ETV Bharat / state

ମା’ କାଳୀଙ୍କ ମେଲଣ ଯାତ୍ରା ପାଇଁ ପ୍ରସ୍ତୁତ ଯାଜପୁର - ବ୍ୟାସନଗର କାଳୀ ପୂଜା

ଅକ୍ଟୋବର 27 ତାରିଖ ରାତିରୁ କଳସ ବୁଡା ଯାଇ ଯାଜପୁର ବ୍ୟାସନଗରରେ ଆରମ୍ଭ ହୋଇଥିଲା ମା କାଳୀଙ୍କ ପୂଜାର୍ଚ୍ଚନା। 11 ଦିନ ପୂଜାର୍ଚ୍ଚନା ପରେ ଆସନ୍ତା 6 ତାରିଖରେ ଅନୁଷ୍ଠିତ ହେବ ମା’ଙ୍କ ମେଲଣ ଉତ୍ସବ। ଅଧିକ ପଢ଼ନ୍ତୁ...

ମା କାଳୀଙ୍କ ମେଲଣ ଯାତ୍ରା
author img

By

Published : Nov 4, 2019, 6:12 PM IST

Updated : Nov 4, 2019, 8:06 PM IST

ଯାଜପୁର: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ୟାସନଗର ସହର । ସହରରେ 13ଟି ମଣ୍ଡପରେ ପାଳିତ ହେଉଛି ମା’ କାଳୀଙ୍କ ପୂଜାର୍ଚ୍ଚନା । ମଣ୍ଡପରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କରାଯାଇଥିବା ବେଳେ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସାରା ସହର। ତେବେ ଆସନ୍ତା 6 ତାରିଖରେ ଅନୁଷ୍ଠିତ ହେବ ମା’ଙ୍କ ମେଲଣ ଯାତ୍ରା। ଯାହା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ଯାଜପୁର ଜିଲ୍ଲା।

ବିଭିନ୍ନ ମଣ୍ଡପରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜା ପାଇବା ସହ ଆଧୁନିକ ଓ ପୌରାଣିକ ଘଟଣାବଳୀକୁ ନେଇ ଗଢାଯାଇଛି ବାରୁଆଳି । ଏଥିସହ କେତେକ ମଣ୍ଡପରେ ମୀନାବଜାର ଓ ଦୋଳି ମଧ୍ୟ ସ୍ଥାନ ପାଇଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସନ୍ଧ୍ୟାରେ ଆୟୋଜିତ ହେଉଛି ମେଲୋଡି ଓ ଭଜନ ସଂନ୍ଧ୍ୟା ଭଳି ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ । ମେଳା ପରିସରରୁ ମା’ଙ୍କ ଦର୍ଶନ ସହିତ ଘରକରଣା ଜିନିଷ କ୍ରୟ କରୁଛନ୍ତି ଗୃହିଣୀ । ଚାଟ, ଗୁପଚୁପ ଭଳି ମଜାଦାର ଖାଦ୍ୟ ଖାଇ ମଜା ଉଠାଉଛନ୍ତି ଦର୍ଶକ। ମଣ୍ଡପ ନିକଟରେ ବିଳମ୍ବିତ ରାତ୍ରି ଯାଏ ମେଲୋଡି ନାଚଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି । ମେଳାକୁ ଭଲ କରିବା ପାଇଁ କମିଟି ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖାଦେଇଛି ।

ମା’ କାଳୀଙ୍କ ମେଲଣ ଯାତ୍ରା

ଗତ ଅକ୍ଟୋବର 27 ତାରିଖ ରାତିରୁ କଳସ ବୁଡା ଯାଇ ଆରମ୍ଭ ହୋଇଥିଲା ମା’ କାଳୀଙ୍କ ପୂଜାର୍ଚ୍ଚନା । ସେଥିଲାଗି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସହରରେ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଅଧିକ ପୋଲିସ ମୁତୟନ କରାଯାଇଛି । ଦର୍ଶକ ମାନେ ସୁରୁଖୁରୁରେ ଦର୍ଶନ କରିବା ଓ ଯାତାୟାତ ପାଇଁ ରୁଟଚାଟ ମଧ୍ୟ ପ୍ରସ୍ତୁତ ହୋଇଛି । ପାନୀୟ ଜଳ, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଆରୋପ କରାଯାଇଛି । 5 ତାରିଖ ରାତିରେ ଶେଷ ହେବ କାଳୀପୂଜା ଉତ୍ସବ । 6 ତାରିଖ ଦିନ ହେବ ମେଳଣ ଉତ୍ସବ।

ଚୋରଦା କାଳୀ ମେଲଣ ପଡିଆରେ ଅନୁଷ୍ଠିତ ହେବ ଏହି ଉତ୍ସବ । ସହରର ପ୍ରାୟ ସମସ୍ତ ମଣ୍ଡପରୁ ମୂର୍ତ୍ତି ସବୁ ଶୋଭାଯାତ୍ରାରେ ଯାଇ ମେଲଣ ପଡିଆରେ ଏକତ୍ର ହେବେ। ମେଲଣ ସ୍ଥଳରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:

ସ୍ଲଗ-କାଳୀପୁଜା ପାଇଁ ଚଳଂଚଳ ବ୍ୟାସନଗର ସହର
ଫର୍ମାଟ- ପ୍ୟାକେଜ୍
ରିପୋଟର- ଜ୍ଞାନରଞ୍ଜନ ଓଝା
ଜିଲ୍ଲା- ଯାଜପୁର
ତାରିଖ- ୦୩.୧୧.୨୦୧୯         
ଆଙ୍କର -
କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ୟାସନଗର ସହର । ସହରରେ ୧୩ ଟି ମଣ୍ଡପରେ ପାଳିତ ହେଉଛି ମା କାଳୀଙ୍କ ପୂଜାର୍ଚ୍ଚନା । ମଣ୍ଡପ ମାନଙ୍କରେ ସୁନ୍ଦର ସୁନ୍ଦର ତୋରଣ ନିର୍ମାଣ କରାଯାଇଥିବା ବେଳେ ସୁସଜ୍ଜିତ ରଙ୍ଗୀନ ଆଲୋକ ମାଲାରେ ଝଲସୁଛି ସାରା ସହର । ବିଭିନ୍ନ ମଣ୍ଡପରେ ମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜା ପାଉଥିବା ବେଳେ ଆଧୁନିକ ଓ ପୌରାଣିକ ଘଟଣାବଳୀକୁ ନେଇ ଗଢାଯାଇଛି ବାରୁଆଳି । ଏଥିସହ କେତେକ ମଣ୍ଡପରେ ମୀନାବଜାର ଓ ଦୋଳି ମଧ୍ୟ ସ୍ଥାନ ପାଇଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସନ୍ଧ୍ୟାରେ ଆୟୋଜିତ ହେଉଛି ମେଲୋଡି ଓ ଭଜନ ସଂନ୍ଧ୍ୟା ଭଳି ନାନା ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ । ସହରରେ କାଳୀପୂଜାକୁ ଗଣପର୍ବ ଭାବେ ପାଳନ କରାଯାଉଥିବା ବେଳେ ଭଷାଣି ଦିନ ମେଢ ସବୁକୁ ନେଇ ଚୋରଦା ମେଳଣ ପଡିଆରେ ଧୁମଧାମରେ ପାଳିତ ହେବ କାଳୀ ମେଳଣ ଉତ୍ସବ ।

Body:
ଭିଓ-୧-
କାଳୀପୂଜା ପାଇଁ ଉତ୍ସବ ମୁଖର ହୋଇଛି ବ୍ୟାସନଗର ସହର । ଚଳିତ ବର୍ଷ ସହରର ୧୩ଟି ମଣ୍ଡପରେ ସ୍ଥାନ ପାଇଛନ୍ତି ମା ଶ୍ୟାମାକାଳୀଙ୍କ ମୂର୍ତ୍ତୀ । ମଣ୍ଡପ ମାନଙ୍କରେ ଶୋଭା ପାଉଛି ସୁଉଚ୍ଚ ତୋରଣ । ମା କାଳୀଙ୍କ ମୂର୍ତ୍ତୀ ପୂଜା ସାଙ୍ଗକୁ ସୁନ୍ଦର ସୁନ୍ଦର ବାରୁଆଳୀ ମାନ କରାଯାଇଛି । ଦୋକାନ ବଜାର ଓ ମୀନାବଜାରରେ ପୁରିଉଠିଛି ମଣ୍ଡପ ପରିସର । କେଉଁଠି କେଉଁଠି ଇଲେକ୍ଟ୍ରିକ ଦୋଳୀ ମଧ୍ୟ ଆୟୋଜନ କରାଯାଇଛି । ଦର୍ଶକଙ୍କ ମନରଞ୍ଜନ ପାଇଁ ବିଭିନ୍ନ ମଣ୍ଡପରେ ମେଲୋଡି ଓ ନାଚଗୀତ ଆଦି ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ମେଳା ପରିସରରୁ ମାଙ୍କ ଦର୍ଶନ ସହିତ ଘରକରଣା ଜିନିଷ କ୍ରୟ କରୁଛନ୍ତି ଘରର ଗୃହିଣୀ । ଚାଟ,ଗୁପଚୁପ ଭଳି ମଜାଦାର ଖାଦ୍ୟ ଖାଇ ମଜା ଉଠାଉଛନ୍ତି ଦର୍ଶକ । ମଣ୍ଡପ ନିକଟରେ ବିଳମ୍ବ ରାତ୍ରି ଯାଏ ମେଲୋଡି ନାଚଗୀତ ଭଳି ସାଂସ୍କୃତିକ କାର‌୍ୟ୍ୟକ୍ରମ ଉପଭୋଗ କରୁଛନ୍ତି । ମେଳାକୁ ଭଲ କରିବା ପାଇଁ କମିଟି ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖାଦେଇଛି ।
ବାଇଟ-୧– କିରଣ ମସକରା, ଦର୍ଶକ
ବାଇଟ-୨– ମମତା ମହାନ୍ତି,ଦର୍ଶକ
ଭିଓ-୧-
ଗତ ୨୭ ତାରିଖ ବିଳମ୍ବ ରାତିରୁ କଳସ ବୁଡା ଯାଇ ଆରମ୍ଭ ହୋଇଥିଲା ମା କାଳୀଙ୍କ ପୂଜାର୍ଚ୍ଚନା । ସେଥିଲାଗି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସହରରେ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଅଧିକ ପୋଲିସ ମୁତୟନ କରାଯାଇଛି । ଦର୍ଶକ ମାନେ ସୁରୁଖୁରୁରେ ଦର୍ଶନ କରିବା ଓ ଯାତାୟାତ ପାଇଁ ରୁଟଚାଟ ମଧ୍ୟ ପ୍ରସ୍ତୁତ ହୋଇଛି । ପାନୀୟ ଜଳ, ସ୍ବାସ୍ଥ୍ୟ, ପରିମଳ ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଆରୋପ କରାଯାଇଛି । ସହରରେ ୫ ତାରିଖ ରାତି ହିଁ ଶେଷ ହେବ କାଳୀପୂଜା ଉତ୍ସବ । ୬ ତାରିଖ ଦିନ ହେବ ଏହି ମେଳଣ ଉତ୍ସବ ।
ବାଇଟ-୩–ରତିକାନ୍ତ ବଳାଳ,ଆୟୋଜକ
ବାଇଟ-୪–ଚରଣ ସିଂ ମିନା ,ଯାଜପୁର ଏସପି

Conclusion:
ଫାଭିଓ-
ବ୍ୟାସନଗର ସହରରେ ୬ ତାରିଖ ଦିନ ଅନୁଷ୍ଠିତ ହେବ ଭଷାଣୀ ଉତ୍ସବ । ଚୋରଦା କାଳୀମେଳଣ ପଡିଆରେ ଅନୁଷ୍ଠିତ ହେବ ଏହି ଉତ୍ସବ । ସହରର ପ୍ରାୟ ସମସ୍ତ ମେଢ ମଣ୍ଡପ ମାନଙ୍କରୁ ମୂର୍ତ୍ତୀ ସବୁ ଶୋଭାଯାତ୍ରାରେ ଯାଇ ଏହିଠାରେ ହିଁ ଏକତ୍ର ହେବେ । ମେଳଣ ସ୍ଥଳରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସେଥଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।

Last Updated : Nov 4, 2019, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.