ଯାଜପୁର: ରାଜ୍ୟରେ ସାଧାରଣ ଖାଉଟି ଦ୍ରବ୍ୟ ସହ ପେଟ୍ରୋଲ, ଡିଜେଲ ଭଳି ଅତ୍ୟାବଶକୀୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଥିବାବେଳେ ଯାହାର ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ରାଜ୍ୟବ୍ୟାପି କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହାର ପ୍ରଭାବ ମଧ୍ୟ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । କୋରେଇ ବ୍ଲକ ସାମ୍ନାରେ ଧାରଣା ଦେଇଛନ୍ତି ଦଳର ନେତା ଓ କର୍ମୀ ।
କୋରେଇ ବ୍ଲକ ସମ୍ମୁଖରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ଓ ନେତା ଯୋଗଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ । ପେଟ୍ରୋଲ ଡିଜେଲର ଦର ହୁ ହୁ ହୋଇ ବଢ଼ୁଥିବାବେଳେ ଏହାର ପ୍ରଭାବରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦରକୁ ସରକାର ନିୟନ୍ତ୍ରଣକୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ