ETV Bharat / state

ବସ୍ତିବାସିନ୍ଦାଙ୍କ ବିପଦର ବନ୍ଧୁ ସାଜିଲେ ଯାଜପୁର ରୋଡ ପୋଲିସ

author img

By

Published : Apr 4, 2020, 2:49 PM IST

Updated : Apr 4, 2020, 3:59 PM IST

ସମଗ୍ର ଦେଶରେ ଲକଡାଉନ ଜାରି ହୋଇଥିବା ସମୟରେ ବସ୍ତିବାସିନ୍ଦାଙ୍କୁ ଖାଦ୍ୟବାଣ୍ଟି ସେମାନଙ୍କ ମୁହଁରେ ହସଫୁଟାଇଛନ୍ତି ଯାଜପୁର ରୋଡ ପୋଲିସ । ଅଧିକ ପଢନ୍ତୁ...

jajpur road police food distribute in slum area
ବସ୍ତିବାସିନ୍ଦାଙ୍କ ବିପଦର ବନ୍ଧୁ ସାଜିଲେ ଯାଜପୁର ରୋଡ ପୋଲିସ

ଯାଜପୁର: ଯାଜପୁର ରୋଡ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ବିଭିନ୍ନ ବସ୍ତି ଅଞ୍ଚଳକୁ ଯାଇ ଶୁଖିଲା ଖାଦ୍ୟ ଓ ପିଇବା ପାଣି ଆଦି ବଣ୍ଟନ କରୁଛନ୍ତି । ଆଜି(ଶନିବାର) ଏହି ପୋଲିସ ଟିମ ସ୍ଥାନୀୟ ଗାନ୍ଧୀନଗର କୁଷ୍ଠ ଆଶ୍ରମକୁ ଯାଇ ପିଲା ଠୁଁ ବୁଢା ସମସ୍ତଙ୍କୁ ଡ୍ରାଏ ଫୁଡ୍, ଫଳ ଆଦି ବଣ୍ଟନ କରିଥିଲେ ।

ବସ୍ତି ଅଞ୍ଚଳର ଲୋକେ ନିଜ ବୃତ୍ତିକୁ ବା କାମକୁ ଯାଇପାରୁନଥିବାରୁ ପୋଲିସ ଭାଇ ମାନେ ବସ୍ତିରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଗୋଟିଏ ପଟେ କୋଭିଡ-19ରୁ ରକ୍ଷା କରିବା ପାଇଁ ପୋଲିସ ଲକଡାଉନ ନିୟମକୁ କଡାକଡି କରୁଥିବା ବେଳେ ଅନ୍ୟପଟେ ଅବହେଳିତ ବର୍ଗର ଲୋକଙ୍କ ବିପଦ ସମୟର ଦରଦୀ ବନ୍ଧୁ ସାଜିଛି । ତେବେ ପୋଲିସକର୍ମୀଙ୍କର ଏପରି କାମକୁ ନେଇ ବସ୍ତିବାସିନ୍ଦା ଖୁସି ଅନୁଭବ କରୁଥିବା ବେଳେ ସାଧାରଣରେ ମଧ୍ୟ ପ୍ରଶଂସା କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 4, 2020, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.