ETV Bharat / state

କଳିଙ୍ଗନଗରଠୁ ବ୍ୟାସନଗର ମୁଖ୍ୟରାସ୍ତା ଅବସ୍ଥା ଶୋଚନୀୟ, ପାଦେ ପାଦେ ବିପଦ

author img

By

Published : Nov 9, 2020, 2:38 PM IST

Updated : Nov 9, 2020, 3:02 PM IST

ବିପର୍ଯ୍ୟସ୍ତ ଅବସ୍ଥାରେ ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ଦୁର୍ଘଟଣାରେ ଯାଉଛି ଅନେକ ଜୀବନ । ଏପଟେ ରାସ୍ତା ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଏହି ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯିବ । ଅଧିକ ପଢନ୍ତୁ...

କଳିଙ୍ଗନଗର ଠାରୁ ବ୍ୟାସନଗରର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଯାଜପୁର: ରାସ୍ତା ପାଲଟିଛି ମରଣ ଯନ୍ତା । ପାଦେ ପାଦେରେ ଜଗି ବସିଛି ମୃତ୍ୟୁ ! ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ହଜାର ହଜାର ଲୋକ । ଏହା କୌଣସି ଉପାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ନୁହେଁ । ଏ ହେଉଛି ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ସ୍ଥିତି । ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରତିଦିନ ହଜାର ହଜାର ଭାରି ଯାନ ଚଳାଚଳ କରୁଥିବାରୁ ଏହି ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି । ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ଯାଉଛି ଅନେକ ଜୀବନ ।

ଖାସ କରି କଳକାରଖାନାକୁ ଯାଉଥିବା ଶ୍ରମିକ ଓ କର୍ମଚାରୀମାନେ ଏହି ରାସ୍ତାରେ ଯାଆସ ସମୟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହି ବିପଦ ସଙ୍କୁଳ ରାସ୍ତାରେ ଆମ୍ବୁଲାନ୍ସ ଟିଏ ଯିବା ମଧ୍ୟ କାଠିକର ହୋଇପଡୁଛି । ଆଉ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଅନେକ କ୍ଷୋଭ । ଅନେକ ଥର ଆନ୍ଦୋଳନ ପରେ ବି ପ୍ରଶାସନ ନିଦ ଭାଙ୍ଗୁନି । ତେଣୁ ତୁରନ୍ତ ଏହି ରାସ୍ତାର ଉନ୍ନତିକରଣ କରିବାକୁ ଦାବି ହୋଇଛି ।

ଗମନାଗମନ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଉଛି ରାସ୍ତା । ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ଦେଖିଲେ ବିକାଶ ଏଠି ବାଟ ହୁଡି ଯାଇଥିବା ଜଣାପଡୁଛି । ଏହି ମୁଖ୍ୟ ରାସ୍ତାଟି ଏତେ ମାତ୍ରାରେ ବିପର୍ଯ୍ୟସ୍ତ ହୋଇପଡିଛି ଯେ ପାଦ ଚଲା ଲୋକ ବି ନିଜକୁ ନିରାପଦ ମଣୁ ନାହାନ୍ତି । ସାଇକେଲ ଓ ବାଇକ ଆରୋହୀ ପ୍ରତିଦିନ ବିପଦର ସମ୍ମୁଖୀନ ହୋଇ ଯାତାୟତ କରୁଛନ୍ତି । ବିଶେଷକରି ଗଣ୍ଡାନାଳ ଠାରୁ ବାରାଗଡିଆ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏହି ରାସ୍ତା ସମସ୍ୟାକୁ ଦୂର କରିବା ପାଇଁ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କାହାରି ଆନ୍ତରିକତା ନଥିବା ପରି ମନେ ହେଉଛି ।

ଅନ୍ୟପଟେ ଏହି ରାସ୍ତା ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ଶିଳ୍ପାଞ୍ଚଳକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେନେଇ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେଲାଣି ବୋଲି ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 9, 2020, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.