ETV Bharat / state

ଝରାଫୁଲ ମୃତ୍ୟୁ ମାମଲା; ରାକେଶକୁ ଆଜି ରିମାଣ୍ଡରେ ନେଲା ପୋଲିସ

author img

By

Published : Feb 2, 2021, 11:01 AM IST

Updated : Feb 2, 2021, 11:10 AM IST

ଝରାଫୁଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ରାକେଶକୁ ଆଜି ରିମାଣ୍ଡରେ ନେଇଛି ପୋଲିସ । ଅଧିକ ପଢନ୍ତୁ...

ଝରାଫୁଲ ମୃତ୍ୟୁ ମାମଲା
ଝରାଫୁଲ ମୃତ୍ୟୁ ମାମଲା

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେଲା ପୋଲିସ । ଆଜି ସକାଳ 7ଟାରୁ ଯାଜପୁର ପୋଲିସ, ଅଭିଯୁକ୍ତ ପୁରୁଷ ବନ୍ଧୁ ରାକେଶକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲରୁ ରିମାଣ୍ଡରେ ନେଇଛି ।

ଝରାଫୁଲ ମୃତ୍ୟୁ ମାମଲା

ପ୍ରଥମେ ସକାଳ 7ଟା 30ରେ ରାକେଶର ଯାଜପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୁଆଖିଆ ଥାନାରେ ଅଧିକ ପଚରାଉଚରା କରୁଛି ପୋଲିସ । ମାମଲାର ତଦନ୍ତକାରୀ ଅଫିସର ଯୋଜପୁର ରୋଡ ଏସଡିପିଓ କୁଆଖିଆ ଥାନାରେ ରାକେଶକୁ ପଚରାଉଚରା କରୁଥିବା ସୂଚନା ମିଳିଛି ।

ସୂଚନାଥାଉକି, ଗତକାଲି(ସୋମବାର) ରାକେଶକୁ 3 ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଜିଲ୍ଲା ଦୌରା ଜଜ୍‌ ଅନୁମତି ଦେଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 2, 2021, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.