ଯାଜପୁର: ବ୍ୟାସନଗର ପୌର ସଭାଗୃହରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୩୪୧ଟି ଆବେଦନ ହୋଇଥିବାବେଳେ ତନ୍ମଧ୍ୟରୁ ୩୨୭ଟି ବ୍ୟକ୍ତିଗତ ଓ ୯ଟି ସାମୂହିକ ଅଭିଯୋଗ ରହିଥିଲା ।
୧୩୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ ପାଣ୍ଠିରୁ ୯ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲାର ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଏହି ଜନଶୁଣାଣିରେ ଯୋଗ ଦେଇଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ