ETV Bharat / state

JSW ସିମେଣ୍ଟ କରଖାନାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଧାରଣା

author img

By

Published : Apr 13, 2022, 9:46 PM IST

ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ JSW ସିମେଣ୍ଟ କରଖାନାରେ ଲୋଡିଂ ବେଲ୍ଟରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

JSW ସିମେଣ୍ଟ କରଖାନାରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ଧାରଣା

ଯାଜପୁର: ଜିଲ୍ଲାର କଳିଙ୍ଗନଗର ସ୍ଥିତ JSW ସିମେଣ୍ଟ କରଖାନାରେ ଲୋଡିଂ ବେଲ୍ଟରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ତେବେ କ୍ଷତିପୂରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ଶ୍ରମିକମାନେ ଧାରଣାରେ ବସିଛନ୍ତି । ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଗୌତମ ଜାନା ବୋଲି ଜଣାପଡିଛି ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କଳିଙ୍ଗନଗର ସ୍ଥିତ JSW କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ଗୌତମ ଜାନା ନାମକ ଜଣେ ଶ୍ରମିକ ଲୋଡିଂ ବେଲ୍ଟରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଆହତ ଶ୍ରମିକଙ୍କୁ ତୁରନ୍ତ ସ୍ଥାନୀୟ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ଶ୍ରମିକଙ୍କ ମୃତଦେହ କାରଖାନା ଫାଟକ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରିଛି ଶ୍ରମିକ ସଂଘ ।

ଯାହାଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ସ୍ଥାନୀୟ ଅତିରିକ୍ତ ତହସିଲଦାର ଓ ଯଖପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ବୁଝାସୁଝା କରିବା ସହ କାରଖାନା କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.