ETV Bharat / state

Success Story: ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ଦିବ୍ୟାଙ୍ଗ ଛାତ୍ର, ଚାଷ କରି ଉଠାଉଥିଲେ ପଢା ଖର୍ଚ୍ଚ - ଦିବ୍ୟାଙ୍ଗ ଡାକ୍ତରୀ ଛାତ୍ରଙ୍କ ସଫଳ କାହାଣୀ

ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯାଜପୁର ଜିଲ୍ଲାର ଦିବ୍ୟାଙ୍ଗ ଛାତ୍ର ସଂଗ୍ରାମ ସ୍ବାଇଁ । ଅଭାବ ଅନଟନ ଭିତରେ ଚାଷ କରି ନିଜ ପଢା ଖର୍ଚ୍ଚ ବହନ କରିବା ସହ କଠିନ ପରିଶ୍ରମ କରୁଥିଲେ ସେ । ଯାହାକି ତାଙ୍କୁ ସଫଳତା ଆଣିଦେଇଛି । ଦେଖନ୍ତୁ ଏହି ରିପୋର୍ଟ

disabled Student Sangram Swain
disabled Student Sangram Swain
author img

By ETV Bharat Odisha Team

Published : Aug 31, 2023, 7:01 PM IST

Updated : Aug 31, 2023, 7:41 PM IST

Success Story: ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ଦିବ୍ୟାଙ୍ଗ ଛାତ୍ର, ଚାଷ କରି ଉଠାଉଥିଲେ ପଢା ଖର୍ଚ୍ଚ

ଯାଜପୁର: ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ ଆସେ । ଏହା ପ୍ରମାଣିତ କରି ଦେଖେଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତ ରାକ୍ଷୀପାଟଣା ଗାଁର ଯୁବପ୍ରତିଭା ସଂଗ୍ରାମ ସ୍ବାଇଁ । ସଂଗ୍ରାମ ଦିବ୍ୟାଙ୍ଗ ହୋଇ ବି ଝାଟିମାଟି ଆଉ ଚାଳଛପର ଘରୁ ବାହାରି ଆଗକୁ ବଢିବାର ସାହସ ଜୁଟାଇଥିଲେ । ତାଙ୍କ କଠିନ ପରିଶ୍ରମ, ଅଧ୍ୟବସାୟ ଓ ଦୃଢ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିଛି । ପରୀକ୍ଷାରେ କୃତକାର୍ଯ୍ୟ ପରେ ଏବେ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ପଢିବେ । ଡାକ୍ତରୀ ପାଠ ପଢିବା ଲାଗି ପରିବାର ପକ୍ଷରୁ ସରକାରୀ ସହାୟତା ଲାଗି ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି ।

ସଂଗ୍ରାମ ଶାରୀରିକ ଭାବେ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ତାଙ୍କର ଦୃଢ ଇଚ୍ଛାଶକ୍ତି ଆଜି ତାଙ୍କୁ ଆଣିଦେଇଛି ଏଭଳି ଅପୂର୍ବ ସଫଳତା । ସେ ତାଙ୍କ ଝାଟିମାଟି ଓ ଚାଳଛପର ଘରୁ ବାହାରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି । ସେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇ ଏଭଳି ସଫଳତା ସାଉଣ୍ଟି ପାରିଛନ୍ତି । ସେ ପ୍ରଥମ ପ୍ରୟାସରେ ନିଟ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇପାରିଛନ୍ତି । ଧର୍ମଶାଳା ମହାବିଦ୍ୟାଳୟରୁ ଯୁକ୍ତ ୩ ପାସ ପରେ ସେ ନିଟ୍ ପାଇଁ ପ୍ରସ୍ତୁତ ହୋଇଥିଲେ । ଆର୍ଥିକ ଅନାଟନ ମଧ୍ୟରେ ରହି ବିଲରେ କାମ କରିବା ସହ ପାଠ ପଢୁଥିଲେ । ପିଲାଦିନୁ ଜଣେ ଭଲ ଡାକ୍ତର ହେବାର ଇଚ୍ଛା ତାଙ୍କୁ ଆଜି ସଫଳତା ଆଣିଦେଇଛି ।

ସେପଟେ ସଂଗ୍ରାମ ଏହି ପରୀକ୍ଷା ଦେବା ପାଇଁ କୌଣସି ଗୁଗଲ୍ ସହାୟତା ନେଇଥିବା ବେଳେ କଲେଜ ଶିକ୍ଷକ ସହାୟତାରେ ଏହି ସଫଳତା ପାଇଛନ୍ତି l ଏଥିସହିତ ଘରେ ଟଙ୍କାର ଅଭାବ ଯୋଗୁଁ ବିଲ ଲିଜରେ ଆଣି ନିଜ ଚାଷବାସ କରି ଯେଉଁ ଅର୍ଥ ଉପାଜନ ହେଉଥିଲା ସେହି ଟଙ୍କାରେ ପାଠପଢି ଏହି ସଫଳତା ପାଇଛନ୍ତି l ସେପଟେ ସଂଗ୍ରାମ ଜଣେ ଗରିବ ଶ୍ରେଣୀରୁ ଆସିଥିବା ଏହି ପାଠ ପଢା ପାଇଁ ସରକାରଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି ମାଆ ସତ୍ୟଭାମା ସ୍ବାଇଁ l ସେ କହିଛନ୍ତି, "ସେ ଛୋଟ ବେଳୁ ଇଚ୍ଛା କରିଥିଲା ଡାକ୍ତର ହେବାକୁ । ଆମର ସମ୍ବଳ ନଥିଲା । ସେ ବିଲ ବାଡିରେ କାମ କରେ । ନିଜେ ଚାଷ କରି ଯାହା ରୋଜଗାର ହୁଏ ସେଥିରେ ତାର ପଢା ଖର୍ଚ୍ଚ ଉଠେ । ସେ ବିଲରେ ଯାଇ ପାଠ ପଢେ । ରାତିରେ ବି ପାଠ ପଢେ । ସମସ୍ତଙ୍କ ଆଶୀର୍ବାଦରେ ଗୋଟିଏ ଥରକେ ସେ ଏହି ସଫଳତା ପାଇଛି । ରାଜ୍ୟ ସରକାରଙ୍କୁ ନିବେଦନ କରୁଛି କିଛି ସହାୟତା କଲେ ସେ ଡାକ୍ତରୀ ପାଠ ପଢି ଲୋକଙ୍କ ସେବା କରିପାରିବ ।"

ଏହା ବି ପଢନ୍ତୁ- ଅଟକାଇପାରିଲାନି ଦାରିଦ୍ରତା, ଦୁଇ ଦୁଇ ଥର NEET ପରୀକ୍ଷାରେ କୃତକାର୍ଯ୍ୟ ଦାଦନ ଶ୍ରମିକ

ସଂଗ୍ରାମ ଜଣେ ଗରିବ ଶ୍ରେଣୀ ସାଙ୍ଗକୁ ଜଣେ ଭିନ୍ନକ୍ଷମ ହେଇଥିବାରୁ ଏହି ସଫଳତା ତାଙ୍କ ପାଇଁ ସେତେଟା ସହଜ ନଥିଲା । ତଥାପି ସଂଗ୍ରାମ ନିଜ ସଂଗ୍ରାମ ଜାରି ରଖିଥିଲେ l ସଂଗ୍ରାମ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ଏବେ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ପଢିବେ । ସଂଗ୍ରାମଙ୍କ ବାପା କୋଲକାତାରେ ଜଣେ ଶ୍ରମଜୀବୀ, ଆଉ ମାଆ ହେଲେ ଜଣେ ସାଧାରଣ ଗୃହଣୀ । ତେବେ ଅଭାବ ଅନାଟନ ଭିତରେ ବି ସେ ଜଣେ ଭଲ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ । ସେଥିପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ତାଙ୍କର ଏହି ସଫଳତା ପାଇଁ ସେ ଯେତିକି ଆନନ୍ଦିତ ସେତିକି ଉତ୍ସାହିତ ପରିବାର । ତେବେ ଏହା ନିଜ ପରିବାର ଓ ପଞ୍ଚାୟତବାସୀଙ୍କ ମଧ୍ୟରେ ଭରିଦେଇଛି ଅନେକ ଉତ୍ସାହ ଓ ଊଦ୍ଦୀପନା ।

ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ସାଧାରଣ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏବେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଜଣେ ଦିବ୍ୟାଙ୍ଗ ହୋଇ ବି ସଂଗ୍ରାମ ଡାକ୍ତରୀ ପଢିବାକୁ ମନ ବଳାଇଥିଲେ । ଶେଷରେ ନିଜର ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହି ସଫଳତା ପାଇ ପାରିଛନ୍ତି । ଯାହାକି ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଇଟିଭି ଭାରତ, ଯାଜପୁର

Last Updated : Aug 31, 2023, 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.