ଯାଜପୁର: ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ରହ୍ମବରଦାର ଜଣେ ବ୍ୟକ୍ତି କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହି କୋରୋନା ସଂକ୍ରମଣକୁ ରୋକିବା ପାଇଁ ଗତ ଶନିବାର ରାତି ୮ଟାରୁ ସୋମବାର ରାତି ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୦ଟିବ୍ଳକ ସମେତ ଜିଲ୍ଲାର ପ୍ରମୁଖ ସହରକୁ ସଡ଼ଡାଉନ ଘୋଷଣା କରିଥିଲା ପ୍ରଶାସନ। ତେବେ ସୋମବାର ଠାରୁ ସଡ଼ଡାଉନ ହଟାଇବା ପରେ ଯାଜପୁରରେ ମଙ୍ଗଳବାର ଠାରୁ ଆରମ୍ଭ ହେଇଛି ଲକଡାଉନ ନିୟମ । ତେବେ ଜିଲ୍ଲାପାଳଙ୍କ ଘୋଷଣା କ୍ରମେ ମଙ୍ଗଳବାର ଠାରୁ ପ୍ରତ୍ୟକ ବଜାର ଓ ହାଟ ଗୁଡିକ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ କେବଳ ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ 'ଧାନ କଳ' ଓ 'ଅଟା କଳ' ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମଙ୍ଗଳବାର ଠାରୁ ଲକ ଡାଉନ ସମୟରେ ଯେଉଁ ନିୟମ ଧାର୍ଯ୍ୟ କରାଯାଇଛି ଯଦି କୌଣସି ବ୍ୟକ୍ତି ବା ଦୋକାନୀ ଆଇନ ଉଲ୍ଲଂଘନ କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ବ୍ୟାସନଗର ସମେତ ବିଭିନ୍ନ ବଜାରରେ ଚଢ଼ାଉ କରି ମାର୍କେଟରେ ବୁଲୁଥିବା ୪୦ରୁ ଅଧିକ ବାଇକକୁ ଉଠାଇ ନେଇ ଫାଇନ ଆଦାୟ କରାଯାଇଥିଲା । ତେବେ ବ୍ୟାସନଗର ଅଞ୍ଚଳରେ ଲକଡାଉନ ନିୟମକୁ କିପରି ପାଳନ କରାଯାଉଛି ସେନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ