ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା; ରାକେଶର ରିମାଣ୍ଡ ଶେଷ, କୋର୍ଟକୁ ନେଲା ପୋଲିସ

author img

By

Published : Feb 5, 2021, 10:18 AM IST

Updated : Feb 5, 2021, 10:36 AM IST

ରାକେଶର ରିମାଣ୍ଡ ଶେଷ
ରାକେଶର ରିମାଣ୍ଡ ଶେଷ

10:13 February 05

ଝରାଫୁଲ ମୃତ୍ୟୁ ଘଟଣା; ରାକେଶର ରିମାଣ୍ଡ ଶେଷ, କୋର୍ଟକୁ ନେଲା ପୋଲିସ

ରାକେଶର ରିମାଣ୍ଡ ଶେଷ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ରାକେଶ ସ୍ବାଇଁର ରିମାଣ୍ଡ ଆଜି ଶେଷ ହୋଇଛି । ପୋଲିସ ରାକେଶଙ୍କୁ କୋର୍ଟରେ ହାଜର କରିବା ପାଇଁ କୁଆଖିଆ ଥାନାରୁ କୋର୍ଟକୁ ନେଇଛି ।  

ତେବେ ରିମାଣ୍ଡ ସମୟରେ ପୋଲିସ ଅଭିଯୁକ୍ତର ମୋବାଇଲକୁ ଜବତ କରିଛି । ଘଟଣା ପରେ ରାକେଶ ପିନ୍ଧିଥିବା ଡ୍ରେସ ଓ ମୋବାଇଲକୁ ନିଜ ଗାଁ ସୁନ୍ଦରପଦା ଘରେ ଲୁଚାଇ ରଖିଥିଲା। ରିମାଣ୍ଡରେ ଆଣି ଜେରା କରିବା ପରେ ଏସବୁର ସନ୍ଧାନ ପାଇଛି ପୋଲିସ ।  

ଏପଟେ ଗତକାଲି ଅଭିଯୁକ୍ତ ରାକେଶର ଭାଇ ଓ ସମ୍ପର୍କୀୟ ଭାଇ ଉଭୟଙ୍କୁ ପୋଲିସ ପଚରାଉଚରା କରିବା ପରେ ଛାଡିଦେଇଥିବା ସୂଚନା ମିଳିଛି। 3 ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ରାକେଶକୁ କୁଆଖିଆ ଥାନାରୁ ବାହାର କରି ଯାଜପୁର ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରିବା ପାଇଁ ପୋଲିସ ନେଇଛି । ପ୍ରଥମେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।  

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 5, 2021, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.