ETV Bharat / state

ବିଭିନ୍ନ ସମସ୍ୟା ସମାଧାନ ଦାବିରେ CDMOଙ୍କୁ ଆଶାକର୍ମୀଙ୍କ ଦାବିପତ୍ର - ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର

ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାବିପତ୍ର ଦେଲେ ଯାଜପୁର ବ୍ଲକ ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଆଶାକର୍ମୀ । ଅଧିକ ପଢନ୍ତୁ...

ବିଭିନ୍ନ ସମସ୍ୟା ସମାଧାନ ଦାବିରେ CDMOଙ୍କୁ ଆଶାକର୍ମୀଙ୍କ ଦାବିପତ୍ର

author img

By

Published : Jun 29, 2021, 3:45 PM IST

ଯାଜପୁର: ବିଭିନ୍ନ କୋରୋନା ସଚେତନତା ସାମଗ୍ରୀ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶାକର୍ମୀଙ୍କୁ 10 ହଜାର ଟଙ୍କା ଯୋଗାଇ ଦିଆଯାଇଛି । ହେଲେ ଯାଜପୁର ବ୍ଲକ ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ଅଫିସରୁ 8 ହଜାର ଟଙ୍କାର ରସିଦ ଦିଆଯାଇ ଦସ୍ତଖତ କରିବାକୁ ବାରମ୍ବାର ଚାପ ପ୍ରୟୋଗ କରାଯାଉଛି । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି ଆଶାକର୍ମୀ ।

ଆଶାକର୍ମୀଙ୍କ ଅଭିଯୋଗ ଅନୁଯାୟୀ, 8 ହଜାର ଟଙ୍କାର ରସିଦ ନେଇ ଦସ୍ତଖତ ନ କଲେ ଟଙ୍କା ଫେରସ୍ତ କରି ଦିଆଯିବ ବୋଲି ଧମକ ଦିଆଯାଉଛି । ଏହାକୁ ପ୍ରତିବାଦ କରି ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହ CDMOଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଘଟଣାରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.