ETV Bharat / state

ଝରାଫୁଲ ମର୍ଡର ମିଷ୍ଟ୍ରି, ଜେଲ ଗଲା ଅଭିଯୁକ୍ତ - jharafulla murder case

jharafulla murder case
ଝରାଫୁଲ ମର୍ଡର ମିଷ୍ଟ୍ରି , ଜେଲ ଗଲା ଅଭିଯୁକ୍ତ
author img

By

Published : Jan 29, 2021, 4:39 PM IST

Updated : Jan 29, 2021, 9:10 PM IST

16:32 January 29

ଝରାଫୁଲ ମର୍ଡର ମିଷ୍ଟ୍ରି , ଜେଲ ଗଲା ଅଭିଯୁକ୍ତ

ଝରାଫୁଲ ମର୍ଡର ମିଷ୍ଟ୍ରି , ଜେଲ ଗଲା ଅଭିଯୁକ୍ତ

ଯାଜପୁର : ଜେଲ ଗଲେ ଝରାଫୁଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ । ଜାମିନ ନାମଞ୍ଜୁର ହେବାରୁ ସେ ଜେଲ ଯାଇଛନ୍ତି ।  ଅଭିଯୁକ୍ତ ରାକେଶ ସ୍ବାଇଁକୁ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଗିରଫ କରି ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତାର ଅନ୍ୟ ସହଯୋଗୀ ଗିରଫ ହେବା ଲାଗି ଉଦ୍ୟମ ଚାଲିଥିବା ଯାଜପୁର ଏସପି କହିଛନ୍ତି ।  

ଗତ ୨୭ରେ ଯାଜପୁର ଜିଲ୍ଲା ଦେଇ ଯାଇଥିବା 16ନମ୍ବର ଜାତୀୟ ରାଜପଥ କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପ୍ରଥମେ ମୃତା ଯୁବତୀଙ୍କ ପରିଚୟ ମିଳିନଥିଲା । ଅନୁସନ୍ଧାନ ପରେ ମିଳିଥିବା ବ୍ୟାଗରୁ ତାଙ୍କର ପରିଚୟ ମିଳିଥିଲା । ଯୁବତୀ ଜଣକ ମୟୁରଭଞ୍ଜ ଜିଲ୍ଲା ଜସିପୁର ଥାନା ମରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ବୋଲି ଜଣାପଡିଥିଲା । ସୂଚନା ଅନୁସାରେ ଯୁବତୀ ଜଣକ ଭୁବନେଶ୍ବର ସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟର ଦର୍ଶନ ବିଭାଗରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ । ଗତ ୨୪ରେ ସେ ନିଜ ଘରୁ ଭୁବନେଶ୍ବର ଯାଇଥିଲେ । ହେଲେ ୨୭ ତାରିଖରେ ନାଲି ସ୍କୁଟିରେ ଦୁଇ ଜଣ ଯୁବକ ମଝିରେ ଝରାଫୁଲଙ୍କ ମୃତ ଦେହ ଆଣି ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ  । ତାଙ୍କୁ ହତ୍ୟା କରାଯାଇ ଏଠାରେ ଫିଙ୍ଗା ଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।  ସିସିଟିଭି ଫୁଟେଜ ଆଧାରରେ ରାକେଶ ସ୍ବାଇଁକୁ ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରି ଯାଜପୁର ପୋଲିସକୁ ହସ୍ତାନ୍ତର କରିଥିଲା । ପରେ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଥିଲା ।  

ସେପଟେ ଯାଜପୁର ଜିଲ୍ଲା ଗସ୍ତରେ ଆସିଥିବା ମହିଳା କମିଶନ ଅଧକ୍ଷା ମୀନତି ବେହେରା ଝରାଫୁଲ ମୃତଦେହ ପଡିଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ତ  ବିଧାନ କରିବା ଲାଗି ଏସପିଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ମୃତ ଫୁଲଝରି ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଏସଟି ଆଇନର ଧାରା ୩ . ୩୧ ଆର ଓ ୩୨ ଭି ଲଗାଯାଇଥିବା ସରକାରୀ ଓକିଲ କହିଛନ୍ତି  ।  ଏହାସହ ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ଅଧିକା ତଦନ୍ତ ଲାଗି ୫ ଦିନିଆ ରିମାଣ୍ଡ ଆବେଦନ କରିଛି । ଜିଲ୍ଲା ଜଜ କୋର୍ଟ ଆଗାମୀ ୧ ତାରିଖ ଯାଏ ସ୍ଥଗିତ ରଖିଥିବା କହିଛନ୍ତି ଅନୁସୁଚିତ ଜାତି ଓ ଉପଜାତି ସରକାରୀ ଓକିଲ  ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 29, 2021, 9:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.