ଯାଜପୁର:ଝରାଫୁଲ ହତ୍ୟାକାଣ୍ଡରେ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଗିରଫ ହେବା ପରେ ଆଜି ରାଜ୍ୟ ମହିଳା କମିଶନ ଅଧକ୍ଷା ମିନତି ବେହେରା ଯାଜପୁର ଗସ୍ତ କରିଛନ୍ତି । କୁଆଖିଆ ଥାନା ମୂଳାପାଳ ଛକ ନିକଟରେ ଝରାଫୁଲ ମୃତଦେହ ଫିଙ୍ଗା ଯାଇଥିବା ସ୍ଥାନ ପରିଦର୍ଶନ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧକ୍ଷା ।
ଏହାପରେ କମିଶନ ଅଧକ୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅଭିଯୁକ୍ତମାନଙ୍କ ଗିରଫଦାରୀ ସହିତ ଘଟଣାର ଖୁଲାସା କରିବାକୁ ସେ ଦାବି କରିଛନ୍ତି ।
ଏଠାରେ କହି ରଖୁଛୁ ଯେ, ବୁଧବାର ଯାଜପୁର ଜିଲ୍ଲା କୁଆଖାଇ ନିକଟରେ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ପକାଇ ଚାଲିଯାଇଥିଲେ ଦୁର୍ବୃତ୍ତ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣଙ୍କୁ ଚିହ୍ନଟ କରିଥିଲା। ପରେ ଗତକାଲି(ଗୁରୁବାର) ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ବାଇଁ ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଲିସରେ ଆତ୍ମସମର୍ପଣ କରିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ