ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଛଟେଇ ହୋଇଥିବା ଶ୍ରମିକ ଓ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ସାରୁଆବିଲ ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଧାରଣା

author img

By

Published : Oct 20, 2022, 10:19 AM IST

ଯାଜପୁର: ସାରୁଆବିଲ ଓ କମର୍ଦ୍ଦା ଖଣିରେ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ଦାବିରେ ଧାରଣା । ଏନେଇ ସ୍ଥାନୀୟ ବାସିନ୍ଦା ଓ ଛଟେଇ ହୋଇଥିବା ଶ୍ରମିକମାନେ ଆଜି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ସୂଚନାମୁତାବକ ଦୀର୍ଘଦିନ ହେବ ସୁକିନ୍ଦା ଖଣି ଅଞ୍ଚଳରେ ଥିବା କମର୍ଦ୍ଦା ଓ ସାରୁଆବିଲ ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଶ୍ରମିକ । ହେଲେ ଉଭୟ ଖଣିକୁ ଟାଟା କମ୍ପାନୀ ନେବା ପରେ କାମ କରୁଥିବା ଶ୍ରମିକଙ୍କୁ କାର୍ଯ୍ୟରୁ ଛଟେଇ କରି ଦିଆଯାଇଛି । ଖାଲି ସେତିକି ନୁହେଁ, ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି ଖଣିରେ ନିଯୁକ୍ତି ଦିଆଯାଉଛି । ଯାହାକୁ ନେଇ ଛଟେଇ ହୋଇଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପାଖରେ ରୋଜଗାର ନଥିବାରୁ ଏମାନେ ଭୋକ ଉପବାସରେ ପଡି ରହିଛନ୍ତି । ଏହାସହ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।

ସାରୁଆବିଲ ଖଣିରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ ଧାରଣା

ଏନେଇ ବୁଧବାର ଗ୍ରାମବାସୀ ଓ ଛଟେଇ ହୋଇଥିବା ଶ୍ରମିକ ମାନେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପରେ କଳିଙ୍ଗନଗର ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବର ୫ତାରିଖ ସୁଦ୍ଧା ଆନ୍ଦୋଳନକାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଏ ସମ୍ପର୍କରେ ରାଜ୍ୟ SUCI କମିଟି ସଭ୍ୟ ସୁରେଶ ପ୍ରଧାନ କହିଛନ୍ତି, ''2020 ମାର୍ଚ୍ଚରେ ସାରୁଆବିଲ ଓ କମର୍ଦ୍ଦା ଖଣିରେ ଲୋକଙ୍କୁ ନିଯୁକ୍ତି ଦିଆଗଲା । ଶିଳ୍ପ ଏବଂ କାରଖାନାର ନିୟମ ଅନୁସାରେ କଣ୍ଟ୍ରାକ୍ଟର ବଦଳିଯାଇପାରେ କିନ୍ତୁ ଯେଉଁମାନେ ଶ୍ରମିକ ସେମାନେ ଆଜି ବି ପୂର୍ବ ଭଳି କାମ କରନ୍ତି । କିନ୍ତୁ 2020ରେ କମର୍ଦ୍ଦା ଖଣିରେ ଯେତେବେଳେ ଟିଏସଏମଏଲ ଆସିଲା ସେହିଦିନ ଠାରୁ ଏଠାରେ କାମ କରୁଥିବା ଶ୍ରମିକଙ୍କୁ ଛଟେଇ କରାଯାଇଛି । ତେଣୁ ଏହି ଛଟେଇ ଲୋକଙ୍କୁ ତୁରନ୍ତ କାମ ଦିଆଯାଉ । ଏହା ଆମର ପ୍ରଥମ ଦାବି । ସେହିପରି କଂଅସ ପଞ୍ଚାୟତରେ ରହିଥିବା 2ଟା ଖଣି ସାରୁଆବିଲ ଓ କମର୍ଦ୍ଦା ଖଣିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ।’’

ଏହି ଅଞ୍ଚଳରେ ଦୁଇଟା ଖଣି ଥିବା ସତ୍ତ୍ବେ ଯୁବକ ଯୁବତୀ ବାହାରକୁ ଖଟିବାକୁ ଯାଉଛନ୍ତି । ଖଣି କଣ୍ଟ୍ରାକଟରମାନେ ବାହାରୁ ଲୋକଙ୍କୁ ଆଣି ଖଣିରେ ଶ୍ରମିକ ଭାବେ କାମ କରାଉଛନ୍ତି । ତେଣୁ ଖଣି ଅନ୍ତର୍ଗତ ଯେଉଁ ସବୁ ଗାଁ ଅଛି ସେଠିକାର ବେକାର ଯୁବକ ଯୁବତୀଙ୍କୁ ତୁରନ୍ତ କାମ ଯୋଗାଇ ଦିଆଯାଉ । ଏନେଇ ସ୍ଥାନୀୟ ପ୍ରଶାସନ, ଖଣି କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନଙ୍କ ଠାରେ ଗୁହାରି କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଏପରିକି ଗତ ଜୁନ 10 ତାରିଖରେ ଯାଜପୁର ରୋଡ ଡିଡିଏମଙ୍କ ଅଫିସରେ ଏଡିଏମ ଓ ଟାଟା କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଶ୍ରମିକ ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ସେଠାରେ ନିଷ୍ପତ୍ତି ବି ନିଆଯାଇଥିଲା ଯେ ମାସେ ଭିତରେ ସମସ୍ତ ସମସ୍ୟାର ସମାଧାନ ହେବ । ଇତି ମଧ୍ୟରେ ମାସ ପରେ ମାସ ବିତି ଯାଇଛି ହେଲେ ଏଯାଏଁ କୌଣସି ଛଟେଇ ହୋଇଥିବା ଶ୍ରମିଙ୍କୁ ନିଯୁକ୍ତି ମିଳିନାହିଁ । ଏହା ପ୍ରତିବାଦରେ ବୁଧବାର ସାରୁଆବିଲ ଓ କମର୍ଦ୍ଦା ଖଣିର ଛଟେଇ ହୋଇଥିବା ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଛି ସେ ପର୍ଯ୍ୟନ୍ତ ଧାରଣା ଏମିତି ଚାଲୁ ରହିବ''।

ସେହିପରି ଧାରଣାରେ ବସିଥିବା ସ୍ଥାନୀୟ ବାସିନ୍ଦା ବୀନତି ହାଇବୃ କହିଛନ୍ତି, ‘‘ଆମେ ଆଗେ ଏଠାରେ ଚାକିରି କରିଥିଲୁ । ଏବେ ଆମକୁ ଏଠାରୁ ବାହାର କରିଦିଆଯାଇଛି । ଏହି ଖଣିରେ ଗାଁ ଲୋକଙ୍କୁ କାମ ଦିଆନଯାଇ ବାହାର ଲୋକଙ୍କୁ କାମ ଦିଆଯାଉଛି । ଆମର କାମ ନଥିବାରୁ ପାଖରେ ପଇସା ବି ନାହିଁ । ଖାଇବାକୁ ଗଣ୍ଡେ ମିଳୁନି । ତେଣୁ ଭୋକ ଉପବାସରେ ଆମେ ଦିନ କାଟୁଛୁ ବୋଲି ଛଳଛଳ ଆଖିରେ କହିଥିଲେ ।’’ ଏପରିକି ଜିଲ୍ଲାପାଳଙ୍କ ଆଗରେ ସମସ୍ୟା ସମ୍ପର୍କରେ ଗୁହାରି ବି କରିଛୁ । ହେଲେ ସେ ବି କିଛି ଶୁଣୁନାହାଁନ୍ତି । ଯଦି ଜିଲ୍ଲାପାଳ ଶୁଣନ୍ତେ ତାହାଲେ ଆମ ଦୁଃଖ ଦୂର ହୁଅନ୍ତା ବୋଲି କହିଛନ୍ତି । ତେଣୁ ଯେତେ ପର୍ଯ୍ୟନ୍ତ ଜିଲ୍ଲାପାଳ ଆମ କଥା ନଶୁଣିଛନ୍ତି ସେତେ ପର୍ଯ୍ୟନ୍ତ ଆମେ ଏଇଠି ବସିବୁ, ଘରକୁ ବି ଯିବୁନି ।

ସେହିପରି ଧାରଣାରେ ବସିଥିବା ଛଟେଇ ଶ୍ରମିକ କହିଛନ୍ତି, ''ସାରୁଆବିଲ ଓ କମର୍ଦ୍ଦା ଖଣିରେ ଆମେ କାମ କରୁଥିଲୁ । ହେଲେ ଟାଟା ମାଇନ୍ସ ଆସିବା ପରଠୁ ଆମ କମ୍ପାନୀ ଆମକୁ ନରଖି ଛଟେଇ କରିଦେଇଛି । ଏହାସହ ବାହାର ଲୋକଙ୍କୁ କାମ ଦେଉଛି । ତେଣୁ ଆମକୁ ଯଦି କାମରେ ନରଖୁଛ ତେବେ ଯେ ପର୍ଯ୍ୟନ୍ତ ଚାକିରି ଅଛି ସେତେ ଦିନ ଯାଏଁ ଆମକୁ ଦରମା ଦିଅ''।

ଇଟିଭି ଭାରତ, ଯାଜପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.