ଯାଜପୁର: ଚଳିତବର୍ଷ ବନ୍ୟାରେ ଉଜୁଡି ଯାଇଛି ନିରାକାର ଦାସଙ୍କ ଘର । ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଦଶରଥପୁର ବ୍ଲକ ଖାନନଗର ପଂଚାୟତ ଲାଲବାଗ ଗାଁର ନିରାକାର ଦାସଙ୍କ ପରିବାର । ବର୍ତ୍ତମାନ ସୁଦ୍ଧା ପାଲ ଖଣ୍ଡେ ମିଳିନଥିବା ଅଭିଯୋଗ କରିଛନ୍ତି ନାରାକାର ।
ଏବେ ପୂରା ପରିବାର ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି । ସରପଞ୍ଚ କେବଳ ଚୁଡା ଓ 120ଟଙ୍କା ଦେଇ ସେମାନଙ୍କୁ ଭୁଲି ଯାଇଥିବା କହିଛନ୍ତି ଅସହାୟ ନିରାକାର । ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିନାହିଁ ତାଙ୍କୁ। ସେଥିପାଇଁ ତୁରନ୍ତ ପରିବାରକୁ ସରକାରୀ ରିଲିଫ ଯୋଗାଇ ଦେବାକୁ ଦାବି ହେଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ