ETV Bharat / state

ସଫଳ ଚାଷୀ ସୁକାନ୍ତ, କଦଳୀ ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର - jajpur youth turns successful farmer

ଯାଜପୁର ନୂଆଡି଼ହ ଗ୍ରାମର ସୁକାନ୍ତ କୁମାର ୭ ଏକର ଜମିରେ କଦଳୀ ଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର । ବାର୍ଷିକ ପାଖାପାଖି ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସୁକାନ୍ତ । ଦେଖନ୍ତୁ ଆମର ଏହି ରିପୋର୍ଟ ।

ସଫଳ ଚାଷୀ ସୁକାନ୍ତ, କଦଳୀ ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର

author img

By

Published : Sep 8, 2022, 2:03 PM IST

ଯାଜପୁର: କଦଳୀ ଚାଷ (Banana Farming) କରି ସ୍ବାବଲମ୍ବୀ ସୁକାନ୍ତ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପିମ୍ପୁଡିଆ ପଞ୍ଚାୟତ ନୂଆଡି଼ହ ଗ୍ରାମର ସୁକାନ୍ତ କୁମାର ନାୟକ (Banana Farmer Sukant Kumar Nayak) କଦଳୀ ଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇଛନ୍ତି । ନୂଆଡି଼ହ ଗ୍ରାମରେ ପ୍ରାୟ ୭ ଏକର ଜମିରେ ୫ ହଜାର ୪୦୦ କଦଳୀ ଗଛ ଲଗାଇ ସେ ଚାଷ କରିଛନ୍ତି । ଖାଲି କଦଳୀ ନୁହେଁ ମକା ଓ ବିଭିନ୍ନ ପନିପରିବା ଓ କୁକୁଡା ଚାଷ ମଧ୍ୟ କରୁଛନ୍ତି ସୁକାନ୍ତ । ଏବେ ଏହି ଚାଷ କରି ସୁକାନ୍ତ ବାର୍ଷିକ ପାଖାପାଖି ୧୫ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ଅନ୍ୟକ ଲୋକଙ୍କୁ ରୋଜଗାର କ୍ଷମ କରିପାରିଛନ୍ତି ।

ସଫଳ ଚାଷୀ ସୁକାନ୍ତ, କଦଳୀ ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର

ପ୍ରଥମେ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ସୁକାନ୍ତ

ସୁକାନ୍ତ କୁମାର କଟକ ମୁଣ୍ଡୁଳି ସ୍ଥିତ ନବୋଦୟ ବିଦ୍ୟାଳୟରୁ ପାଠପଢ଼ା ସାରି ଓଡ଼ିଶା ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ଚାକିରି କରିବାରେ ତାଙ୍କର ମନ ଲାଗୁନଥିଲା, ଏହାପରେ ସେ କିଛି ନୂଆ କରିବାକୁ ଚିନ୍ତା କରି ଚାକିରି ଛାଡ଼ି ଘରକୁ ପଳାଇ ଆସିଥିଲେ। ଆଉ ଚାକିରି ନ କରି ଚାଷ ବା ଫାର୍ମିଂ କରିବାକୁ ସେ ମନସ୍ତ କରି ପୈତୃକ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ।

ବିଭିନ୍ନ ଜିଲ୍ଲାକୁ ରପ୍ତାନୀ କରୁଛନ୍ତି କଦଳୀ

ବର୍ତ୍ତମାନ ନିଜ ଜିଲ୍ଲା ସମେତ କେନ୍ଦୁଝର, ଢେଙ୍କାନାଳ ଓ କଟକ ଆଦି ବିଭିନ୍ନ ଜିଲ୍ଲାକୁ ଏଠାରୁ କଦଳୀ,ଅଣ୍ଡା, ଓ ମକା ଆଦି ରପ୍ତାନୀ କରାଯାଉଛି। ସ୍ଥାନୀୟ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଏଠାରୁ ଅଣ୍ଡା ଯୋଗାଇ ଦିଆଯାଉଛି । ଅଣ୍ଡା, କଦଳୀ ଓ ମକା ବିକ୍ରି କରି ଏବେ ବେଶ ଲାଭବାନ ହେଉଛନ୍ତି ସୁକାନ୍ତ । ଆହୁରି ମଧ୍ୟ ଆଗକୁ ମାଟି ଆଳୁ ଓ ଅମୃତଭଣ୍ଡା ଆଦି ଚାଷ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୁକାନ୍ତ । ତେବେ ଚାଷ କରି ସୁକାନ୍ତ ସେ ଅନ୍ୟ ୧୦ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ରୋଜଗାରକ୍ଷମ କରାଇ ପାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କଦଳୀ ଚାଷୀ କରି ତଳିତଳାନ୍ତ ଚାଷୀ, ମାଲେମାଲ ବେପାରୀ

ପଡିଆ ଜମିରେ ଫଳାଇଲେ କଦଳୀ

ଏନେଇ ସଫଳ ଚାଷୀ ସୁକାନ୍ତ କୁମାର ନାୟକ କହିଛନ୍ତି ଯେ, ''ମୋର ଏହି ଫାର୍ମ ହାଉସ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିଛି ଲୋକଙ୍କୁ ରୋଜଗାର ଦେବା, ମୁଁ ଗ୍ରାମରେ କିଛି ଜମି ପଡିଆ ପଡିଥିବା ଦେଖିବା ପରେ ସେଠାରେ କିପରି ଚାଷ କରାଯାଇପାରିବ ସେନେଇ ଚିନ୍ତା କଲି, ଆଉ ଏହା ଦ୍ବାରା କିପରି କିଛି ଲୋକ ରୋଜଗାରକ୍ଷମ ହୋଇପାରିବେ ତାହା ଚିନ୍ତା କରି ଚାଷ ଆରମ୍ଭ କରିଥିଲି । ପ୍ରଥମେ ପଞ୍ଚାୟତରେ ଗୋଟିଏ ବଗିଚା କରିଥିଲି । କିଛି ଲୋକେ ସେଠାରେ କାମ କରି ମଧ୍ୟ ଉପକୃତ ହୋଇପାରୁଥିଲେ । ବର୍ତ୍ତମାନ ୭ ଏକର ଜାଗାରେ କଦଳୀ ଚାଷ ହୋଇଛି, ୫ ହଜାରୁ ଊର୍ଦ୍ଧ୍ବ କଦଳୀ ଗଛ ଲାଗିଛି । ପନିପରିବା ଚାଷ ମଧ୍ୟ କରିଥିଲୁ, ଏଠାରେ କାମ କରୁଥିବା ଲୋକେ ହାଟରେ ନେଇ ପରିବା ବିକ୍ରି କରନ୍ତି, ଯାହା ପଇସା ପାଆନ୍ତି ସେଥିରେ ପରିବାର ପୋଷଣ କରନ୍ତି । ତେବେ କୁକୁଡା ଚାଷ ମଧ୍ୟ ଗୋଟିଏ ଟ୍ରାଏଲ ବେସିସରେ ଆରମ୍ଭ କରିଥିଲି, ଆମ ସୁକିନ୍ଦା ଅଞ୍ଚଳରେ କେବେ କୁକୁଡା ଚାଷ ହୋଇନଥିଲା । କୁକୁଡା ଫାର୍ମରେ ଏକ ହଜାର କୁକୁଡା ରହିଛି, ସେଠାରୁ ଯେଉଁ ଅଣ୍ଡା ଉତ୍ପାଦନ ହେଉଛି ତାକୁ ସ୍ଥାନୀୟ ସ୍କୁଲ ଓ ଅଙ୍ଗନବାଡା କେନ୍ଦ୍ରକୁ ଦିଆଯାଉଛି'' ।

ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର

ସେହିପରି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଚାଷୀ କହିଛନ୍ତି ଯେ, '' ମୁଁ ଛଅ ମାସ ହେଲା କାମ କରୁଛି, ପ୍ରତିଦିନ ମଜୁରୀ ହିସାବରେ ମାସକୁ ୧୬ ହଜାର ଟଙ୍କା ପାଉଛି । ପାଞ୍ଚମାସ ହେଲା ଏଠାରେ କାମ କଲିଣି । ପୂର୍ବରୁ ଖାଦନରେ କାମ କରୁଥିଲି, ସେଠାରେ ମଜୁରି ମିଳିଲାନି, ତାପରେ ଏଠାରେ ଆସି କାମ କରୁଛି'' । ବେସରକାରୀ ଚାକିରିରୁ ଓହରି ନିଜକୁ ସ୍ବାବଲମ୍ବୀ କରିବା ସହିତ ଅନ୍ୟ ଶିକ୍ଷିତ ଯୁବ ବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସଫଳ ଚାଷୀ ସୁକାନ୍ତ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.