ETV Bharat / state

ଦ୍ୱିତୀୟ ଦିନରେ ନୀଳାଚଳ ଇସ୍ପାତ କାରଖାନା ଧାରଣା - ନୀଳାଚଳ ଇସ୍ପାତ ଧାରଣା

ଯାଜପୁର ଜିଲ୍ଲା କଳିଙ୍ଗନଗର ଶ୍ରମିକ ସଂଗଠନ ଓ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତର ସୁରକ୍ଷା, ପୁନରୁର୍ଦ୍ଧାର ଓ ବକେୟା ଦରମା ଦାବିରେ ନୀଳାଚଳ ଇସ୍ପାତ ସୁରକ୍ଷା ଦିବସ ପାଳନ କରାଯାଇଛି ।

jajpur nilachala protest
ନୀଳାଚଳ ଇସ୍ପାତ ଧାରଣା ଦ୍ୱିତୀୟ ଦିନରେ ଯୋଗଦେଲେ ବହୁ କର୍ମଚାରୀ
author img

By

Published : Aug 10, 2020, 4:59 PM IST

ଯାଜପୁର: ନୀଳାଚଳ ଇସ୍ପାତ ଧାରଣାର ଦ୍ୱିତୀୟ ଦିନରେ ଯୋଗଦେଲେ ବହୁ କର୍ମଚାରୀ। ଯାଜପୁର ଜିଲ୍ଲା କଳିଙ୍ଗନଗର ଶ୍ରମିକ ସଂଗଠନ ଓ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତର ସୁରକ୍ଷା, ପୁନରୁର୍ଦ୍ଧାର ଓ ବକେୟା ଦରମା ଦାବିରେ ନୀଳାଚଳ ଇସ୍ପାତ ସୁରକ୍ଷା ଦିବସ ପାଳନ କରାଯାଇଛି ।

ନୀଳାଚଳ ଇସ୍ପାତ ଧାରଣା ଦ୍ୱିତୀୟ ଦିନରେ ଯୋଗଦେଲେ ବହୁ କର୍ମଚାରୀ

କୋଭିଡ-୧୯ ନିୟମ ମାନି ଆବଶ୍ୟକ ସଂଖ୍ୟାର କର୍ମଚାରୀମାନେ ଏକତ୍ରିତ ହୋଇ ନୀଳାଚଳର ସୁରକ୍ଷା, ପୁନରୁର୍ଦ୍ଧାର ଓ ବକେୟା ଦରମା ଦାବି କରିଥିଲେ । ଏହି ଧାରଣାରେ ପୁଞ୍ଜି ପ୍ରତ୍ୟାହାର କରି ନିଜସ୍ୱ ଲୁହାପଥର ଖଣିକୁ କାର୍ଯ୍ୟକ୍ଷମ ନକରି କଞ୍ଚାମାଲ ଅଭାବ ଦର୍ଶାଇ ଏକ ବର୍ଷ ରୁଗ୍ଣ କରି କାରଖାନାକୁ ସମ୍ପୂର୍ଣ୍ଣ ଅଚଳ କରିବା ଓ ପାଞ୍ଚ ମାସରୁ ଉର୍ଦ୍ଧ୍ବ ହେବ ଦରମା ନଦେଇ କର୍ମଚାରୀଙ୍କୁ ମାନସିକ ଯନ୍ତ୍ରଣା ଦେବା ଏବଂ ଅନାହାର ଓ ଆତ୍ମହତ୍ୟା ଜନିତ ମୃତ୍ୟୁମୁହଁକୁ ଠେଲିଦେବା ନୀତିକୁ ବିରୋଧ କରାଯାଇଥିଲା ।

ଏହି ଧାରଣାରେ ମିଳିତ ମଞ୍ଚର ଆବାହକ ରଞ୍ଜନ ନାୟକ, ବିସ୍ଥାପିତ ସମ୍ପାଦକ ତଥା ମଞ୍ଚର କର୍ମକର୍ତ୍ତା ବାବୁଲି ପୂର୍ତ୍ତି ,ଶ୍ରମିକ ସଂଘର ସମ୍ପାଦକ ମହୀରାମ ପୂର୍ତ୍ତୀ ଆଦି ମଞ୍ଚର କର୍ମକର୍ତ୍ତା ଓ ନୀଳାଚଳ ଇସ୍ପାତ କାରଖାନାର ଶ୍ରମିକ ମାନେ ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.