ETV Bharat / state

ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ, କ୍ଷତିପୂରଣ ଦାବୀରେ କାରଖାନା ଘେରିଲେ ଗ୍ରାମବାସୀ

ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ କାରଖାନାରେ ଉତ୍ତେଜନା । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ କେଜେ ଇସ୍ପାତ କାରଖାନାରେ ସୃଷ୍ଟି ହୋଇଛି ଏହି ଉତ୍ତେଜନା ।

author img

By

Published : May 2, 2019, 3:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ କାରଖାନାରେ ଉତ୍ତେଜନା । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ କେଜେ ଇସ୍ପାତ କାରଖାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ମୁତାବକ, ଗତ 28 ତାରିଖ ଦିନ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ସାଇଡ ରେ ତତଲା ପାଉଁଶରେ ପୋଡିହୋଇ ବାଳୁଙ୍ଗାବନ୍ଦୀ ଗାଁର ନାରାୟଣ ପାତ୍ର ନାମକ ଜଣେ ଶ୍ରମିକ ଗୁରୁତର ହୋଇ ପଡିଥିଲେ । ଦୁର୍ଘଟଣାରେ ତାଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ପୋଡିଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ମୃତକଙ୍କ ପରିବାରରୁ ଜଣଙ୍କୁ କାରଖାନାରେ ସ୍ଥାୟୀ ନିଯୁକ୍ତି ଓ 8 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବୀ କରିଛନ୍ତି ଗ୍ରାମବାସୀ ଓ ମୃତକଙ୍କ ପରିବାର ବର୍ଗ । ଏନେଇ ସେମାନେ କାରଖାନା ସମ୍ମୁଖରେ ଶବରଖିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ କାରଖାନା କର୍ତ୍ତୃପକ୍ଷ, ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ମୃତକ ପରିବାରରୁ ଜଣକୁ ନିଯୁକ୍ତି ଓ 5ଲକ୍ଷ 75 ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ କାରଖାନା ପକ୍ଷରୁ ଘୋଷଣା କରାଯାଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

xxc

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.