ETV Bharat / state

ଟ୍ରକ ଲୋଡିଂରେ ଫାଷ୍ଟ କମ ଫାଷ୍ଟ ସର୍ଭିସ ନିୟମ ପାଳନ କରାଯାଉ: ଟ୍ରକ ମାଲିକ ସଂଘ

author img

By

Published : Aug 11, 2019, 7:06 PM IST

ଖଣି କ୍ଷେତ୍ରରେ ଗାଡି ଲୋଡିଂକୁ ନେଇ ଦୀର୍ଘଦିନରୁ ଲାଗି ରହିଛି ସମସ୍ୟା । ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଟ୍ରକ ମାଲିକ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଖଣି ବହୁଳ ଯାଜପୁରରେ ଏବେ ଦେଖା ଦେଇଛି କଞ୍ଚାମାଲ ଲୋଡିଂକୁ ନେଇ ସମସ୍ୟା । ରାଜ୍ୟର ସର୍ବୋଚ୍ଚ ଅଦାଲତଙ୍କ ରାୟ ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଯାହାକୁ ନେଇ ଜିଲ୍ଲାର ଟ୍ରକ ଆସୋସିଏସନ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଘଟଣା ଅନୁସାରେ ଯାଜପୁର ସୁକିନ୍ଦା କ୍ରୋମାଇଟ ଖଣିରେ ଗାଡି ଲୋଡିଂକୁ ନେଇ ଦେଖାଦେଇଛି ସମସ୍ୟା । ଅଭିଯୋଗ ଅନୁସାରେ ୬ ଚକିଆ ଟ୍ରକ ଗୁଡିକ ନିୟମିତ ଭାବେ ଲୋଡିଂ ଦିଆଯାଉଥିବା ବେଳେ ୧୦, ୧୨ ଓ ୧୪ ଚକିଆ ଟ୍ରକ ଗୁଡିକ ଲୋଡିଂରେ ଦେଖାଦେଉଛି ଅନିୟମିତତା । ଯାହାକୁ ନେଇ ଟ୍ରକ ମାଲିକ ମାନେ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି । ଟ୍ରକ ମାଲିକ ସଂଘ ଦାବି କରିଛି ହାଇକୋର୍ଟ ଦେଇଥିବା ରାୟ ଫାଷ୍ଟ କମ ଫାଷ୍ଟ ସର୍ଭିସ ନିୟମ ତୁରନ୍ତ ଲାଗୁ କରାଯାଉ ।

ଅନ୍ୟପଟେ ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି ହାଇକୋର୍ଟଙ୍କ ରାୟକୁ ପାଳନ ପାଇଁ ବାରମ୍ବାର ଟ୍ରକ ମାଲିକ ସଂଘ ସହ ଆଲୋଚନା କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.