ETV Bharat / state

ରୋଜଗାର ଦେଲା ଛତୁଚାଷ, ଚାକିରି ଛାଡି ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା - କୋରୋନା ବଦଳାଇ ଦେଲା ବୃତ୍ତି

କୋରୋନା ବଦଳାଇ ଦେଲା ବୃତ୍ତି । ଛତୁ ଚାଷ, କୁକୁଡ଼ା ଚାଷକରି ସ୍ବାବଲମ୍ବୀ ହେବା ସହ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ଜିଲ୍ଲାର ରବିନ୍ଦ୍ର କୁମାର ପାତ୍ର । ଦେଖନ୍ତୁ ଆମର ରିପୋର୍ଟ

Jajpur Man turns-successful-farmer-through-mushroom-cultivation
ରୋଜଗାର ଦେଲା ଛତୁଚାଷ, ଚାକିରି ଛାଡି ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା
author img

By

Published : Oct 7, 2022, 8:47 PM IST

ଯାଜପୁର: ଚାକିରି ଛାଡି ଛତୁ ଚାଷ, କୁକୁଡ଼ା ଚାଷକରି ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଯାଜପୁର ଜିଲ୍ଲାର ରବିନ୍ଦ୍ର କୁମାର ପାତ୍ର । ବେସରକାରୀ ଚାକିରି ଛାଡି ଛତୁ, କୁକୁଡା ଚାଷ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରି ସ୍ବାଭଲମ୍ବୀ ହୋଇପାରିଛନ୍ତି ରବିନ୍ଦ୍ର ।

ରୋଜଗାର ଦେଲା ଛତୁଚାଷ, ଚାକିରି ଛାଡି ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଏମିତି ହୋଇଥିଲା ଆରମ୍ଭ

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ଜଣେ ମନୁଷ୍ୟ ସଫଳତାର ଶୀର୍ଷ ଛୁଇଁପାରେ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ତ୍ରିଜଙ୍ଗା କଲୋନୀର ରବିନ୍ଦ୍ର କୁମାର ପାତ୍ର । ରବିନ୍ଦ୍ର କଳିଙ୍ଗନଗର ସ୍ଥିତ ଏକ ଘରୋଇ କମ୍ପାନୀରେ ଠିକା କର୍ମଚାରୀ ଭାବେ ଚାକିରି କରୁଥିଲେ। କୋରୋନା ମହାମାରୀ ପାଇଁ କର୍ମଚରୀଙ୍କ ଦରମା ଉପରେ ପ୍ରଭାବ ପଡିଥିଲା। ପରିବାର ପ୍ରତିପୋଶଣରେ ଅସୁବିଧା ହେବାରୁ ସେ ଘରକୁ ଫେରିଆସିଥିଲେ । ଚାକିରି ନକରି ଚାଷ କରିବାକୁ ମନବଳାଇଥିଲେ ରବିନ୍ଦ୍ର ।

ମାସିକ ପାଉଥିଲେ 9 ହଜାର ଦରମା

ଏନେଇ ରବିନ୍ଦ୍ର କହିଛନ୍ତି ଯେ, "ମୁଁ ଜିନ୍ଦଲରେ ଏକ ଠିକା କର୍ମଚାରୀ ଭାବେ କାମ କରୁଥିଲି । ମାସିକ ୯ ହଜାର ଟଙ୍କା ଦରମା ପାଉଥିଲି ।ତେବେ କୋରୋନା ମହାମାରୀ ସମୟରେ କମ୍‌ ଦରମାରେ ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଚାକିରି ଛାଡି ଘରକୁ ଆସିଯାଇଥିଲି । ତାପରେ ଆମ ପଡୋଶୀ ଭାଇ ଜଣେ ଛତୁ ଚାଷ କରୁଥିବା ବେଳେ ସେ ମୋତେ ଉତ୍ସାହିତ କରିଥିଲେ । ତାପରେ ମୁଁ ୬୦ଟି ବେଡରୁ ଛତୁଚାଷ ଆରମ୍ଭ କରିଥିଲି । ତାପରେ ଅଧିକ ଲାଭ ହୋଇଥିଲା । ଏବେ ମାସିକ ୧୫ରୁ ୧୮ ହଜାର ଲାଭ ହୁଏ । ଋତୁ ଅନୁସାରେ ମୁଁ ଛତୁ ଚାଷ କରେ । ଏବେ ଚାଷ ବିଷୟରେ ସବୁଆଡେ ଲୋକେ ଜାଣିପାରିଥିବା ବେଳେ ବିକ୍ରି ମଧ୍ୟ ଅଧିକା ହେଉଛି । କାମରେ ମୋତେ ମୋ ପତ୍ନୀ ସାହାଯ୍ୟ କରୁଛନ୍ତି । ମୁଁ ବହୁତ ଖୁସି ଅଛି ।"

କିଛି ନୂଆ କରିବାକୁ ଆଗ୍ରହ ରଖିଥିବା ରବିନ୍ଦ୍ର ନିଜ ପୈତୃକ ଜମିରେ ଛତୁ ଓ କୁକୁଡା ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ବାର୍ଷିକ ପାଖାପାଖି 3 ଲକ୍ଷ ଟଙ୍କା ରୋଜଗାର କରି ସ୍ବାଭଲମ୍ବୀ ହୋଇପାରିଛନ୍ତି ରବିନ୍ଦ୍ର । ଯଦି ସରକାର କିଛି ସାହାଯ୍ୟ ଯୋଗାଇଦିଅନ୍ତି ତାହାଲେ ଆହୁରି ଆଗକୁ ଅଗ୍ରଗତି କରିପାରିବେ ବୋଲି କହିଛନ୍ତି ଗ୍ରାମବାସୀ ।

କୁକୁଡ଼ା, ଅଣ୍ଡା ବିକ୍ରି କରି ଲାଭବାନ

ବର୍ତ୍ତମାନ ରବୀନ୍ଦ୍ର ନିଜ ଅଞ୍ଚଳ ସମେତ ଜିଲ୍ଲା ବାହାରକୁ ଏଠାରୁ ଛତୁ, କୁକୁଡ଼ା, ଅଣ୍ଡା, ରପ୍ତାନୀ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଏଠାରୁ ଅଣ୍ଡା ଯୋଗାଇ ଦିଆଯାଉଛି । ଛତୁ, କୁକୁଡ଼ା, ଅଣ୍ଡା ବିକ୍ରି କରି ଏବେ ବେଶ ଲାଭବାନ ହେଉଛନ୍ତି ରବୀନ୍ଦ୍ର । ତେବେ ଚାଷ କରି ରବୀନ୍ଦ୍ର କେବଳ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତା’ନୁହେଁ, ସେ ତାଙ୍କର ଆର୍ଥିକ ଅବସ୍ଥାକୁ ସୁଧାରି ପାରିଛନ୍ତି ।କିଛି ନୂଆ କରିବାକୁ ଚିନ୍ତା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ଯାହା ବେକାରୀ ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ସୃଷ୍ଟି କରିଛି । ବେସରକାରୀ ଚାକିରିରୁ ଓହରି ନିଜକୁ ସ୍ବାବଲମ୍ବୀ କରିବା ସହ ଶିକ୍ଷିତ ଯୁବ ବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସଫଳ ଚାଷୀ ରବିନ୍ଦ୍ର ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.