ETV Bharat / state

ଲଗାଣ ବର୍ଷାରେ ହନ୍ତସନ୍ତ ଯାଜପୁର ଜିଲ୍ଲାବାସୀ - ଯାଜପୁର ବନ୍ୟା ପରିସ୍ଥିତି

ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳ ସହିତ ସହରାଞ୍ଚଳବାସୀ ବାସୀ ମଧ୍ୟ ଲଗାଣ ବର୍ଷାରେ ହନ୍ତସନ୍ତ ହେଉଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ସର୍ବାଧିକ 87 ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ହନ୍ତସନ୍ତ ଜିଲ୍ଲା ବାସୀ
ଲଗାଣ ବର୍ଷାରେ ହନ୍ତସନ୍ତ ଜିଲ୍ଲା ବାସୀ
author img

By

Published : Aug 14, 2022, 9:51 PM IST

ଯାଜପୁର: ଲଗାଣ ବର୍ଷା ଫଳରେ ଚିନ୍ତାରେ ଜିଲ୍ଲା ବାସୀ । ସହର ଠାରୁ ଆରମ୍ଭ କରି ଗ୍ରାମଞ୍ଚଳରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଗ୍ରାମାଞ୍ଚଳ ସହିତ ସହରାଞ୍ଚଳବାସୀ ମଧ୍ୟ ଲଗାଣ ବର୍ଷାରେ ହନ୍ତସନ୍ତ ହେଉଛନ୍ତି । ବର୍ଷା ଲାଗି ରହିଥିବାରୁ ଜିଲ୍ଲା ବାସୀ ଘରୁ ବାହାରକୁ ଯିବା ମୁସ୍କିଲ ହୋଇପଡିଛି । ଦିନ ମଜୁରିଆ ବର୍ଷା ଯୋଗୁଁ ଘରୁ ବାହାରକୁ ଯାଇ ନ ପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲଗାଣ ବର୍ଷାରେ ହନ୍ତସନ୍ତ ଯାଜପୁର ଜିଲ୍ଲାବାସୀ

ଲଗାଣ ବର୍ଷା କାରଣରୁ ରାସ୍ତା ଘାଟରେ ଖାଲି ପାଣି ଆଉ ପାଣି । ରାସ୍ତାର ଖାଲଖମାରେ ବର୍ଷା ଜଳ ଜମି ରହିବାରୁ ଯାନବାହାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ସର୍ବାଧିକ 87 ମିଲି ମିଟର ବର୍ଷା ରେକର୍ଡ ହେଇଥିବା ବେଳେ ଦାନଗଦି ବ୍ଲକରେ ସର୍ବନିମ୍ନ 26 ମିଲି ମିଟର ବର୍ଷା ହୋଇଛି l ସେହିପରି କୋରେଇ ବ୍ଲକରେ 33.4, ଦଶରଥପୁର ବ୍ଲକରେ 53, ବରୀ ବ୍ଲକରେ 44.8, ସୁକିନ୍ଦା ବ୍ଲକରେ 25.2, ରସୁଲପୁର ବ୍ଳକ 27.8, ଯାଜପୁର 56,ଧର୍ମଶାଳା ବ୍ଲକରେ 40 ଓ ବଡ଼ଚଣା ବ୍ଲକରେ 33 ମିଲି ମିଟର ବର୍ଷା ହେଇଥିବା ସୂଚନା ମିଳିଛି l

ତେବେ ଗତକାଲି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଆଜି ଜଳସ୍ତର କମିଥିବା ଦେଖିବାକୁ ମିଳିଛି l ମାତ୍ର ଲଗାଣ ବର୍ଷା ଜାରି ରହିଥିବାରୁ ଚିନ୍ତାରେ ନଦୀ କୁଳିଆ ବାସୀ l ସେପଟେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁହାକୁ ତୁହା ବୈଠକ ବସି ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଆଲୋଚନା ହେଉଛି l

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.