ETV Bharat / state

ଖଣି ଅଞ୍ଚଳରେ 4 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ଯାଜପୁର ପ୍ରଶାସନ

author img

By

Published : Apr 20, 2020, 4:27 PM IST

ସୁକିନ୍ଦା ଖଣି ଉପତ୍ୟକା କାଳିଆପାଣି ଖଣି ଅଞ୍ଚଳରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଖପାଖ ପଞ୍ଚାୟତର 4437ଜଣ ଲୋକମାନଙ୍କୁ କ୍ୟାମ୍ପ ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ଅଧିକ ପଢନ୍ତୁ...

ଖଣି ଅଞ୍ଚଳରେ 4 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ଯାଜପୁର ପ୍ରଶାସନ
ଖଣି ଅଞ୍ଚଳରେ 4 ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ଯାଜପୁର ପ୍ରଶାସନ

ଯାଜପୁର: ସୁକିନ୍ଦା ଖଣି ଉପତ୍ୟକା କାଳିଆପାଣି ଖଣି ଅଞ୍ଚଳଟି ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଖଣି ଖାଦାନରେ କାମ କରନ୍ତି । ଏବେ ଚାରିଆଡେ ଲକଡାଉନ ଜାରି ସାଙ୍ଗକୁ କାମଧନ୍ଦା ବନ୍ଦ ଥିବାରୁ ଏହି ଉପାନ୍ତ ଅଞ୍ଚଳରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଆଖପାଖ ପଞ୍ଚାୟତର ଲୋକମାନଙ୍କୁ କ୍ୟାମ୍ପ ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି ।

ସୋମବାର ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ଖଣି ଅଞ୍ଚଳ ଗସ୍ତ କରିଥିଲେ । ତିନିଜଣ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ । ପ୍ରଶାସନିକ ଅଧିକାରୀମାନେ ଏହି ଉପାନ୍ତ ଖଣି ଅଞ୍ଚଳର ଲୋକଙ୍କୁ ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରିବା ସହିତ ଏମାନଙ୍କୁ ସଚେତନ କରାଇଥିଲେ । ଏଠାରେ କାଳିଆପାଣି, କଅଁସ, ରାଁସୋଳ, ଚିଙ୍ଗୁଡିପାଳ ଓ କାଙ୍କଡପାଳ ସମେତ 7ଗୋଟି ପଞ୍ଚାୟତର 4437ଜଣ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.