ETV Bharat / state

ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ଗୁରୁ-ଉପାସକଙ୍କୁ ଏକାଠି ହୁଏ ପୂଜା - ଗୁରୁ-ଉପାସକଙ୍କୁ ଏକାଠି ହୁଏ ପୂଜା

ବିଗତ 14 ବର୍ଷ ହେବ ଆୟୋଜିତ ହେଉଛି ବ୍ୟାସ ମହୋତ୍ସବ। ଆଜି ପବିତ୍ର ଭୌମ ଏକାଦଶୀ ତିଥିରୁ ହିଁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ଏହା ହେଉଛି ଏକ ନିଆରା ପରମ୍ପରା ।

jajpur famous byasa sarabor mela
ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ଗୁରୁ-ଉପାସକଙ୍କୁ ଏକାଠି ହୁଏ ପୂଜା
author img

By

Published : Feb 5, 2020, 10:35 PM IST

ଯାଜପୁର: ପୁରାଣ କାଳରୁ ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଆସିଛି ବ୍ୟାସ ସରୋବର ମେଳା । ଆଜି ପବିତ୍ର ଭୌମ ଏକାଦଶୀ ତିଥିରୁ ହିଁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ । ପୌର ପରିଷଦ ପକ୍ଷରୁ ଗତ 14 ବର୍ଷ ହେବ ଆୟୋଜିତ ହେଉଛି ଏହି ମହୋତ୍ସବ ।

ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ରହିଛି ପ୍ରସିଦ୍ଧ ବ୍ୟାସସରୋବର ପୀଠ । ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ପୀଠର ମାହାତ୍ମ୍ୟ ସମ୍ପର୍କରେ ରହିଛି ବର୍ଣ୍ଣନା । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ତୃତୀୟ ରଡି ସହି ନପାରି ସେ ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହି ଠାରେ ପାଣ୍ଡବଙ୍କ ନିକଟରେ ପରାସ୍ତ ହୋଇ ନିଧନ ହୋଇଥିଲେ ବୋଲି ବିଶ୍ବାସ ରହିଛି ।

ବିଶ୍ବାସ ରହିଛି, ବ୍ୟାସଦେବ ଏଠାରେ ମହାଭାରତର ଶେଷପର୍ବ ରଚନା କରିଥିଲେ । ଏହି ପୀଠ ହେଉଛି ବ୍ୟାସଙ୍କ ପରମଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ପୀଠର ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉଙ୍କର ଏଠାରେ ଏକତ୍ର ଭାବେ ପୂଜା କରାଯିବାର ନିଆରା ପରମ୍ପରା ରହିଆସିଛି । ରାଘବ ଜୀଉଙ୍କ ମନ୍ଦିର ପରିସରରେ ଭଜନକୀର୍ତ୍ତନ ସହିତ ଚାଲିଛି ନାମଯଜ୍ଞ ।

ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ଗୁରୁ-ଉପାସକଙ୍କୁ ଏକାଠି ହୁଏ ପୂଜା

ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରିଥିଲେ । ବିଶ୍ବାସ ରହିଛି ଗୁପ୍ତଗଙ୍ଗାରେ ବୁଡପକାଇ ଏଠାରେ ଯାହା ମନସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ । ସେଥିଲାଗି ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ନିକଟସ୍ଥ ବ୍ୟାସଭୂମି ମହିମା ଆଶ୍ରମରେ ମହିମା ଧର୍ମର ସନ୍ଥଙ୍କ ଦ୍ବାରା ଚାଲିଛି ଅଖଣ୍ଡ ଧୂନି ।

ଅନ୍ୟପଟେ ମେଳାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମେଳାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭେଳିକି ଭେଳି ଷ୍ଟଲ ମାନ ସ୍ଥାନ ପାଇଛି । ଏପଟେ ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାର ଓ ସିନେ ତାରକାଙ୍କ ଦ୍ବାରା ପରିବେଷିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ।

ଦୀର୍ଘ 11 ଦିନ ଧରି ଚାଲିବ ଚଳିତ ବ୍ୟାସ ମହୋତ୍ସବ ଓ ବ୍ୟାସସରୋବର ମେଳା । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ । ପୋଲିସ ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-vyasa_sarobar_mela
format-pkg
reporter-Gyanaranjan ojha
place-jajpur
date-05.02.20
Anchor---ପୁରାଣ କାଳରୁ ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଆସିଛି ବ୍ୟାସସରୋବର ମେଳା । ପୌର ପରିଷଦ ପକ୍ଷରୁ ବିଗତ 14 ବର୍ଷ ହେବ ଆୟୋଜିତ ହେଉଛି ବ୍ୟାସ ମହୋତ୍ସବ । ଆଜି ପବିତ୍ର ଭୌମ ଏକାଦଶୀ ତିଥିରୁ ହିଁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ । ମନ୍ଦିରରେ ଚାଲିଛି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ଇଏ ହେଉଛି ଏକ ନିଆରା ପରମ୍ପରା । ଆଜି ବଡ ଏକାଦଶୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Body:vo-01--ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ରହିଛି ପ୍ରସିଦ୍ଧ ବ୍ୟାସସରୋବର ପୀଠ । ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ପୀଠର ମହାତ୍ମ୍ୟ ସମ୍ପର୍କରେ ରହିଛି ବର୍ଣ୍ଣନା । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ତୃତୀୟ ରଡି ସହି ନପାରି ସେ ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହିଠାରେ ପାଣ୍ଡବଙ୍କ ନିକଟରେ ପରାସ୍ତ ହୋଇ ନିଧନ ହୋଇଥିଲେ ବୋଲି ବିଶ୍ବାସ କରାଯାଏ । ବିଶ୍ବାସ କରାଯାଏ ବ୍ୟାସଦେବ ଏହିଠାରେ ମହାଭାରତର ଶେଷପର୍ବ ରଚନା କରିଥିଲେ । ଏହି ପୀଠ ହେଉଛି ବ୍ୟାସଙ୍କ ପରମଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ପୀଠର ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉଙ୍କର ଏଠାରେ ଏକତ୍ର ଭାବେ ପୂଜା କରାଯିବାର ନିଆରା ପରମ୍ପରା ରହିଆସିଛି । ରାଘବ ଜୀଉଙ୍କ ମନ୍ଦିର ପରିସରରେ ଭଜନ କିର୍ତ୍ତନ ସହିତ ଚାଲିଛି ନାମଯଜ୍ଞ ।
bite-01--ଗଣନାଥ ନନ୍ଦ, ପୂଜକ, ବ୍ୟାସଦେବ ମନ୍ଦିର
bite-02--ହେମଲତା ଦେଓ, ଶ୍ରଦ୍ଧାଳୁ ମହିଳା
vo-02--ଆଜି ହେଉଛି ଭୌମ ଏକାଦଶୀ ବା ବଡ ଏକାଦଶୀ । ଆଜି ଦିନରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରିଥାନ୍ତି । ବିଶ୍ବାସ ରହିଛି ଗୁପ୍ତଗଙ୍ଗାରେ ବୁଡପକାଇ ଏଠାରେ ଯାହା ମନସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ । ସେଥିଲାଗି ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ନିକଟସ୍ଥ ବ୍ୟାସଭୂମି ମହିମା ଆଶ୍ରମରେ ମହିମା ଧର୍ମର ସନ୍ଥ ମାନଙ୍କ ଦ୍ବାରା ଚାଲିଛି ଅଖଣ୍ଡ ଧୂନି । ବିଗତ 14 ବର୍ଷ ଧରି ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ବ୍ୟାସସରୋବର ମେଳା ବ୍ୟାସ ମହୋତ୍ସବ ରୂପେ ପାଳିତ ହୋଇଆସୁଛି । ମେଳାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମେଳାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭେଳିକି ଭେଳି ଷ୍ଟଲ ମାନ ସ୍ଥାନ ପାଇବ । ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ପରିବଷିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସେଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି ।
bite-03--ଶୁଭେନ୍ଦୁ କୁମାର ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ୟାସନଗର ପୌରପରିଷଦ
Conclusion:fvo--ଦୀର୍ଘ 11 ଦିନ ଧରି ଚାଲିବ ଚଳିତ ବ୍ୟାସ ମହୋତ୍ସବ ଓ ବ୍ୟାସସରୋବର ମେଳା । ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ । ପୋଲିସ ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶ୍ରୁଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.