ETV Bharat / state

ମିଳୁନି ଦରମା, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ - ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଜାଗୃତି ନାମକ ଠିକା ସଂସ୍ଥା ଶତାଧିକ କର୍ମଚାରୀଙ୍କୁ ତାଙ୍କର ଦୁଇି ମାସର ପାଉଣା ନଦେଇ କାମରୁ ବିରତି ଦେଇଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଆନ୍ଦୋଳନ କରିଛନ୍ତି ।

ମିଳୁନି ଦରମା: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
author img

By

Published : Oct 5, 2019, 11:00 PM IST

ଯାଜପୁର: ଜିଲ୍ଲାର ବ୍ୟାସନଗର ପୌରପରିଷଦ ଅଧିନରେ ସଫେଇ କାର୍ଯ୍ୟରେ ନିୟୋଜିତ ଶତାଧିକ କର୍ମଚାରୀଙ୍କୁ ତାଙ୍କର ଦୁଇି ମାସର ପାଉଣା ନଦେଇ ଜାଗୃତି ନାମକ ଠିକା ସଂସ୍ଥା କାମରୁ ବିରତି ଦେଇଥିବା ଅଭିଯୋଗ ହୋଇଛି । ଯାହା ପ୍ରତିବାଦରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ମିଳୁନି ଦରମା: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ । ଯେଉଁ କାରଣରୁ ସମସ୍ତଙ୍କୁ ବୋନସ ଦିଆଯାଉଛି । ମାତ୍ର ଏହି କର୍ମଚାରୀଙ୍କୁ ବୋନସ ବଦଳରେ ଚାକିରୀରୁ ଛଟେଇ କରାଯାଉଛି । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ପାଇଖାନା, ନାଳ ନର୍ଦ୍ଦମା ସଫା କରିବା କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ନଦେବା ଦ୍ବାରା ସେମାନେ ହତାଶ ହୋଇ ପଡିଛନ୍ତି ।

ଅଭିଯୋଗ ଅନୁସାରେ, ଶ୍ରମିକଙ୍କୁ ଅଗଷ୍ଟ ଏବଂ ସେପ୍ଟେମ୍ବର ଦୁଇ ମାସର ଦରମା ପାଇନଥାନ୍ତି । ଯେଉଁ କାରଣରୁ ସେମାନେ ବକେୟା ପାଉଣା, ବୋନସ ଓ ସ୍ଥାୟି କାମ ପାଇଁ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଆଗାମି ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଏହି କର୍ମଚାରୀଙ୍କ ମଧ୍ୟରେ ଅନେକ ମହିଳା ଥିବା ଜଣା ପଡିଛି । ତେବେ ଏନେଇ ଜାଗୃତି ଏବଂ ପୌର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ କାର୍ଯ୍ୟାଳୟ ବନ୍ଦ ଥିବା କାରଣରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:SLUG - WORKING LABOUR STRIKE
FORMAT – AVB
REPORT – Gyanaranjan ojha
PLACE – JAJPUR
DATE –05 . 10 . 19
ଆଙ୍କର – ଯାଜପୁର ବ୍ୟାସନଗର ପୌରପରିଷଦ ଅଧିନରେ ସଫେଇ କାର୍ଯ୍ୟରେ ନିୟୋଜିତ ଜାଗୃତି ନାମକ ଠିକାସଂସ୍ଥା ଶତାଧିକ କର୍ମଚାରୀଙ୍କୁ ତାଙ୍କର ଦୁଇି ମାସର ପାଉଣା ନଦେଇ କାମରୁ ବିରତି କରିଥିବା ଅଭିଯୋଗ ହୋଇଛି । ଯାହା ପ୍ରତିବାଦରେ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନେ ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଭିଯୋଗ ଅନୁଯାଇ ଏମାନଙ୍କୁ ବର୍ତମାନ ପାର୍ବଣର ଋତୁ ଚାଲିଥିବା ବେଳେ ବିଭିନ୍ନ ସଂସ୍ଥାରେ ବୋନସ ଦିଆ ଯାଉଥିବା ବେଳେ ସମ୍ପୃକ୍ତ କର୍ମଚାରୀ ମାନଙ୍କୁ ବୋନସ ବଦଳରେ ଚାକିରୀରୁ ଛଟେଇ କରିବା ଏମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ପାଇଖାନା ,ନାଳ ନର୍ଦମା ସଫା କରିବା ଠାରୁ ଆରମ୍ଭ କରି ଏଭଳି ନିମ୍ନ କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ନଦେବା ଦ୍ୱାରା ସେମାନେ ହତାଶ ହୋଇ ପଡିଛନ୍ତି । ଫଳରେ ଶ୍ରମିକ ମାନେ ଅଗଷ୍ଟ ଏବଂ ସେପ୍ଟେମ୍ବର ଦୁଇ ମାସର ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ସେମାନେ ବକେୟା ପାଉଣା ଓ ବୋନସ ଓ ସ୍ଥାୟି କାମ ପାଇଁ ସେମାନେ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଆଗାମି ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନି ଦେଇଛନ୍ତି । ଏହି ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ବହୁ ମହିଳା ଥିବା ଜଣା ପଡିଛି । ଜାଗୃତି ଏବଂ ପୌର ସଂସ୍ଥା ସହିତ ଯୋଗାଯୋଗ କରିଥିଲେ ମଧ୍ୟ କାର୍ଯ୍ୟାଳୟ ବନ୍ଧ ଯୋଗୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ବାଇଟ-୧-ଗଙ୍ଗା ମୁଖୀ, ସଫେଇ କର୍ମଚାରୀ
Bite-୨-ସମୀର ମୁଖୀ,ସଫେଇ କର୍ମଚାରୀ
ବାଇଟ – ବାବାଜି ମୁଖି ,
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.