ETV Bharat / state

ବିଜେଡି ବାହୁରେ ଯାଜପୁର, ବିଧାୟକ ଓ ସାଂସଦକୁ ଭବ୍ୟ ସମ୍ବର୍ଦ୍ଧନା

ବିଜେଡି ଗଡ ବୋଲାଉଥିବା ଯାଜପୁରରେ ଦଳୀୟ ବିଜୟୀ ନେତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାର ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀ ଓ କୋରେଇ ବିଧାୟକ ଅଶୋକ ବଳଙ୍କୁ ଦଳୀୟ କର୍ମୀ ଓ ନେତା ବ୍ୟାପକ ଆୟୋଜନ ସହ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର
author img

By

Published : Jun 11, 2019, 5:42 PM IST

ଯାଜପୁର: ପୁଣି ବିଜୁ ଜନତା ଦଳର ଗଡ଼ ଭାବେ ଉଭା ହୋଇଛି ଶିଳ୍ପ ସହର ଯାଜପୁର । ଜିଲ୍ଲା ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀ ଓ କୋରେଇ ବିଧାୟକ ଅଶୋକ ବଳ ବହୁମତ ପାଇ ବିଜୟ ହୋଇଛନ୍ତି । ଏଥିରେ ଗର୍ବାନ୍ବିତ ହୋଇ ଦଳୀୟ ନେତା ଓ କର୍ମୀ ବାଣ ଫୁଟାଇ ବାଜା ବଜାଇ ଉଭୟ ସାଂସଦ ଓ ବିଧାୟକଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଏହି ଅବସରରେ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ହୋଇ ଶର୍ମିଷ୍ଠା ଓ ଅଶୋକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ । ‘ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଆମର ଲକ୍ଷ୍ୟ’ ବୋଲି ଉଭୟ ସାଂସଦ ଓ ବିଧାୟକ କହିଛନ୍ତି । ତେବେ ଏହି ବିଜୟର ଶ୍ରେୟ ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ।

ଚଳିତ ନିର୍ବାଚନରେ ସାରା ଜିଲ୍ଲାରେ ବହୁମତ ସହ ବିଜେଡି କ୍ଲିନ୍ ସୁଇପ୍ କରିଛି । ଏଥର ପୁଣି ୭ କୁ ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ବିଜେଡି ହାତକୁ ଯାଇଛି । ଯାଜପୁର ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀ ଲକ୍ଷାଧିକ ଭୋଟରେ ଜିତିଥିବା ବେଳେ କୋରେଇ ବିଧାନସଭା ଆସନରୁ ଅଶୋକ ବଳ ୩୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

gdgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.