ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା: ରିମାଣ୍ଡ ଶେଷ ପରେ ଜେଲ ଗଲା ରାକେଶ

author img

By

Published : Feb 5, 2021, 2:19 PM IST

ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶର ରିମାଣ୍ଡ ଶେଷ ହେବା ପରେ ତାକୁ ପୁଣି ଜେଲକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ...

Jharaphula murder case: Rakesh went to jail after 3 days of remand
ଝରାଫୁଲ ମୃତ୍ୟୁ ଘଟଣା: ରିମାଣ୍ଡ ପରେ ଜେଲକୁ ଗଲା ରାକେଶ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁକୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ସମସ୍ତ ମେଡିକାଲ ରିପୋର୍ଟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଶୁକ୍ରବାର ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶର 3 ଦିନିଆ ରିମାଣ୍ଡ ଶେଷ ହୋଇଥିବା ବେଳେ ପୋଲିସ କୁଆଖିଆ ଥାନାରୁ ନେଇ ଯାଜପୁର ଦୌରାଜଜ୍‌ କୋର୍ଟରେ ହାଜର କରିଥିଲା । କୋର୍ଟ ସମସ୍ତ ମେଡିକାଲ ରିପୋର୍ଟକୁ ଯାଞ୍ଚ କରିବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ରାକେଶ ପାଇଁ ପୋଲିସ ପୁନଃ ରିମାଣ୍ଡ ମାଗିନଥିବା ବେଳେ କେହି ମଧ୍ୟ ଜାମିନ ଆବେଦନ କରିନାହାନ୍ତି । ତେବେ ରିମାଣ୍ଡ ସମୟରେ ପୋଲିସ ଅଭିଯୁକ୍ତର ମୋବାଇଲକୁ ଜବତ କରିଥିଲା ।

ଏହି ଘଟଣା ପରେ ରାକେଶ ପିନ୍ଧିଥିବା ଡ୍ରେସ ଓ ମୋବାଇଲକୁ ନିଜ ଗାଁ ସୁନ୍ଦରପଦା ଘରେ ଲୁଚାଇ ରଖିଥିଲା । ତେବେ ରିମାଣ୍ଡରେ ଆଣି ଜେରା କରିବା ପରେ ଏସବୁର ସନ୍ଧାନ ପାଇଛି ପୋଲିସ । ସୂଚନା ଥାଉ କି ରମାଦେବୀ କଲେଜର ଯୁକ୍ତ ତିନି 2ୟ ବର୍ଷର ଦର୍ଶନ ବିଭାଗ ଛାତ୍ରୀ ଝରାଫୁଲ ନାୟକଙ୍କ ଘର ମୟୂରଭଞ୍ଜରେ ହୋଇଥିବା ବେଳେ ତାଙ୍କୁ ରାକେଶ ଓ ଅନ୍ୟ ଜଣେ ସାଥୀ ସ୍କୁଟିରେ ଆଣି ଯାଜପୁରରେ ଫିଙ୍ଗିଥିଲେ । ଏହି ଘଟଣାରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶର ଆତ୍ମସମର୍ପଣ ପରେ ପୋଲିସ ତାକୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.