ETV Bharat / state

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ: 4 ଗିରଫ, ମାରଣାସ୍ତ୍ର ସହ ମୋବାଇଲ ଜବତ - ଅନ୍ତଃରାଜ୍ୟ

ବିଞ୍ଝାରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଏକ ସୁନା ଦୋକାନରେ ଡକାୟତି କରିବାକୁ ଯୋଜନା କରିଥିବା ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଯାଜପୁର ପୋଲିସ । ସୁନ୍ଦରପୁର ଅଞ୍ଚଳରେ ହୋଇଥିବା ସଶସ୍ତ୍ର ଡକାୟତିରେ ସଂପୃକ୍ତି ଥିବା ନେଇ ଡକାୟତମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jul 14, 2019, 10:15 AM IST

ଯାଜପୁର: ଚାରି ଆନ୍ତଃରାଜ୍ୟ କୁଖ୍ୟାତ ଡକାୟତ ପୋଲିସ ହାତରେ ଧରାପଡିଛନ୍ତି । ବିଞ୍ଝାରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଏକ ସୁନା ଦୋକାନରେ ଡକାୟତି କରିବା ଲାଗି ଏକ ଗ୍ୟାଙ୍ଗ ଯୋଜନା କରୁଥିବାବେଳେ ଚାରି ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ ।

ଡକାୟତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ମାରଣାସ୍ତ୍ର ସହ ଚୋରୀ ସାମଗ୍ରୀ, ଦୁଇଟି ବାଇକ୍ ଓ ୫ଟି ମୋବାଇଲ ପୋଲିସ ଜବତ କରାଯାଇଛି । ଏହି ଗ୍ୟାଙ୍ଗର ୬ ଜଣ ସଦସ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରିବାରେ ସଫଳ ହୋଇଥିଲେ । ଗତ 15 ଦିନ ତଳେ ବିଞ୍ଝାରପୁର ଥାନା ସୁନ୍ଦରପୁର ଅଞ୍ଚଳରେ ହୋଇଥିବା ସଶସ୍ତ୍ର ଡକାୟତିରେ ସଂପୃକ୍ତି ଥିବା ନେଇ ଡକାୟତମାନେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଚୋରି ଅଳଙ୍କାରକୁ ନେଇ ଡକାୟତମାନେ କଟକର ଏକ ସୁନା ଦୋକାନରେ ବିକ୍ରି କରୁଥିଲେ । ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ପୋଲିସର ଚଢାଉ ପରେ ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ୨୦୦ ଗ୍ରାମ ସୁନା ଓ ୩୦୦ ଗ୍ରାମ ରୂପା ଜବତ କରାଯାଇଛି । ଏହି ଡକାୟତି ଗ୍ୟାଙ୍ଗର ଦୁଇ ଜଣ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବାକୁ ଉଦ୍ୟମ କରାଯାଉଥିବା ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.