ETV Bharat / state

ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ଧାରଣା - ସରକାରଙ୍କ 5 ଟି ଯୋଜନା

ଯାଜପୁର ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଓ ସାମାଜିକ ସୁରକ୍ଷା ପାଇଁ 13 ଦଫା ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ଶ୍ରମିକ । ସରକାରଙ୍କ ‘5ଟି’ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର
author img

By

Published : Nov 22, 2019, 8:55 PM IST

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକମାନେ 13 ଦଫା ଦାବି ନେଇ ପ୍ରତିବାଦ ସଭା କରାଯିବା ସହ ଗଣଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

ଯାଜପୁର ଜିଲ୍ଲା ଅଣ ସଂଗଠିତ ଶ୍ରମିକ ସଂଗଠନର ସମନ୍ବୟ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଦୀର୍ଘଦିନ ହେବ ବନ୍ଦ ରହିଥିବା ବେଳେ ଏହାକୁ ତୁରନ୍ତ ଆରମ୍ଭ କରାଯିବା, ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା, ଯଥା ସାଇକେଲ, ଯନ୍ତ୍ରପାତି, ମୃତ୍ୟୁଜନିତ, ବିବାହ, ଶିକ୍ଷାବୃତ୍ତି, ପ୍ରସୂତି କାଳୀନ ଓ ନିର୍ମାଣ ଶ୍ରମିକ ପକ୍କାଘର ଆଦି ସହାୟତା ତୁରନ୍ତ ପ୍ରଦାନ କରାଯିବା । ଏହା ସହ ଶ୍ରମ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ୫-ଟି ଲାଗୁ କରାଯିବା, ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳାଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ପଞ୍ଜିକରଣ କରାଯିବା, ଶ୍ରମ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକ ଓ ଶ୍ରମିକ ନେତା ମାନଙ୍କୁ ଅପେକ୍ଷା ଗୃହ ଯୋଗାଇ ଦେବା ଆଦି ୧୩ ଗୋଟି ଦାବି ସ୍ଥାନ ପାଇଛି ।

ଏହି ପ୍ରତିବାଦ ସଭା ଓ ଗଣଧାରଣାରେ ୫୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଶ୍ରମିକ ସାମିଲ ହୋଇଥିଲେ । ତେବେ ଯଥାଶୀଘ୍ର ଦାବି ଗୁଡିକ ପୂରଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ଶ୍ରମ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug – LABOUR PROTEST
Format – AVO
Reporter – Gyanaranjan ojha
Place - Jajpur
Date - 22.11.2019
Anchor –ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଆଜି ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଗଠନର ସମନ୍ୱୟ କମିଟି ପକ୍ଷରୁ ୧୩ ଦଫା ଦାବୀ ନେଇ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଏକ ପ୍ରତିବାଦ ସଭା କରାଯିବା ସହ ଗଣଧାରଣା ଦିଆଯାଇଛି । ଦାବୀ ଗୁଡିକ ମଧ୍ୟରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଦିର୍ଘଦିନ ହେବ ବନ୍ଦ ରହିଥିବା ବେଳେ ଏହାକୁ ତୁରନ୍ତ ଆରମ୍ଭ କରାଯିବା, ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା, ଯଥା ସାଇକେଲ, ଯନ୍ତ୍ରପାତି, ମୃତ୍ୟୁଜନିତ, ବିବାହ, ଶିକ୍ଷାବୃତି, ପ୍ରସୂତି କାଳୀନ ଓ ନିର୍ମାଣ ଶ୍ରମିକ ପକ୍କାଘର ଆଦି ସହାୟତା ତୁରନ୍ତ ପ୍ରଦାନ କରାଯିବା, ଶ୍ରମ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ୫-ଟି ଲାଗୁ କରାଯିବା, ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କିନ୍ନର ଓ ମହିଳାମାନଙ୍କୁ ଅଣସଂଗଠିତ ଶ୍ରମିକ ଭାବେ ପଞ୍ଜିକରଣ କରାଯିବା, ଶ୍ରମ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଶ୍ରମିକ ଓ ଶ୍ରମିକ ନେତା ମାନଙ୍କୁ ଅପେକ୍ଷା ଗୃହ ଯୋଗାଇ ଦେବା ଆଦି ୧୩ ଗୋଟି ଦାବୀ ସ୍ଥାନ ପାଇଛି । ଏହି ପ୍ରତିବାଦ ସଭା ଓ ଗଣଧାରଣାରେ ୫୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଶ୍ରମିକ ସାମିଲ ହୋଇଥିଲେ । ତେବେ ଯଥାଶିଘ୍ର ଏହି ଦାବୀ ଗୁଡିକ ପୁରଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହ ଶ୍ରମ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ଅଚଳ କରିଦିଆଯିବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.