ETV Bharat / state

ନର୍ଦ୍ଦମାରେ ଚାଲିଛି ମାଛ ମାର୍କେଟ; ଗଣୁଛନ୍ତି ମହାସୁଲ, ସହୁଛନ୍ତି କ୍ଷତି !

author img

By

Published : Sep 30, 2021, 8:39 PM IST

ଯାଜପୁର ଜିଲ୍ଲା ବ୍ୟାସନଗର ନହକା ଛକରେ ଥିବା ମାଛ ମାର୍କେଟର ଦୃଶ୍ୟ ନକହିବା ଭଲ । ନର୍ଦ୍ଦମାରେ ବସି ମାଛ ମାଂସ ବିକ୍ରି କରୁଛନ୍ତି ବ୍ୟବସାୟୀ । ହେଲେ ସେମାନଙ୍କ ଦୁଃଖ ଯେମିତି କାହା କାନରେ ପଡୁନି l ଅଧିକ ପଢନ୍ତୁ...

ନର୍ଦ୍ଦମାରେ ଚାଲିଛି ମାଛ ମାର୍କେଟ: କ୍ଷତିରେ ବ୍ୟବସାୟୀ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ନହକା ଛକରେ ଥିବା ମାଛ ମାର୍କେଟର ଦୃଶ୍ୟ ନକହିବା ଭଲ । ନର୍ଦ୍ଦମାରେ ବସି ମାଛ ମାଂସ ବିକ୍ରି କରୁଛନ୍ତି ବ୍ୟବସାୟୀ । ହେଲେ ସେମାନଙ୍କ ଦୁଃଖ ଯେମିତି କାହା କାନରେ ପଡୁନି l ଗ୍ରାହକ ମାନେ ମଧ୍ୟ ଏଭଳି ସ୍ଥାନରୁ ମାଛ ମାଂସ କିଣିବା ପାଇଁ ଆସୁ ନାହାନ୍ତି l ଯାହାଫଳରେ ବେପାର ମଧ୍ୟ ଏଠି ଭଲ ହେଉନଥିବା ଅଭିଯୋଗ କରିଛନ୍ତି l

ପ୍ରତି ବାରରେ 30 ଟଙ୍କା ଲେଖାଏଁ ମହାସୁଲ ନେଉଛନ୍ତି ପୌର ପ୍ରଶାସନ, ହେଲେ ପୌର ପ୍ରଶାସନ ପକ୍ଷରୁ ସେମାନଙ୍କ ବସିବା ପାଇଁ କୌଣସି ସୁବିଧା କରାଯାଉ ନାହିଁ । ଫଳରେ ବାଧ୍ୟ ହୋଇ ସେହି ସ୍ଥାନରେ ବସି ବେପାର କରୁଛନ୍ତି । ଦୁଇବର୍ଷ ତଳେ ଉକ୍ତ ସ୍ଥାନକୁ ଭେଣ୍ଡିଂଜୋନ କରିବାକୁ ସ୍ଥିର କରାଯାଇଥିଲା । 2019 ଅଗଷ୍ଟ 31ରେ ବିଧାୟକ ଅଶୋକ ବଳ ଉକ୍ତ ଭେଣ୍ଡିଂଜୋନର ଶିଳାନ୍ୟାସ ମଧ୍ୟ କରିଥିଲେ । ଇତି ମଧ୍ୟରେ ଶିଳାନ୍ୟାସକୁ ଦୁଇ ବର୍ଷ ବିତିଲାଣି କିନ୍ତୁ ଭେଣ୍ଡିଂ ଜୋନ ପାଇଁ ଆବଶ୍ୟକ କାର୍ଯ୍ୟ ପୌର ପ୍ରଶାସନ ପକ୍ଷରୁ କରାଯାଉନି ଫଳରେ ଗ୍ରାହକ ମାନେ ମଧ୍ୟ ପୌର ପ୍ରଶାସନର ଏଭଳି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଉକ୍ତ ସ୍ଥାନ ଯେତେ ଆବର୍ଜନାଯୁକ୍ତ ହେଲେ ମଧ୍ୟ ଗ୍ରାହକ ମାନେ ସେହିସ୍ଥାନରୁ କିଣିବା ପାଇଁ ବାଧ୍ୟ ହେଉଛି । ତଥାପି ଲୋକଙ୍କ ମଧ୍ୟରେ ସେଠାରୁ ମାଛ କିଣିବାର ଇଚ୍ଛା କମିଯାଉଛି । ସ୍ୱଚ୍ଛ ପରିବେଶ ମଧ୍ୟରେ ବେପାର କରିବା ପାଇଁ ଭେଣ୍ଡିଂ ଜୋନ କରାଯାଇଥିବା ବେଳେ ବ୍ୟାସନଗରରେ କିନ୍ତୁ, ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ବ୍ୟାସନଗର ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କହୁଥିବା ପୌର ପ୍ରଶାସନର ଏଭଳି ପରିବେଶ ଫଳରେ ଧୀରେ ଧୀରେ ବ୍ୟାସନଗରରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି l

ସେପଟେ ଏକ ନୂତନ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପାଇଁ ୨ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି ଏବଂ ଖୁବଶୀଘ୍ର ଟେଣ୍ଡର କାର୍ଯ୍ୟ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିବା ସହିତ ଖୁବ ଶୀଘ୍ର ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବା ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି କହିଛନ୍ତି । କେବେ ବେପାରୀ ମାନଙ୍କୁ ଅନ୍ୟ ସ୍ଥାନକୁ ନିଆଯାଉଛି ଓ ବେପାରୀ ମାନେ ସ୍ୱଚ୍ଛ ପରିବେଶରେ ବେପାର କରିବେ ତାକୁ ଅପେକ୍ଷା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.