ETV Bharat / state

ଯାଜପୁରରେ ଲକଡାଉନର ଦ୍ୱିତୀୟ ଦିନ: ପୋଲିସର କଡାକଡି ଚେକିଂ

author img

By

Published : Jul 19, 2020, 1:46 PM IST

Updated : Jul 19, 2020, 1:53 PM IST

ଯାଜପୁରରେ ଲକଡାଉନର ଦ୍ୱିତୀୟ ଦିନ । ଜିଲ୍ଲାର ସମସ୍ତ ୧୦ଟି ବ୍ଳକ ଓ ୨ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ଲକଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ଅଧିକ ପଢନ୍ତୁ...

jajpur lockdown, due to coronavirus
ଯାଜପୁରରେ ଲକଡାଉନର ଦ୍ୱିତୀୟ ଦିନ : ପୋଲିସର କଡାକଡି ଚେକିଂ

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର 4ଟି ଜିଲ୍ଲା ସମେତ ରାଉରକେଲାକୁ ଜୁଲାଇ 31 ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । 14 ଦିନିଆ ଲକଡାଉନର ରବିବାର ହେଉଛି ଦ୍ବିତୀୟ ଦିନ । ଏହି ୪ଟି ଜିଲ୍ଲା ମଧ୍ୟରେ ରହିଛି ଯାଜପୁର । ଜିଲ୍ଲାର ସମସ୍ତ ୧୦ଟି ବ୍ଳକ ଓ ୨ଟି ପୌରାଞ୍ଚଳ ସମେତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ଲକଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ଏହି ସବୁ ଅଞ୍ଚଳରେ ପନିପରିବା, ଗ୍ରୋସରୀ ଓ ଔଷଧ ଦୋକାନ ଖୋଲା ରହିଥିବା ବେଳେ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ସେହିପରି ଜରୁରୀକାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି । ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ ମୁତୟନ ହୋଇଥିବା ବେଳେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।

ଗାଁଠୁ ସହର ସବୁଠି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଥିବା ବେଳେ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ପାଟ୍ରୋଲିଂ ଜାରି ରହିଛି । ଯାଜପୁର ଜିଲ୍ଲାପାଳ ଓ ଏସପି ଏହାର ତଦାରଖ କରୁଛନ୍ତି । ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଅମାନିଆଙ୍କୁ ସାବାଡ଼ କରୁଥିବା ଦେଖିବାକୁ ମିଳିଛି । ସେପଟେ ରବିବାର ଯାଜପୁର ଜିଲ୍ଲାରେ ଆଉ ୪୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୦ ଜଣଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୯୯୩ ଛୁଇଁଛି । ସେଥିମଧ୍ୟରୁ ୭୭୯ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୨୧୨ ଟି ସକ୍ରିୟ ମାମଲା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 19, 2020, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.