ଯାଜପୁର: ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ତହସିଲର 5ଟି ପଞ୍ଚାୟତର 296ଟି ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି । ନଡିଆଭଙ୍ଗା, ରଣାଗୁଣ୍ଡି, ଧୂଳିଗଡ, ରାଣୀପଡା ଓ ନଛିପୁରା ଆଦିବାସୀ ପରିବାରକୁ ଜମିପଟ୍ଟା ବଣ୍ଟନ କରାଯାଇଛି ।
ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସାଂସଦ ଶର୍ମିଷ୍ଠା ସେଠୀ ଓ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଅତିଥି ଭାବେ ଯୋଗ ଦେଇଥିଲେ । ଜଙ୍ଗଲ ଜମିରେ ଘର କରି ରହୁଥିବା ଏହି ଲୋକମାନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ