ETV Bharat / state

ଝରାଫୁଲ ହତ୍ୟାକାଣ୍ଡ ଘଟଣା: ଦୁଇ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ - jajpur jharafula news

ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟରେ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡ ଘଟଣା । ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ ।

ଝରାଫୁଲ ହତ୍ୟାକାଣ୍ଡ ଘଟଣା; ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

author img

By

Published : Jan 28, 2021, 10:38 AM IST

Updated : Jan 28, 2021, 9:42 PM IST

ଯାଜପୁର/ରାଇରଙ୍ଗପୁର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏକ ସ୍କୁଟିରେ ଦୁଇ ଅଭିଯୁକ୍ତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲର ମୃତଦେହକୁ ଯାଜପୁର କୁଆଖିଆ ମୂଳାପାଳ ଛକ ନିକଟ ଫୋପାଡ଼ି ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ବେଳେ ସିସିଟିଭି ଫୁଟେଜରୁ ଦୁଇ ଅଭିୁଯୁକ୍ତଙ୍କୁ ଚିହ୍ନଟ କରିଥିଲା।

ଝରାଫୁଲ ହତ୍ୟାକାଣ୍ଡ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ଝରାଫୁଲ ହତ୍ୟାକାଣ୍ଡ ଘଟଣା: ଦୁଇ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ

ତଦନ୍ତରେ ବାଧକ ସାଜିବା ସନ୍ଦେହରେ ଏବେ ଯାଏଁ ଅଭିଯୁକ୍ତଙ୍କ ନାମ ଗୋପନ ରଖିଛି ପୋଲିସ । ଝରାଫୁଲଙ୍କ ହତ୍ୟାକାଣ୍ଡ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ତଦନ୍ତ ବେଳେ ପରିବାର ଲୋକଙ୍କ ବୟାନରୁ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ନାମ ସାମ୍ନାକୁ ଆସିଛି । ଜଣେ ହେଲେ ରାକେଶ ସ୍ବାଇଁ ଓ ଅନ୍ୟ ଜଣେ ହେଲେ ଝରାଫୁଲଙ୍କ ସାଙ୍ଗ ସୋନାଲି। ଝରାଫୁଲଙ୍କ ମୋବାଇଲ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ଅଧିକ ତଦନ୍ତ ଜାରି ରହିଥିବା କଥା କହିଛନ୍ତି ଯାଜପୁର ଏସପି ରାହୁଲ ପିଆର।

ଝରାଫୁଲଙ୍କ ହ୍ବାଟ୍ସ ଆପ ଚାଟ ବର୍ତ୍ତମାନ ସାମ୍ନାକୁ ଆସିଛି । ଭାଇଙ୍କ ସହ କଥା ହେବା ବେଳେ ସାଙ୍ଗ ସୋନାଲି ଘରେ ଥିବା କଥା କହିଛନ୍ତି ଝରାଫୁଲ। ନେଟୱର୍କରେ ଅସୁବିଧା ଯୋଗୁଁ ଫୋନ ଅସୁବିଧା ହେଉଥିବା ମଧ୍ୟ କହିଛନ୍ତି । ଝିଅକୁ ହତ୍ୟା କରାଯାଇଥିବା ନେଇ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ।

ସେପଟେ ଝରାଫୁଲଙ୍କ ହତ୍ୟାକାଣ୍ଡକୁ ନେଇ ପରିବାର ଓ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। ଜଣେ ଅଧ୍ୟାପିକାଙ୍କ ଝିଅର ଜନ୍ମଦିନ ପାଇଁ ତାଙ୍କ ଝିଅ ଗତ ୨୪ ତାରିଖରେ ଭୁବନେଶ୍ବର ଯାଇଥିବା କଥା କହିଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାଏକ । ୨୬ ତାରିଖ ଦିନ ପ୍ରାୟ ୧୧ଟାରେ ଝିଅ ଭୁବନେଶ୍ବରରୁ ବସରେ ବସିଥିଲା । ତେବେ ବସରେ ବସିବାର କିଛି ସମୟ ପରେ ପେଟ ଖରାପ କଥା କହି ବସରୁ ଓହ୍ଲାଇ ଯାଇଥିଲେ ଝରାଫୁଲ। ଏନେଇ ବାପାଙ୍କୁ ଫୋନରେ ସୂଚନା ଦେଇଥିଲେ। ତେବେ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ବୁଧବାର ଯାଜପୁର ଜିଲ୍ଲା ଦେଇ ଯାଇଥିବା 16ନଂ ଜାତୀୟ ରାଜପଥ କଡରେ ଛାତ୍ରୀଙ୍କ ମୃତଦେହ ଫିଙ୍ଗି ଦେଇ ଚାଲିଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବୁଧବାର ପୂର୍ବାହ୍ନରେ କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପ୍ରଥମେ ମୃତ ଯୁବତୀଙ୍କ ପରିଚୟ ମିଳିନଥିଲା । ଅନୁସନ୍ଧାନ ପରେ ମିଳିଥିବା ବ୍ୟାଗରୁ ତାଙ୍କର ପରିଚୟ ପ୍ରକାଶ ପାଇଥିଲା। କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତଦେହ ଏଠାକୁ ଆସିଲା ସେନେଇ ତଦନ୍ତ ଆରମ୍ଭ ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା ଓ ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jan 28, 2021, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.