ETV Bharat / state

ଡାକବଙ୍ଗଳା ଛକର ମଣିଷ ହାଟ: ପ୍ରଚୁର କଳକାରଖାନାକୁ ନିଯୁକ୍ତି ଅଭାବ

ପ୍ରତିଦିନ ସକାଳୁ ଯାଜପୁର ରୋଡ ରେଳ ଷ୍ଟେସନରୁ ଡାକବଙ୍ଗଳା ଛକକୁ ଛୁଟେ ଶ୍ରମିକଙ୍କ ଲମ୍ବା ଧାଡି। ଏହି ଛକ ପାଲଟି ଯାଏ ମଣିଷ ହାଟ। ଜାଣନ୍ତୁ ପୁରା ଖବର...

jajpur's Human market, jajpur latest news, jajpur dakabangala, ଯାଜପୁରର ଡାକବଙ୍ଗଳା ଛକ ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରର ମଣିଷ ହାଟ
ଡାକବଙ୍ଗଳା ଛକର ମଣିଷ ହାଟ: ପ୍ରଚୁର କଳକାରଖାନାକୁ ନିଯୁକ୍ତି ଅଭାବ
author img

By

Published : Jan 6, 2020, 11:50 PM IST

ଯାଜପୁର: ଖରା, ବର୍ଷା, ଶୀତ ଓ କାକରକୁ ଖାତିର ନକରି ପେଟ ଚାଖଣ୍ଡକ ପାଇଁ ଶିଳ୍ପ ଜିଲ୍ଲା ଯାଜପୁରକୁ କାମ ଅନ୍ବେଷଣରେ ଛୁଟନ୍ତି ଶହ ଶହ ଶ୍ରମିକ । ପ୍ରତିଦିନ ସକାଳୁ ଯାଜପୁର ରୋଡ ରେଳ ଷ୍ଟେସନରୁ ଡାକବଙ୍ଗଳା ଛକକୁ ଛୁଟେ ଶ୍ରମିକଙ୍କ ଲମ୍ବା ଧାଡି। ଏହି ଛକ ପାଲଟିଯାଏ ମଣିଷ ହାଟ। ସମସ୍ତଙ୍କ ହାତରେ ଖଣ୍ଡିଏ ବ୍ୟାଗ ଭିତରେ ଟିଫିନ ଓ ପାଣି ବୋତଲ ତା’ ସାଙ୍ଗକୁ ଫାଓଡା ଧରି ନିଜ କର୍ମସ୍ଥଳକୁ ମାଡି ଚାଲିଥାନ୍ତି। ପାସେଞ୍ଜର ଟ୍ରେନରେ ଦେଖିବାକୁ ମିଳେ ଏମାନଙ୍କ ଭିଡ। ହେଲେ ଏଠାକାର କଳକାରଖାନାରେ ମିଳେନା ଚାକିରୀ ବା କର୍ମ ନିଯୁକ୍ତି । ସାରା ଦିନ ପର ଘରେ ମୂଲ ମଜୁରୀ କରି ଯାହା ଉପାର୍ଜନ କରନ୍ତି ସେଥିରେ ହିଁ ସେମାନେ ପରିବାର ପ୍ରତିପୋଷଣ କରନ୍ତି । ଦେଖନ୍ତୁ ବ୍ୟାସନଗର ମଣିଷ ହାଟ ଉପରେ ଇଟିଭି ଭାରତର ଏହି ରିପୋର୍ଟ।

ଡାକବଙ୍ଗଳା ଛକର ମଣିଷ ହାଟ: ପ୍ରଚୁର କଳକାରଖାନାକୁ ନିଯୁକ୍ତି ଅଭାବ

ଯାଜପୁର ରୋଡ ରେଳଷ୍ଟେସନରେ ଶୀତୁଆ ସକାଳର କୁହୁଡି ଆଚ୍ଛନ୍ନ ପରିବେଶ । ସହରର ଡାକବଙ୍ଗଳା ଛକ ସକାଳୁ ସକାଳୁ ପାଲଟିଛି ମଣିଷ ହାଟ । ଛକରେ ଲାଗିଛି ଶ୍ରମିକଙ୍କ ମେଳି । ଏହା ଏଠାକାର ପ୍ରାୟ ନିତିଦିନିଆ କଥା । ଯାଜପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରୁ ପ୍ରତିଦିନ ସକାଳୁ ସକାଳୁ ଏଠାକୁ ଆସିଥାନ୍ତି ଶହ ଶହ ଶ୍ରମିକ । ଗାଁ ଚାଷ ଜମିରେ ଠିକ ଭାବେ ଚାଷ ହେଉ ନଥିବାରୁ ଚାଷ ଛାଡି ମୂଲ ମଜୁରୀ ଲାଗି ରୋଜଗାରର ବାଟ ବାଛି ନେଇଛନ୍ତି ଏହି ଶ୍ରମଜୀବୀ ମଣିଷମାନେ ।

ରୋଜଗାରର କିଛି ଉପାୟ ନପାଇ ସେମାନେ ହୋଇଛନ୍ତି ସହରମୁହାଁ । ସହରକୁ ଆସି ଅଧିକ ଦି ପଇସା ରୋଜଗାର କରିବେ। ଏହି ଆଶା ନେଇ ସକାଳ ପ୍ରାୟ 7ଟାରେ ଛକରେ ଦେଖିବାକୁ ମିଳିଥାଏ ଶ୍ରମିକଙ୍କ ମେଳି। ଶ୍ରମିକମାନେ ଏଠାକୁ ଆସି ଅପେକ୍ଷା କରି ରହିଥାନ୍ତି ମାଲିକ ଓ ଠିକାଦାରଙ୍କ ଆସିବା ବାଟକୁ। ସହର ଉପକଣ୍ଠରେ ଗଢି ଉଠିଛି କଳିଙ୍ଗନଗର ଶିଳ୍ପାଞ୍ଚଳ । ମାତ୍ର ସେଠାରେ ଅନେକ ଗୁଡିଏ କଳକାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ସେମାନଙ୍କୁ ସେଠାରେ ମିଳେନି କୌଣସି କର୍ମ ନିଯୁକ୍ତି ।

ଫଳରେ ମୂଲ ମଜୁରୀ ଖଟିବାକୁ ଆପଣେଇ ନେଇଛନ୍ତି ଏହି ଶ୍ରମଜୀବୀ ମଣିଷ । ପର ଘରେ ମୂଲ ଲାଗି ଯାହା ଉପାର୍ଜନ କରନ୍ତି, ସେଥିରେ ହିଁ ପରିବାର ଚଳାଇଥାନ୍ତି । କିଏ ନିଜର ଘର ବାଡି ବଗିଚା ସଫା କରାଇବା ପାଇଁ ତ କିଏ ପୁଣି ବାଲି ସିମେଣ୍ଟ କାମ କରାଇବା ପାଇଁ ବୋହି ନିଅନ୍ତି ଏହି ଶ୍ରମିକଙ୍କୁ । କେହି କେହି ମାଲ ଗୋଦାମରେ କାମ ବି କରାଇଥାନ୍ତି । ଏପରିକି କାମ ସାରି ଫେରିବା ବେଳେ କେହି କେହି ଶ୍ରମିକ ବି ଗୃହକର୍ତ୍ତା ବା ଠିକାଦାରଙ୍କ ଦ୍ବାରା ଠକାମୀର ଶିକାର ମଧ୍ୟ ହୋଇଥାନ୍ତି।

ସରକାରଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଥିଲେ ହେଁ ଏମାନଙ୍କ କଥା କେହି ବି ଦିନେ ପଚାରେ ନାହିଁ । ନା ଶ୍ରମ ବିଭାଗ କରିଥାଏ ଏମାନଙ୍କୁ ପଞ୍ଜୀକରଣ , ନା ମିଳିଥାଏ ସେମାନଙ୍କୁ କିଛି ସରକାରୀ ସୁବିଧା । ଏନେଇ ସେମାନଙ୍କୁ ପଚରାଯିବାରୁ ମିଳିପାରି ନାହିଁ କୌଣସି ପ୍ରତିକ୍ରିୟା । ତେବେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଖରା, ବର୍ଷା-ଶୀତ, କାକରକୁ ଖାତିର ନକରି ପେଟ ଚଖେଣ୍ଡକ ପାଇଁ ଶିଳ୍ପଜିଲା ଯାଜପୁରକୁ କାମ ଅନ୍ୱେଷଣରେ ଛୁଟନ୍ତି ଶହଶହ ଶ୍ରମିକ। ପ୍ରତିଦିନ ସକାଳୁ ଯାଜପୁର ରୋଡ଼ ରେଳଷ୍ଟେସନରୁ ଡାକବଙ୍ଗନଳା ଛକକୁ ଛୁଟନ୍ତି ଶ୍ରମିକଙ୍କ ଲମ୍ବାଧାଡ଼ି। ଛକ ପାଲଟି ଯାଏ ମଣିଷ ହାଟ। ସମସ୍ତଙ୍କ ହାତରେ ଖଣ୍ଡିଏ ବ୍ୟାଗ ଭିତରେ ଟିଫିନ ଓ ପାଣି ବୋତଲ ତା ସାଙ୍ଗକୁ ଫାଉଡା ଧରି ନିଜ କର୍ମସ୍ଥଳକୁ ମାଡି ଚାଲିଥାନ୍ତି। ପାସେଞ୍ଜର ଟ୍ରେନରେ ଦେଖିବାକୁ ମିଳେ ଭିଡ଼। ହେଲେ ଏଠାକାର କଳ କାରଖାନାରେ ମିଳେନା ଚାକିରୀ ବା କର୍ମନିଯୁକ୍ତି । ସାରାଦିନ ପର ଘରେ ମୂଲମଜୁରୀ କରି ଯାହା ଉପାର୍ଜନ କରନ୍ତି ସେଥିରେ ହିଁ ସେମାନେ ପରିବାର ପ୍ରତିପୋଷଣ କରନ୍ତି। ଦେଖନ୍ତୁ ବ୍ୟାସନଗର ମଣିଷ ହାଟ ଉପରେ ଈଟିଭି ଭାରତର ଏହି ବିଶେଷ ରିପୋର୍ଟ।

Body:vo-୧-ଏ ହେଉଛି ଯାଜପୁର ରୋଡ ରେଳଷ୍ଟେସନରେ ଶୀତୁଆ ସକାଳର କୁହୁଡି ଆଛନ୍ନ ପରିବେଶ । ସହରର ଡାକବଙ୍ଗଳା ଛକ ସକାଳୁ ସକାଳୁ ପାଲଟିଛି ମଣିଷ ହାଟ। ଛକରେ ଲାଗିଛି ଶ୍ରମିକଙ୍କ ମେଳି । ଏହା ଏଠାକାର ପ୍ରାୟ ନିତିଦିନିଆ କଥା । ଯାଜପୁର ଏବଂ ପଡୋଶୀ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରୁ ପ୍ରତିଦିନ ସକାଳୁ ସକାଳୁ ଏଠାକୁ ଆସିଥାନ୍ତି ଶହଶହ ଶ୍ରମିକ । ଗାଁ ଚାଷ ଜମିରେ ଠିକ ଭାବେ ଚାଷ ହେଉନଥିବାରୁ ଚାଷ ଛାଡି ମୂଳ, ମଜୁରୀ ଲାଗି ରୋଜଗାରର ବାଟ ବାଛି ନେଇଛନ୍ତି ଏହି ଶ୍ରମଜିବି ମଣିଷ ମାନେ । ରୋଜଗାରର କିଛି ଉପାୟ ନପାଇ ସେମାନେ ହୋଇଛନ୍ତି ସହର ମୁହଁ । ସହରକୁ ଆସି ଅଧିକ ଦିପାଇସା ରୋଜଗାର କରିବେ। ଏହି ଆଶା ନେଇ ସକାଳ ପ୍ରାୟ ୭ଟାରେ ଛକରେ ଦେଖିବାକୁ ମିଳିଥାଏ ଶ୍ରମିକଙ୍କ ମେଳି। ଶ୍ରମିକ ମାନେ ଏଠାକୁ ଆସି ଅପେକ୍ଷା କରିରହିଥାନ୍ତି ମାଲିକ ଓ ଠିକାଦାରଙ୍କ ଆସିବା ବାଟକୁ।
bite-୧-ନାରାୟଣ ଜେନା, ଶ୍ରମିକ
bite-୨-ପ୍ରହଲ୍ଲାଦ ଦାସ, ଶ୍ରମିକ
vo-୨-ସହର ଉପକଣ୍ଠରେ ଗଢି ଉଠିଛି କଳିଙ୍ଗନଗର ଶିଳ୍ପାଞ୍ଚଳ ।ମାତ୍ର ସେଠାରେ ଅନେକ ଗୁଡ଼ିଏ କଳକାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ସେମାନଙ୍କୁ ସେଠାରେ ମିଳେନି କୌଣସି କର୍ମନିଯୁକ୍ତି । ଫଳରେ ମୂଳ ମଜୁରୀ ଖଟିବାକୁ ଆପଣେଇ ନେଇଛନ୍ତି ଏହି ଶ୍ରମଜିବି ମଣିଷ। ପରଘରେ ମୂଳ ଲାଗି ଯାହା ଉପାର୍ଜ୍ଜନ କରିନ୍ତି, ସେଇଥିରେ ହିଁ ପରିବାର ଚଳାଇଥାନ୍ତି । କିଏ ଜିଜର ଘର ବାଡିବଗିଚା ସଫା କରାଇବା ପାଇଁ ତ କିଏ ବାଲି ସିମେଣ୍ଟ କାମ କରାଇବା ପାଇଁ ବୋହି ନିଅନ୍ତି ଏହି ଶ୍ରମିକଙ୍କୁ। କେହି କେହି ମାଲଗୋଦାମରେ ମୋଟ କାମ ବି କରିଥାନ୍ତି । ଏପରିକି କାମ ସାରି ଫେରିବା ବେଳେ କେହିକେହି ଶ୍ରମିକ ବି ଗୃହକର୍ତା ବା ଠିକାଦାରଙ୍କ ଦ୍ୱାରା ଠାକାମିର ଶିକାର ମଧ୍ୟ ହୋଇଥାନ୍ତି।
bite-୩-ପାଣ୍ଡବ ପେରେଇ, ଶ୍ରମିକ
bite-୪-ରାଜକିଶୋର ଜେନା,ସ୍ଥାନୀୟ ବାସିନ୍ଦା

Conclusion:Fvo-ସରକାରଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିଥିଲେ ହେଁ ଏମାନଙ୍କ କଥା କେହି ବି ଦିନେ ପଚାରେ ନାହିଁ । ନାଁ ଶ୍ରମବିଭାଗ କରିଥାଏ ଏମାନଙ୍କୁ ପଞ୍ଜିକରଣ , ନାଁ ମିଳିଥାଏ ସେମାନଙ୍କୁ କିଛି ସରକାରୀ ସୁବିଧା । ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧିଜୀବି ମହଲରେ ଦାବି ହୁଏ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.