ETV Bharat / state

ଥାନାଧିକାରୀଙ୍କ ମହତ କାର୍ଯ୍ୟ, ରାସ୍ତାରେ ପଡିଥିବା ଗଛ ନିଜେ ସଫା କଲେ

author img

By

Published : May 26, 2021, 10:31 PM IST

ବାତ୍ୟା ଯୋଗୁଁ କୋରେଇ ବ୍ଲକର ଧନେଶ୍ୱର, ବାରଦା ଗାଁର ମୁଖ୍ୟ ରାସ୍ତାରେ ଉପୁଡି ପଡିଥିଲା ଗଛ । ଗଛକୁ କାଟି ରାସ୍ତା ସଫା କଲେ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି । ଅଧିକ ପଢନ୍ତୁ...

ଥାନାଧିକାରୀଙ୍କ ମହତ କାର୍ଯ୍ୟ, ରାସ୍ତାରେ ପଡିଥିବା ଗଛ ନିଜେ ସଫା କଲେ
ଥାନାଧିକାରୀଙ୍କ ମହତ କାର୍ଯ୍ୟ, ରାସ୍ତାରେ ପଡିଥିବା ଗଛ ନିଜେ ସଫା କଲେ

ଯାଜପୁର: ବାତ୍ୟା ଯୋଗୁଁ କୋରେଇ ବ୍ଲକର ଧନେଶ୍ୱର, ବାରଦା ଗାଁର ମୁଖ୍ୟ ରାସ୍ତାରେ ଉପୁଡି ପଡିଥିଲା ଗଛ । ଗଛକୁ କାଟି ରାସ୍ତା ସଫା କଲେ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି । ସୂଚନା ମୁତାବକ ବାତ୍ୟା ୟସର ପବନ ବେଗ ଓ ବର୍ଷା ଯୋଗୁଁ କୋରେଇ ବ୍ଲକର ସାଦକପୁର, ବାରଦା ଓ ଧନେଶ୍ୱର ଗାଁର ମୁଖ୍ୟ ରାସ୍ତାରେ ୧୦ରୁ ଊର୍ଦ୍ଧ୍ବ ଗଛ ଉପୁଡି ପଡିଥିଲା । ଯାହାଫଳରେ ଲୋକମାନେ ଯିବାଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ସେପଟେ ପବନ ବର୍ଷା ଯୋଗୁଁ କୌଣସି ଲୋକ ବାହାରକୁ ଆସି ପାରୁନଥିଲେ । ଯାହାଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଗଛ ଗୁଡିକ ପଡି ରହିଥିଲା । ଏହି ଖବର ପାଇ ଥାନା ଅଧିକାରୀ ଗଛ କଟା ମେସିନ ଆଣି ନିଜେ କାଟିବା ସହିତ ରାସ୍ତାରୁ କର୍ମଚାରୀଙ୍କ ଦ୍ୱାରା ସଫା କରିଥିଲେ । ତେବେ ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତିଙ୍କ ଏଭଳି କାର୍ଯ୍ୟ ସାଧାରଣରେ ପ୍ରଶଂସା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.