ଯାଜପୁର: ବକେୟା ଆଦାୟ ଓ ବେଆଇନ ବିଦ୍ୟୁତ ସଂଯୋଗକୁ ନେଇ ନେସ୍କୋ ଗ୍ରୀଡ ଫ୍ଲାଇଙ୍ଗ ସ୍କ୍ବାର୍ଡର ଚଢାଉ । ଜୋରିମାନା ଓ ଦେୟ ବାବଦକୁ ଆଦାୟ କଲା 4 କୋଟି 50 ଲକ୍ଷ । ଚଢାଉ ପାଇଁ 12ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ବେଳେ ଏଥିରେ 2511ଗୋଟି ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇଛି ।
ଯାଜପୁର ରୋଡ ସ୍ଥିତ ଧବଳଗିରି ନେସ୍କୋ ଗ୍ରୀଡ ଅଧିନରେ ରହିଛି ଅନେକ ଗୁଡିଏ ବିଦ୍ୟୁତ୍ ସବଷ୍ଟେସନ । ବ୍ୟାସନଗର ସହର ସମେତ କୋରାଇ, ରସୁଲପୁର ଓ ଦାନଗଦୀ ବ୍ଲକର ବ୍ୟାପକ ଅଞ୍ଚଳ ଏହି ଗ୍ରୀଡ ଅଧିନରେ ରହିଛି । ଏହି ସବୁ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ବିଦ୍ୟୁତ ସଂଯୋଗ ଓ ବିଦ୍ୟୁତ ପଇଠ ଜମା କରିନଥିବା ଉପଭୋକ୍ତା ମାନଙ୍କ ଘରେ ଓ ସଂସ୍ଥା ଉପରେ ଗ୍ରୀଡର ଫ୍ଲାଇଙ୍ଗ ସ୍କ୍ବାର୍ଡ ଦ୍ବାରା ଚଢାଉ ଜାରି ରହିଛି । ଚଢାଉ ସମୟରେ ନେସ୍କୋ ପକ୍ଷରୁ ସିଡି ବୁହା ଯାନ ଓ ଦଉଡି ଭଳି ସରଞ୍ଜାମ ସ୍କ୍ବାଡ ନେଇଥିବା ଜଣାପଡିଛି ।
ଏଥିପାଇଁ 12ଟି ସ୍କ୍ବାର୍ଡ ଗଠନ କରାଯାଇ 2511ଗୋଟି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଚଢାଉରେ ଜୋରିମାନା ଓ ଦେୟ ବାବଦକୁ 4କୋଟି 50ଲକ୍ଷ ଟଙ୍କାର ଆଦୟ ହୋଇଛି । ଆସନ୍ତା ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଚଢାଉ ଜାରି ରହିବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ଏଥିପାଇଁ ଲୋକଙ୍କ ମଧ୍ୟରେ ଅଧିକ ସଚେତନ ସୃଷ୍ଟି କରାଯାଉଥିବା ସେ ସୂଚନା ଦେଇଥିଲେ ।
ଯାଜପୁରରୁ ଜ୍ଞାନରଂଜନ ଓଝା, ଇଟିଭି ଭାରତ