ଯାଜପୁର: ଜିଲ୍ଲାର ଧାର୍ମଶାଳା ଥାନା ଅଞ୍ଚଳ ଲଭ ଜିହାଦ ଘଟଣାରେ ଅଭିଯୁକ୍ତ ଶେଖ ଅବଦୁଲ ଓରଫ ବବିକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଯୁବତୀ ଜଣକୁ ପ୍ରଥମେ ଧର୍ମଶାଳା ଥାନାରେ 161 ଧାରାରେ ବୟାନ ରେକର୍ଡ ପରେ ଅଦାଲତରେ ମଧ୍ୟ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ଯୁବତୀଙ୍କୁ ଜୋର ଜବରଦସ୍ତ ଅପହରଣ କରିବା ପରେ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା ସହ ହୋଟେଲ ରୁମରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଯୁବତୀ ବୟାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ସମ୍ପୃକ୍ତ ଯୁବତୀ ନିଜ କଲେଜକୁ ମାଇଗ୍ରେସନ ସାର୍ଟିଫିକେଟ ଆଣିବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ବିଫଳ ହେବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପରେ ଅପହୃତା ଯୁବତୀ ନିଜ ମା’ଙ୍କୁ ଅପହରଣ ସମ୍ପର୍କରେ ଜଣାଇବା ସହ ତାଙ୍କୁ ଉଦ୍ଧାର କରିବା ପାଇଁ ଫୋନ ଯୋଗେ ଆକୁଳ ବିନତି କରିଥିଲେ । ଏହି ଅଡିଓ କଲ ଭାଇରାଲ ହେବା ପରେ ତଦନ୍ତକୁ କଡାକଡି କରିଥିଲା ଏବଂ ଗତକାଲି (ଗୁରୁବାର) ଯୁବତୀଙ୍କୁ କଟକରୁ ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଘଟଣାରେ ଅଭିଯୁକ୍ତ ବବିକୁ ମଧ୍ୟ ପୋଲିସ ଗିରଫ କରିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ