ETV Bharat / state

ଚାଷ ଜମି ଫାଟି ଆଁ: ବିହନ ପରେ ପାଣି ସମସ୍ୟା, ଉପୁଜିଛି ମରୁଡି ସ୍ଥିତି !

author img

By

Published : Jul 21, 2021, 4:07 PM IST

କରୋନା କଟକଣାରେ ଜୀବନ ଜୀବିକା ବିପଦରେ ପଡିଥିବା ବେଳେ ଧାନ ଚାଷ ଉପରେ ନିର୍ଭର କରୁଥିବା ଧାନ ଚାଷୀ ହତାଶ । ନିଅଣ୍ଟିଆ ବର୍ଷା ପାଇଁ ଉପୁଜିଛି ମରୁଡି ସ୍ଥିତି । ଅଧିକ ପଢନ୍ତୁ...

Farming could not be done due to water problem in jajpur
ଚାଷ ଜମି ଫାଟି ଆଁ : ବିହନ ପରେ ପାଣି ସମସ୍ୟା ପାଇଁ ହୋଇ ପାରୁନି ଚାଷ କାର୍ଯ୍ୟ

ଯାଜପୁର : ସରୁନି ଚଷା ପୁଅର ଦୁଃଖ । ଆଷାଢ ସରି ଶ୍ରାବଣ ଆସିଲାଣି । କିନ୍ତୁ ଧାନ ଚାଷ ଲାଗି ଏବେବି ହନ୍ତସନ୍ତ ହେଉଛି ଚାଷୀ । ପ୍ରଥମେ ବିହନ ସମସ୍ୟା ଦେଖା ଦେଇଥିବା ପରେ ଏବେ ପାଣି ଅସୁବିଧା । ପାଣି ଅଭାବରୁ ଧାନ କ୍ଷେତ ଫାଟି ଆଁ କରିଛି । ବୁଣା ଯାଇଥିବା ବିହନ ସହ ତଳି ଧାନ ବି ମରିବାକୁ ବସିଲାଣି । ଆଉ କେତେକ ଚାଷୀ ନିଜ ଜମିକୁ ପଡିଆ ପକାଇ ଦେଇ ଗୋରୁଙ୍କୁ ଛାଡି ଦେଇଛନ୍ତି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ ।

ଚାଷ ଜମି ଫାଟି ଆଁ: ବିହନ ପରେ ପାଣି ସମସ୍ୟା, ଉପୁଜିଛି ମରୁଡି ସ୍ଥିତି !

କମ ମୈାସୁମୀ ବର୍ଷା ସହ କେନାଲରେ ପାଣି ନ ଆସିବା କାରଣରୁ ରୁଆ ଯାଇଥିବା ଧାନ ତଳି ଗଜା ମରୁଡି ପରିସ୍ଥିତି ସୃଷ୍ଟି କରିଛି । କେବଳ ସେତିକି ନୁହେଁ ଆସିଥିବା ସବସିଡି ବିହନ ମଧ୍ୟ ଅନେକ ଚାଷୀଙ୍କୁ ମିଳିନି । ନିଜ ସଞ୍ଚିତ ବିହନରେ ତଳି ପକାଇ ଚାଷ ଆରମ୍ଭ ବେଳକୁ ପାଣି କାରଣରୁ ରୁଆ ପୋତା କାର୍ଯ୍ୟ ବି ହୋଇପାରୁନି ।

ଜିଲ୍ଲାକୁ ଚଳିତଥର ଆସିଥିଲା ୬୦୦୦ କ୍ବିଣ୍ଟାଲ ସବସିଡି ବିହନ । ସୋସାଇଟି ମାଧ୍ୟମରେ ବିହନ ବଣ୍ଟନ କରାଯାଇଥିଲେ ବି ପ୍ରକୃତ ଚାଷୀଙ୍କ ପାଖରେ ଏହା ପହଞ୍ଚି ପାରିନି । ଚଳିତ ବର୍ଷ ୧ଲକ୍ଷ ୧୦ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବା ଲକ୍ଷ୍ୟ ରଖିଛି କୃଷି ବିଭାଗ । ପ୍ରଶାସନ ହିସାବରେ କ୍ଷୁଦ୍ର ଜଳସେଚନ ,ଉଠା ଜଳସେଚନ କେନାଲ ଓ ବୋରଓ୍ବେଲ ମାଧ୍ୟମରେ ୭୭ ହଜାର ହେକ୍ଟର ଜମି ଜଳସେଚିତ କରାଯିବାର ଲକ୍ଷ୍ୟ ରହିଛି । ଜୁଲାଇ ମାସରେ ସମସ୍ତ କେନାଲ ଦ୍ୱାରା ପାଣି ଯୋଗାଇବାକୁ ସରକାରୀ ନିୟମ ଥିଲେବି ଜଳ ସମ୍ପଦ ବିଭାଗ ଅଧିନସ୍ଥ ବିଭିନ୍ନ କେନାଲରେ ଏବେ ନିର୍ମାଣ କାର୍ଯ୍ୟ ଲାଗି ଜଳ ଯୋଗଇବା ବିଳମ୍ବ ହେଉଛି ।

କୋରେଇ ,ସୁକିନ୍ଦା ଓ ଦାନଗଦି ବ୍ଲକରେ ଜୁନ ଓ ଜୁଲାଇରେ ବର୍ଷାର ପରିମାଣ କମିଛି । ତଳି ରୁଆ ପାଇଁ ଯେତିକି ପରିମାଣର ବର୍ଷା ଦରକାର ତାହା ହୋଇନି । ଜୁନ ମାସରେ ପୁରା ଜିଲ୍ଲାରେ 238 ମିଲିମିଟର ବର୍ଷା ହେବା କଥା । କିନ୍ତୁ ୨ ଶହ ମିଲିମିଟର ବର୍ଷା ହୋଇଛି । ଜୁଲାଇ ମାସରେ ୩୫୦ ମିଲିମିଟର ବର୍ଷା ହେବା ବଦଳରେ ୫୦ ମିଲିମିଟର ବର୍ଷା ହୋଇଛି । ଯାହା ଧାନ ଚାଷ ପାଇଁ ଅନୁକୂଳ ନୁହେଁ ବୋଲି ଖୋଦ କୃଷି ଅଧିକାରୀ କହିଛନ୍ତି । କୋରୋନାରେ ରୋଜଗାର ହରାଇଥିବା ଲୋକ ଘରେ ହାତ ବାନ୍ଧି ବସିଛନ୍ତି । ଆଶା ଥିଲା ପାଗ ଅନୁକୂଳ ହେଲେ ଭଲ ଚାଷ ହେବ । ଆଉ ଦି ପଇସା ମିଳିବ । କିନ୍ତୁ ଚାଷୀର ଏହି ସ୍ବପ୍ନ ଏବେ ଅଧାରେ ରହିଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.