ETV Bharat / state

ଲଭ ସେକ୍ସ ଧୋକା, ଏତଲା ପରେ ବି ଚୁପ ବସିଛି ପୋଲିସ - JAJPUR LOVER DENY TO MARRY LOWER CAST GIRL

ଯାଜପୁର ଜିଲ୍ଳା ବଡଚଣା ଥାନା କୁନ୍ଦଳ ଗାଁରେ ଲଭ ସେକ୍ସ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଏବେ ଜାତିକୁ ଆଧାର କରି ବିବାହ କରିବାକୁ ପ୍ରେମିକ ନାରାଜ । ଅଧିକ ପଢନ୍ତୁ....

love sex dhoka
ଯାଜପୁରରେ ଲଭ ସେକ୍ସ ଧୋକା, ଏତାଲା ପରେ ବି ପୋଲିସ ନିଷ୍କ୍ରିୟ
author img

By

Published : Jan 6, 2020, 5:57 PM IST

ଯାଜପୁର: ଲଭ ସେକ୍ସ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଏବେ ଜାତିକୁ ଆଧାର କରି ବିବାହ କରିବାକୁ ପ୍ରେମିକ ନାରାଜ । ଗର୍ଭବତୀ ଯୁବତୀ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଏବେ ଆତ୍ମହତ୍ୟା କରିବା ପାଇଁ ଦେଇଛନ୍ତି ଚେତାବନୀ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଳା ବଡଚଣା ଥାନା କୁନ୍ଦଳ ଗାଁରେ ।

ଯାଜପୁରରେ ଲଭ ସେକ୍ସ ଧୋକା, ଏତାଲା ପରେ ବି ପୋଲିସ ନିଷ୍କ୍ରିୟ

କୁନ୍ଦଳ ଗାଁର ରାଧା(ଛଦ୍ମନାମ) ଦୀର୍ଘ ୪ବର୍ଷ ହେବ ସେହି ଗାଁର ପ୍ରସନ୍ନ ନାୟକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରେ ପରସ୍ପର ଶାରିରୀକ ସମ୍ପର୍କ ରଖିଥିଲେ । ଆଉ ଏବେ ୫ ମାସର ଗର୍ଭବତୀ ହୋଇଥିବା ରାଧାଙ୍କୁ ପ୍ରେମିକ ପ୍ରସନ୍ନ ଦେଇଛି ଧୋକା । ରାଧା ଛୋଟ ଜାତିର ହୋଇଥିବାରୁ ବିବାହ କରିବାକୁ ମନା କରିଦେଇଛି ।

ଏନେଇ ଯୁବତୀଙ୍କ ବାପା ବଡଚଣା ଥାନାରେ ଏତାଲା ଦାଏର କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଯୁବତୀ ଓ ତାଙ୍କ ପରିବାର ସାମାଜିକ ଲଜ୍ଜା ଭୟରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି । ଏହାସହ ପ୍ରେମିକକୁ ବିବାହ ନ କଲେ ଯୁବତୀ ଜଣକ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ବଡଚଣା ପୋଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ କେବଳ ମାମଲା ରୁଜ୍ଜୁ କରି ହାତଗୋଡ ବାନ୍ଧି ବସି ପଡିଛି । ଅନ୍ୟପଟେ ପୀଡିତାର ପରିବାର ପକ୍ଷରୁ ଟଙ୍କା ନେଇ ମାମଲାର ରଫାଦଫା କରିବାକୁ ଧମକ ଦିଆଯାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ - ଯାଜପୁର
ତା - ୦6/୦୧/୨୦୨୦
ସ୍ଲଗ୍ –ପ୍ରେମ,ସମ୍ପର୍କ ପରେ ଧୋକା-ଥାନାରେ ଏତାଲାପରେ ବି ପୁଲିସ ନିସ୍କ୍ରିୟ
ଫର୍ମାଟ-ଏଭିବି
ରିପୋଟର –gyanaranjan ojha
ଆଙ୍କର-
ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଏବେ ଜାତିକୁ ଆଧାର କରି ବିବାହ କରିବକୁ ପ୍ରେମିକ ନାରାଜ । ଗର୍ଭବତି ଯୁବତୀ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇ ନିରାଶ ହେବା ପରେ ଏବେ ଆତ୍ମହତ୍ୟା କରିବା ପାଇଁ ଦେଇଛନ୍ତି ଚେତାବନି ।ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଳା ବଡଚଣା ଥାନା କୁନ୍ଦଳ ଗାଁରେ । କୁନ୍ଦଳ ଗାଁର ସୁବର୍ଣ ସେନାପତିଙ୍କ ଝିଅ ରଚନା ସେହି ଗାଁର ନରହରି ନାୟକଙ୍କ ପୁଅ ପ୍ରସନ୍ନ ନାୟକଙ୍କୁ ଦୀର୍ଘ ୪ବର୍ଷ ହେବ ପ୍ରେମ କରିବା ସହ ଶାରିରିକ ସମ୍ପର୍କ ରଖିଥିଲେ । ମନରେ ନିଜ ପ୍ରେମକୁ ନେଇ କେତେ କଳ୍ପନା କରିଥିଲେ ରଚନା । କିନ୍ତୁ ଶାରିରିକ ସମ୍ପର୍କ ରଖି ଏବେ ୫ମାସର ଗର୍ଭବତୀ ହୋଇଥିବା ବେଳେ ପ୍ରେମିକ ପ୍ରସନ୍ନ ଦେଇଛି ଧୋକା । ରଚନା ଛୋଟ ଜାତିର ହୋଇଥିବାରୁ ବିବାହ କରିବାକୁ ମନାକରିଦେଇଛି । ଏନେଇ ଯୁବତୀଙ୍କ ବାପା ବଡଚଣା ଥାନାରେ ଏତାଲା ଦାଏର କରିଥିଲେ ମଧ୍ୟ କୌଣସି କାଯ୍ୟାନୁଷ୍ଠାନ ନେଇ ନଥିବାରୁ ଯୁବତୀ ଓ ତାଙ୍କ ପରିବାର ସାମାଜିକ ଲଜ୍ଜା ଭୟରେ ଆତ୍ମାହୁତି ଦେବାକୁ ଧମକ ଦେଇଥିବା ବେଳେ ପ୍ରେମିକକୁ ବିବାହ ନକଲେ ଯୁବତୀ ଜଣକ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ବଡଚଣା ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ କେବଳ ମାମଲା ରୁଜ୍ଜୁ କରି ହାତଗୋଡ ବାନ୍ଧି ବସିପଡିଛି । ଅନ୍ୟପଟେ ପିଡୀତାର ପରିବାର ପକ୍ଷରୁ ଟଙ୍କାନେଇ ମାମଲାର ରଫାଦଫା କରିବାକୁ ଧମକ ଦିଆଯାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
Body:newsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.