ETV Bharat / state

ବିପଦ ବେଳେ ବଳ ଯୋଗାଇଲା ଯାଜପୁର ପ୍ରଶାସନ, ପହଞ୍ଚାଇଲା ପ୍ରାଣବାୟୁ - ଯାଜପୁର ଅକ୍ସିଜେନ

ଅକ୍ସିଜେନର ଆବଶ୍ୟକତାକୁ ଦେଖି ବାତ୍ୟା ସମୟରେ ମଧ୍ୟ ବାହାର ରାଜ୍ୟକୁ ଅକ୍ସିଜେନ ସପ୍ଲାଇ ଜାରି ରଖିଥିଲା ଯାଜପୁର ଜିଲ୍ଲାପ୍ରଶାସନ । ଅଧିକ ପଢନ୍ତୁ...

ବାତ୍ୟା ସମୟରେ ମାନବିକତାର ନିଦର୍ଶନ ଦେଖାଇଲା ଜିଲ୍ଲାପ୍ରଶାସନ

author img

By

Published : May 29, 2021, 10:40 PM IST

ଯାଜପୁର: ଚଳିତ ବାତ୍ୟାରେ ଅଳ୍ପକେ ବର୍ତ୍ତିଛି ଯାଜପୁର ଜିଲ୍ଲା । ପଡୋଶୀ ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାରେ ଅନେକ କିଛି କ୍ଷୟକ୍ଷତି ଘଟିଥିଲେ ମଧ୍ୟ ଯାଜପୁର ଜିଲ୍ଲାରେ ସେଭଳି କିଛି କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିନାହିଁ। ତେବେ ଏହି ବାତ୍ୟା ସମୟରେ ଏହାର ମୁକାବିଲା କରିବା ସହିତ କୋଭିଡ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନକୁ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ପଠାଇବା ଉପରେ ଗୁରୁତ୍ବ ଦେଇଥିଲା ଯାଜପୁର ପ୍ରଶାସନ। କୋରୋନା ମହାମାରୀ ସାଙ୍ଗକୁ ବାତ୍ୟାର ପ୍ରକୋପ। ଯାହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସାଜିଥିଲା।

ବାତ୍ୟା ସମୟରେ ମାନବିକତାର ନିଦର୍ଶନ ଦେଖାଇଥିବାରୁ ଜିଲ୍ଲା ପ୍ରଶାସନ

ଗୋଟେପଟେ ଅକ୍ସିଜେନର ଅଭାବ ଓ ଅନ୍ୟପଟେ ବାତ୍ୟା 'ୟସ'କୁ ନେଇ ମନରେ ଛନକା । ବାତ୍ୟା ପ୍ରକୋପରୁ ଅଳ୍ପକେ ବର୍ତ୍ତିଥିଲା ଶିଳ୍ପ ନଗରୀ। ଅଳ୍ପମାତ୍ରାରେ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଅକ୍ସିଜେନ ଯୋଗାଣରୁ ନିବୃତ୍ତ ହୋଇନଥିଲା ଜିଲ୍ଲା ପ୍ରଶାସନ। ପବନ ସାଙ୍ଗକୁ ମୂଷଳଧାରାରେ ବର୍ଷା ଲାଗିରହିଥିଲେ ମଧ୍ୟ ଓଡିଶା ବାହାରକୁ ନିରନ୍ତର ଅକ୍ସିଜେନ ପଠାଯାଇଥିଲା ।

ଅକ୍ସିଜେନର ଆବଶ୍ୟକତାକୁ ଦେଖି କାରଖାନାରେ ଉତ୍ପାଦନ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଥିଲା। ବାତ୍ୟା ସମୟରେ କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ କାରଖାନାରୁ ବିଶାଖାପାଟଣାର ଭାଇଜାଗକୁ ଲିକ୍ବିଡ ମେଡିକାଲ ଅକ୍ସିଜେନକୁ ପଠାଯାଇଥିଲା। ସଡକପଥରେ 15.63 ଟନ ଅକ୍ସିଜେନ କଣ୍ଟେନର ଟ୍ୟାଙ୍କର ଯୋଗେ ପଠାଯାଇଥିବାବେଳେ, 25 ତାରିଖରେ ମଧ୍ୟ ଭାଇଜାଗ, ଚେନ୍ନାଇ ଓ ହାଇଦ୍ରାବାଦକୁ 36.6 ଟନ ଅକ୍ସିଜେନ ପଠାଯାଇଥିଲା। ଏନେଇ ଗ୍ରୀନ କରିଡର ଏସପିଙ୍କ ନିର୍ଦ୍ଦେଶକ୍ରମେ ଯଖପୁରା ଥାନା ଅଧିକାରୀ ନିଜ ସହକର୍ମୀଙ୍କ ସହଯୋଗରେ ଏଥିପାଇଁ ଶିଳ୍ପସଂସ୍ଥାକୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.