ETV Bharat / state

ଆସନ୍ତା ୨୧ରେ ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ

ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅନୁଷ୍ଠିତ ହେବାକୁ ଯାଉଛି ମହାବାରୁଣୀ ସ୍ନାନ । ଆସନ୍ତା ୨୧ ତାରିଖ ଦିନ ଆରମ୍ଭ ହେବ ମହାସ୍ନାନ ମହୋତ୍ସବ । ଅଧିକ ପଢନ୍ତୁ..

author img

By

Published : Mar 7, 2020, 6:48 PM IST

jajpur-town-maha-baruni-preparation
jajpur-town-maha-baruni-preparation

ଯାଜପୁର: ଆସନ୍ତା ୨୧ ତାରିଖ ଦିନ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଯାଜପୁର ବାଳାଶ୍ରମ ପଡିଆରେ ଦୁଇ ଦିନ ଧରି ମେଳା ଆୟୋଜନ କରାଯିବ । ଯାଜପୁର ପୌରପରିଷଦ ପକ୍ଷରୁ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ୨୧ରେ ବୈତରଣୀ ନଦୀ କୂଳରେ ମହାବାରୁଣୀ ସ୍ନାନ

ଯାଜପୁର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ମେଳାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ ପଡିଆରେ ଲାଇଟ୍, ପାନୀୟ ଜଳ, ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି ।

ଏଥିପାଇଁ ସମସ୍ତ ବିଦ୍ୟୁତ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ତେବେ ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କ ଯାତାୟାତର ସୁବିଧା ପାଇଁ ବୈତରଣୀ ନଦୀ ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.