ଯାଜପୁର: ଶାସନ୍ଧା ଗାଁରେ ଗୁପଚୁପ ଖିଆକୁ ନେଇ ହଣାକଟା । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଲେ ଅଭିମନ୍ୟୁଙ୍କ ପରିବାର ।
ପ୍ରକାଶ ଯୋଗ୍ୟ, ଗତ ୭ ତାରିଖ ଦିନ ସେହି ଗାଁର ରବିନ୍ଦ୍ର କୁମାର ବେହୁରିଆଙ୍କ ପୁଅ ବାହାଘର ଭୋଜି ଥିଲା । ଏହି ଭୋଜିରେ ଅଭିମନ୍ୟୁ ବିଶ୍ୱାଳ ଗୁପଚୁପ ବାଣ୍ଟିଥିଲେ । ଏହି ସମୟରେ ସତ୍ୟବ୍ରତ ବେହୁରିଆଙ୍କ ମା’ ଗୁପଚୁପ ଗୋଟେ କଂସାରେ ନେବାକୁ ଅଭିମନ୍ୟୁଙ୍କୁ ମାଗିଥିଲେ । ଯାହାକୁ ଅଭିମନ୍ୟୁ ବିରୋଧ କରିଥିଲେ । ଏହି କଥା ଶୁଣିଲା ପରେ ସତ୍ୟବ୍ରତ ଉତକ୍ଷିପ୍ତ ହୋଇ ଅଭିମନ୍ୟୁଙ୍କୁ ଘଟଣା ସ୍ଥଳରେ ବାଡେଇ ଥିଲେ।
ଏତିକିରେ କଥା ସରିନଥିଲା ସେହି ଦିନ ରାତିରେ ସତ୍ୟବ୍ରତ ଓ ତାଙ୍କ ମାନେ ପୁନଶ୍ଚ ରାତିରେ ଏକ ମାରଣାସ୍ତ୍ରରେ ଅଭିମନ୍ୟୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ବିଞ୍ଝାରପୁର ଥରେ ଅଭିଯୋଗ କରିଥିଲେ । ମାତ୍ର ସେଠାରେ କୌଣସି ନ୍ୟାୟ ନପାଇବାରୁ ଗୁରୁବାର ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଆଗରେ ସପରିବାର ଧାରଣା ଦେଇଥିଲେ । ତେବେ ଏସପି ରାହୁଲ ପିଆର ଘଟଣା ସମ୍ପର୍କରେ ଆଲୋଚନା କରି ଗିରଫ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ, ଇଟିଭି ଭାରତ