ETV Bharat / state

ଟ୍ରକ ସଂଘ ମଧ୍ୟରେ ଟଣାଓଟରା, ଅଚଳ କାଳିଆପାଣି ଖଣି ପରିବହନ - truck administration

ଖଣି ପରିବହନକୁ କେନ୍ଦ୍ର କରି କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ଦୀର୍ଘ 10 ଦିନ ହେବ ବନ୍ଦ ରହିଛି। ତେବେ ଟ୍ରକ ମାଲିକ ସଂଘଙ୍କ ଛକାପଞ୍ଝା ଭିତରେ ଅଚଳ ଖଣି ପରିବହନ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର
author img

By

Published : Aug 29, 2019, 6:34 PM IST

ଯାଜପୁର: କାଳିଆପାଣି ଖଣି ଅଞ୍ଚଳରେ ଖଣି ପରିବହନକୁ କେନ୍ଦ୍ର କରି ଲାଗିରହିଛି ଛକାପଞ୍ଝା ଓ ଟଣାଓଟରା । ବିଗତ ୧୦ ଦିନ ହେବ ଖଣି ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଖଣି ପରିବହନ ପାଇଁ ହାଇକୋର୍ଟ ଦେଇଥିବା ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଜିଦ ଧରିବା ପଂଳରେ ଏହି ବିବାଦ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଏନେଇ ସଂଘ ପକ୍ଷରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜିଲ୍ଲା ପ୍ରଶାସନ ଠାରୁ ଜବାବ ତଲବ ରିପୋର୍ଟ ମାଗିଛନ୍ତି । ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଖଣି ଅଞ୍ଚଳରେ ଶାନ୍ତି ଫେରାଇବା ପାଇଁ ଦାବି କରିଥିଲେ । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

ଏହି ନିୟମ କାର୍ଯ୍ୟକାରୀ କରାଗଲେ ଜିଲ୍ଲା ଓ ରାଜ୍ୟ ବାହାରର ଟ୍ରକ ମାଲିକ ମାନେ ଲାଭବାନ ହେବେ ଓ ସ୍ଥାନୀୟ ଟ୍ରକ ମାଲିକ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଯୁକ୍ତି ବାଢ଼ିଛି ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ । ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ଦାବିକୁ ଅନ୍ୟ କେତେକ ଟ୍ରକ ମାଲିକ ସଂଘ ବିରୋଧ କରିଛନ୍ତି। ତେବେ ସମସ୍ତ ଟ୍ରକ ମାଲିକ ସଂଘ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଖଣି ପରିବହନ ସୁରୁଖୁରରେ ହେବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

ସେପଟେ ଖଣି ପରିବହନ ବିବାଦ ପଂଳରେ କଞ୍ଚାମାଲ ଅଭାବ କାରଣ ଦର୍ଶାଇ କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ତେଣୁ ଏଠାରେ ଶାନ୍ତି ପେଂରାଇ ଆଣିବା ସହିତ ତୁରନ୍ତ ଖଣି ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବୀ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug :Truck loading problem
format : pkg
Reporter : Gyanaranjan ojha
Place : JAJPUR
Date : 29.08.2019
ଆଙ୍କର-କେବେ ପେଂରିବ ଯାଜପୁର କାଳିଆପାଣି ଖଣି ଅଂଚଳରେ ସ୍ୱାଭାବିକ ଅବସ୍ଥା? ଜିଲା ପ୍ରଶାସନ ଓ ଟ୍ରକ ମାଲିକ ସଂଘ ମଧ୍ୟରେ ଲାଗିଥିବା ବିବାଦ କେବେ ସମାଧାନ ହେବ? ଜିଲା ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଧେଶକୁ କାର୍ଯ୍ୟକାରି କରିବା ପାଇଁ ଜିଦ ଧରିଥିବା ବେଳେ ଟ୍ରକ ମାଲିକ ସଂଘ ସଂଘର ସହଯୋଗରେ ପରିବହନ କାର୍ଯ୍ୟ କରିବାକୁ ଜିଦ ଧରିଛି । ଏ ନେଇ ସଂଘ ପକ୍ଷରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏ ନେଇ ଜିଲା ପ୍ରଶାସନ ଠାରୁ କୈପଂତ ତଲବ କରି ରିପୋର୍ଟ ମାଗିଛନ୍ତି । ଟ୍ରକ ମାଲିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଭେଟି ତୁରନ୍ତ ଖଣି ଅଂଚଳରେ ଶାନ୍ତି ପେଂରାଇବା ପାଇଁ ଦାବିକରିିଥିଲେ । ସେପଟେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି

Body:
ଭିଓ-1-କାଳିଆପାଣି ଖଣି ଅଂଚଳରେ ଖଣି ପରିବହନକୁ କେନ୍ଦ୍ର କରି ଲାଗିରହିଛି ଛକାପଞ୍ଝା । ବିଗତ ୧୦ ଦିନ ହେବ ଖଣି ପରିବହନ ସଂପୁର୍ଣ୍ଣ ବନ୍ଦ ହୋଇଯାଇଛି । ଖଣି ପରିବହନ ପାଇଁ ହାଇକୋର୍ଟ ଦେଇଥିବା ପାଂଷ୍ଟ କମ୍ ପାଂଷ୍ଟ ଲୋଡ ନିୟମକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନ ଜିଦ ଧରିବା ପଂଳରେ ବିବାଦ ଦେଖାଦେଇଛି । ଏହି ନିୟମ କାର୍ଯ୍ୟକାରୀ କରାଗଲେ ଜିଲା ଓ ରାଜ୍ୟ ବାହାରର ଟ୍ରକ ମାଲିକ ମାନେ ଲାଭବାନ ହେବେ ଓ ସ୍ଥାନୀୟ ଟ୍ରକ ମାଲିକ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଯୁକ୍ତି ବାଢ଼ିଛି ସୁକିନ୍ଦା ମିନେରାଲ ଟ୍ରକ ମାଳିକ ସଂଘ । ଏ ନେଇ ହାଇକୋର୍ଟ ଏକ ରାୟରେ ସ୍ଥାନୀୟ ଟ୍ରକ ମାଲିକ ସଂଘର ହସ୍ତକ୍ଷେପ ସଂପର୍କରେ ଜିଲାପାଳଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ସଂଘ ପକ୍ଷରୁ ଜିଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ରାୟ ପ୍ରଦାନ କରାଯାଇଛି ।
ବାଇଟ୍:ବିଦ୍ୟାଧର ପାତ୍ର,ସଭାପତି,ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ
:ପ୍ରପୁଂଲ୍ଲ ଘଡେଇ,ଉପଦେଷ୍ଟା,ଟ୍ରକ ମାଲିକ ସଂଘ
ଭିଓ-୨-ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ଦାବିକୁ ବିରୋଧ କରିଛନ୍ତି ଅନ୍ୟ କେତେକ ଟ୍ରକ ମାଲିକ ସଂଘ । ଏମାନଙ୍କ ଦାବୀ ହେଉଛି ଖଣି ପରିବହନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଧେଶ ପାଂଷ୍ଟ କମ୍ ପାଂଷ୍ଟ ଲୋଡ ନିୟମ କାର୍ଯ୍ୟକାରି କରାଯାଉ । ବାରମ୍ବାର ଏ ନେଇ ଜିଲାପ୍ରଶାସନକୁ ଅବଗତ କରିଛନ୍ତି ଅନ୍ୟ ଟ୍ରକ ମାଲିକ ସଂଘ । ପ୍ରଥମେ ଖଣି ପରିବହନକୁ ନେଇ ସଂଘ ସଂଘ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବାରମ୍ବାର ଆଲୋଚନା କରାଯାଇଛି । ତେବେ ସମସ୍ତ ଟ୍ରକ ମାଲିକ ସଂଘ ମଧ୍ୟରେ ସୁ ସଂପର୍କ ସ୍ଥାପନ କରିବା ସହିତ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରି ଖଣି ପରିବହନ ସୁରୁଖୁରରେ ହେବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

Conclusion:
ପାଂଭିଓ-ସେପଟେ ଖଣି ପରିବହନ ବିବାଦ ପଂଳରେ କଂଚାମାଲ ଅଭାବ କାରଣ ଦର୍ଶାଇ କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ତେଣୁ ଏଠାରେ ଶାନ୍ତି ପେଂରାଇ ଆଣିବା ସହିତ ତୁରନ୍ତ ଖଣି ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବୀ ହୋଇଛି /
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.